Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

କେନ୍ଦ୍ରରେ ମନ୍ତ୍ରୀ ନହେବା ଦୁଃଖ ଦେଇଛି: ଜୁଏଲ

ଭୁବନେଶ୍ୱର(ଓଡ଼ିଶା ୱେୟାର):ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କେନ୍ଦ୍ରରେ ମନ୍ତ୍ରୀ ପଦ ନମିଳିବାକୁ ନେଇ ମୁହଁ ଖୋଲିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ପଦ ନମିଳିବା ତାଙ୍କୁ ଗଭୀର ଆଘାତ ଦେଇଥିଲା ଓ ସେଇଥିପାଇଁ ସେ ତାଙ୍କ ପତ୍ନୀଙ୍କ ପରାମର୍ଶରେ ମୋଦି ସରକାରର ଶପଥ ଗ୍ରହଣ ସମାରୋହକୁ ଯାଇନଥିଲେ ବୋଲି କହିଛନ୍ତି।
ଓଡ଼ିଶାରେ ଆଦିବାସୀଙ୍କ ଚେହେରା ଭାବେ ପରିଚିତ ପାଞ୍ଚଥରର ସାଂସଦ ଶ୍ରୀ ଓରାମଙ୍କୁ ରାଉରକେଲାରେ ନାଗରିକ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ସେ ଏହା ପ୍ରକାଶ କରିଛନ୍ତି। ଶ୍ରୀ ଓରାମ କହିଛନ୍ତି ଯେ, “ତାଙ୍କୁ ମନ୍ତ୍ରୀ କରାନଯିବା ତାଙ୍କୁ ବେଶ୍ ବାଧିଥିଲା। ସେ ବି ଜଣେ ରକ୍ତ ମାଂସଧାରୀ ମଣିଷ। ତାଙ୍କୁ ଅନେକ ଲୋକ ମଧ୍ୟ କହିଥିଲେ ଯେ, ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଆଲୋଚନା ଚାଲିଛି। ସବୁ ଗଣମାଧ୍ୟମରେ ବି ତାଙ୍କୁ ମନ୍ତ୍ରୀ ପଦ ମିଳିବାକୁ ନେଇ ଚର୍ଚ୍ଚା ରହିଥିଲା। ମୋତେ ମଧ୍ୟ ଲାଗୁଥିଲା ଯେ ମୁଁ ପୁଣି ମନ୍ତ୍ରୀ ପଦ ପାଇବି। ତେବେ ସେ ଯାହାହେଉ ମନ୍ତ୍ରୀ ପଦ ମିଳିଲାନି। ସେ ତାଙ୍କ ପତ୍ନୀଙ୍କ ସହ ଦିଲ୍ଲୀ ଯାଇଥିଲେ। ଶପଥ ସମାରୋହକୁ ଆମେ ଯିବା କି ନାହିଁ ବୋଲି ପତ୍ନୀଙ୍କୁ ପଚାରିଥିଲି। କିନ୍ତୁ ସେ ଦେହ ଭଲ ଲାଗୁନି କହି ଯିବାକୁ ଇଚ୍ଛା କଲେନି। ତେଣୁ ସେ ବି ଶପଥ ଗ୍ରହଣ ସମାରୋହକୁ ଗଲେନି।” ବୋଲି ଶ୍ରୀ ଓରାମ କହିଛନ୍ତି ।
ସୂଚନାଯୋଗ୍ୟ, ଅଟଳ ବିହାରୀ ବାଜପେୟୀ ସରକାରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଶ୍ରୀ ଓରାମ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବି ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ରହିଥିଲେ। ବିଜେପି ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରେ ୧ରୁ ୮ ଆସନ ଜିଣିଥିବାରୁ ଶ୍ରୀ ଓରାମ ପୁଣିଥରେ ମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ। ମାତ୍ର ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ମୋଦିଙ୍କ ମନ୍ତ୍ରିପରିଷଦରେ ସ୍ଥାନ ମିଳିଛି। ମେ’ ୩୦ତାରିଖରେ ମୋଦି ସରକାର ଶପଥ ନେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top