Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେନ୍ଦ୍ର ସରକାରଙ୍କ ପାଖରେ ଶ୍ରମିକ ସମସ୍ୟା ଉଠାଇବ ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର): ତାଳଚେର ଥର୍ମାଲ ପାୱାର ପ୍ରୋଜେକ୍ଟ (ଟିଟିପିଏସ୍‌)କୁ ବନ୍ଦ କରାଗଲେ ହଜାର ହଜାର ଶ୍ରମିକ ବେରୋଜଗାର ହୋଇଯିବାର ଆଶଙ୍କା ଥିବାରୁ ରାଜ୍ୟ ବିଜେପି ଖୁବଶୀଘ୍ର ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ସୂଚନା ଦେଇଛି ।
ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ଆଜି ଏନଟିପିସି ଥର୍ମାଲ ପାୱାର ଷ୍ଟେସନର ଶ୍ରମିକ ଏକତା ମଂଚର ପ୍ରତିନିଧିମାନେ ସାକ୍ଷାତ କରିବା ସହ ଶ୍ରମିକ ସମସ୍ୟାର ସମାଧାନ କରିବା ଏବଂ ଟିଟିପିଏସ୍ ପ୍ରୋଜେକ୍ଟକୁ ବନ୍ଦ ନକରି ଚାଲୁ ରଖିବାକୁ ଅନୁରୋଧ କରିଛନ୍ତି । ଶ୍ରମିକ ଏକତା ମଂଚ ପକ୍ଷରୁ ସଭାପତି ଶ୍ରବଣ କୁମାର ସାମଲ ଓ ସାଧାରଣ ସମ୍ପାଦକ ବିନୋବାନନ୍ଦ ତ୍ରିପାଠୀ ଶ୍ରମିକମାନଙ୍କର ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ସମସ୍ତ ଦସ୍ତାବିଜକୁ ଦେଖାଇଥିଲେ । ସେମାନଙ୍କର ସମସ୍ୟାକୁ କେନ୍ଦ୍ର ସରକାରଙ୍କ ପାଖରେ ସେ ଉପସ୍ଥାପନ କରିବା କରିବେ ବୋଲି ଶ୍ରୀ ମହାନ୍ତି ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଗସ୍ତରେ ଆସି ୧୦ହଜାର କୋଟି ଟଙ୍କାର ଏଫସିଆଇ ପ୍ରୋଜେକ୍ଟ ଏବଂ ୯୫୦୦କୋଟି ଟଙ୍କାର ଟିଟିପିଏସ୍ ପ୍ରୋଜେକ୍ଟ ପାଇଁ ଅନୁଦାନ ଦେଇଥିଲେ । କିନ୍ତୁ ରାଜ୍ୟ ସରକାର ଟିଟିପିଏସ୍ ପ୍ରକଳ୍ପକୁ ଅନୁମତି ଦେଇନଥିଲେ । ଏହି ଟିଟିପିଏସରେ ୬୬୦ ମେଗାୱାଟ ବିଶିଷ୍ଟ ୨ଟି ପ୍ରୋଜେକ୍ଟ ନିର୍ମାଣ ହେବା କଥା । ଯାହାକି ଏବେସୁଦ୍ଧା କାର୍ଯ୍ୟକାରୀ ହୋଇପାରିନି । ଟିଟିପିଏସର ୪୬୦ ମେଗାୱାଟ ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ୩୧ତାରିଖରେ ସରିବାକୁ ଯାଉଛି । ଏହି ପ୍ରକଳ୍ପ ବନ୍ଦ ହେଲେ ୨ହଜାର ଠିକା କର୍ମଚାରୀ, ୩୦୦ ନିୟମିତ ଶ୍ରମିକ ଓ ଚତୁପାଶ୍ୱର୍ରେ ଥିବା ୫୦ହଜାରରୁ ଅଧିକ ଲୋକେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ଶ୍ରମିକମାନେ ବେରୋଜଗାର ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ତୁରନ୍ତ ଟିଟିପିଏସ୍ ପ୍ରୋଜେକ୍ଟକୁ ବନ୍ଦ ରଖିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତୁ ବୋଲି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top