Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେନ୍ଦ୍ର ବଜେଟରୁ ସିଂହଭାଗ ଲାଭ ପାଇବ ଓଡ଼ିଶା: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ୱେୟାର):୨୦୨୧-୨୨ ଆର୍ଥିକ ବର୍ଷର କେନ୍ଦ୍ର ବଜେଟରୁ ସିଂହଭାଗ ଲାଭ ଓଡ଼ିଶା ପାଇବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବଜେଟକୁ ଯୁଗାନ୍ତକାରୀ ବୋଲି କହିବା ସହ ଓଡ଼ିଶା ପାଇଁ ବଜେଟରେ ଅନେକ ସମ୍ଭାବନା ଆଣିଥିବା କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଚଳିତ ବଜେଟର ବିଭିନ୍ନ କ୍ଷେତ୍ରରୁ ଓଡ଼ିଶା ସିଂହଭାଗ ଲାଭ ପାଇବ ଓ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷଭାବେ ଉପକୃତ ହୋଇପାରିବେ । ଓଡ଼ିଶାରେ ପୋଷଣ ଅଭିଯାନରେ ୧୦ଟି ଆକାଂକ୍ଷୀ ଜିଲ୍ଲାକୁ ପ୍ରାଥମିକତା ମିଳିବ । ବଜେଟରେ ଢାଂଚାଗତ କ୍ଷେତ୍ର ତଥା ସଡ଼କ,ରେଳ,ଅର୍ଥନୀତିକ କରିଡର ତଥା ମାନବ ସମ୍ବଳର ବିକାଶ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ବଜେଟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଇସ୍ପାତ, ଖଣି କ୍ଷେତ୍ର ଓ ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି । ଆଗାମୀ ୩ବର୍ଷରେ ଦେଶରେ ହେବାକୁ ଥିବା ୭ଟି ଟେକ୍ସଟାଇଲ୍ ପାର୍କରେ ଓଡ଼ିଶାକୁ ପ୍ରାଧାନ୍ୟ ମିଳିବ । ସେହିପରି ଭଦ୍ରକରେ ଆଇଓସିଏଲ୍ ଦ୍ୱାରା ସୂତା କାରଖାନା ପ୍ରତିଷ୍ଠା କରାଯାଉଛି । ଏହି ଦୃଷ୍ଟିରୁ ଓଡ଼ିଶାରେ ଦେଶ ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ୍ କ୍ଲଷ୍ଟର ନିର୍ମାଣ ହୋଇପାରିବ । ଏହି କ୍ଷେତ୍ରରେ କାମ କରୁଥିବା ଓଡ଼ିଆମାନେ ଲାଭ ପାଇବେ । ମତ୍ସ୍ୟ ବ୍ୟବସାୟରେ ଅଗ୍ରଣୀ ରାଜ୍ୟ ଓଡ଼ିଶାର ପାରାଦୀପଠାରେ ବୃହତ୍ ସମନ୍ୱିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି । ଏହି ସବୁ ଯୋଜନାର ଲାଭ ଓଡ଼ିଶା ପାଇବ ।
ସେହିପରି ଶିକ୍ଷା କ୍ଷେତ୍ରରେ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ଚଳିତବର୍ଷ ୨୦କୋଟିରୁ ୩୮କୋଟି ଟଙ୍କାକୁ ବ୍ୟୟବରାଦ ବୃଦ୍ଧି କରାଯାଇଛି । ଏଥିରୁ ଓଡ଼ିଶା ଲାଭାନ୍ୱିତ ହେବ । ସେହିପରି ନୂଆ ଜାତୀୟ ଶିକ୍ଷା ନୀତି ଜରିଆରେ ପିଲାଙ୍କୁ ପାଠପଢ଼ା ସହ ରୋଜଗାରଭିତ୍ତିକ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ମଡେଲ ଆରମ୍ଭ କରାଯାଉଛି । ଏଥିରେ ୧୫ହଜାର ସ୍କୁଲକୁ ଅଗ୍ରାଧିକାର ଦିଆଯିବ । ଏନଜିଓ ସହଭାଗିତାରେ ୧୦୦ଟି ସୈନିକ ସ୍କୁଲ ନିର୍ମାଣ କରାଯିବ । ଏଥିରେ ମଧ୍ୟ ଓଡ଼ିଶାକୁ ସୁଯୋଗ ମିଳିବ ।
ସେହିପରି ସମଗ୍ର ଦେଶରେ ସଫଳତାର ସହ ୮କୋଟି ମହିଳାଙ୍କୁ ଉଜ୍ୱଳା ଯୋଜନାରେ ସାମିଲ କରାଯାଇଛି ଓ ପୁଣି ୧କୋଟି ମହିଳାଙ୍କୁ ଏହି ଯୋଜନାରେ ଗ୍ୟାସ ସଂଯୋଗ ଦିଆଯିବ । ବଜେଟରେ ଚାଷୀ, ଯୁବକ, ମହିଳା, ଶିଶୁ, ବରିଷ୍ଠ ନାଗରିକ, ଶ୍ରମିକ ତଥା ସବୁ ଶ୍ରେଣୀର ଲୋକଙ୍କୁ ପ୍ରାଥମିକତା ଦିଆଯାଇଛି । କରୋନା ଟୀକାକରଣ ପାଇଁ ୩୫ହଜାର କୋଟି ଟଙ୍କାର ଆବଣ୍ଟନ ପ୍ରଶଂସନୀୟ । ଏହି ବଜେଟ ଦେଶର ଅର୍ଥନୀତିରେ ନୂଆ ସଂଚାର ଆଣିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top