କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଭିଡିଓ ମଧ୍ୟରେ କହିଛନ୍ତି , ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ । ନିର୍ବାଚନ ସମୟରେ ବିଜେପିର ନେତା ଓଡିଶାବାସୀଙ୍କୁ ବହୁତ କଥା କହିଥିଲେ । ବିଜେପି ନିଜ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା । କିନ୍ତୁ କେନ୍ଦ୍ର ବଜେଟରେ ଓଡିଶା ପାଇଁ କିଛି ନାହିଁ ।ସେ ଆଉ ମଧ୍ୟ କହିଛନ୍ତି ଆନ୍ଧ୍ର ଓ ବିହାର ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଲେ କିନ୍ତୁ ପ୍ରତିଶ୍ରୁତି ଦେଇ ବି ଓଡ଼ିଶା କଥା ବିଚାର କଲେନି । ପ୍ରତିବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସାମନା କରୁଛି ।ସ୍ବତନ୍ତ୍ର ଅନୁଦାନ ପାଇଁ ରାଜ୍ୟ ବାରମ୍ବାର ଅନୁରୋଧ କରିଆସୁଥିବା ବେଳେ ଅନ୍ୟ ରାଜ୍ୟ କଥା ଶୁଣିଲେ, ଓଡ଼ିଶା କଥା ଶୁଣିଲେନି ।


