Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କେବଳ ‘ବ୍ରାଣ୍ଡ ନବୀନ’: କଳାହାଣ୍ଡି ଭଳି ସବୁ ଜିଲ୍ଲାରେ ହେବ ମେଗା ଇଭେଣ୍ଟ

ଭୁବନେଶ୍ୱର(ଓଡ଼ିଶା ୱେୟାର):ପୌର ନିର୍ବାଚନକୁ ପଛରେ ପକାଇ ଶାସକ ବିଜେଡି ଏବେଠୁ ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । କଳହାଣ୍ଡି ଭଳି ସବୁ ଜିଲ୍ଲାରେ ମେଗା ଇଭେଣ୍ଟ ଆୟୋଜନ କରି ସିଙ୍ଗଲୱିଣ୍ଡୋ ବ୍ୟବସ୍ଥାରେ ଜିଲ୍ଲାର ସମସ୍ତ ପ୍ରକଳ୍ପକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ ଓ ଶିଳାନ୍ୟାସ କରାଇବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଛି । ଜିଲ୍ଲାସ୍ତରରେ ଏଭଳି ବିଶାଳ କାର୍ଯ୍ୟକ୍ରମ ମାଧ୍ୟମରେ ବିଜେଡି ଗାଁ ଗହଳିରେ କେବଳ ‘ବ୍ରାଣ୍ଡ ନବୀନ’କୁ ମାର୍କେଟିଂ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, କ୍ଷମତାସୀନ ବିଜେଡି ସରକାର ଏବେ ରାଜ୍ୟରେ ପୌର ନିର୍ବାଚନ କରାଇବା ସପକ୍ଷରେ ନାହାନ୍ତି । ଯଦିଓ ରାଜ୍ୟର ସମସ୍ତ ୧୧୪ଟି ପୌର ସଂସ୍ଥା (୫ ମହାନଗର ନିଗମ,୪୮ ପୌର ପରିଷଦ ଓ ୬୧ ଏନଏସି)ର କାର୍ଯ୍ୟକାଳ ପ୍ରାୟ ଏକବର୍ଷରୁ ଅଧିକ ସମୟ ଧରି ସରିଲାଣି । ସହରାଂଚଳ ଭୋଟରଙ୍କ ଉପରେ ବିଜେଡି, ଭରସା କରିପାରୁନଥିବାରୁ ଆଇନଗତ ସମସ୍ୟାର ଆଳ ଦେଖାଇ ପୌର ନିର୍ବାଚନକୁ ଜାଣିଶୁଣି ଘୁଂଚାଇବାରେ ଲାଗିଛି । ମାତ୍ର ପଂଚାୟତ ନିର୍ବାଚନକୁ ନିର୍ଦ୍ଧାରିତ ଅବଧି(୨୦୨୨ ଫେବୃୟାରୀ ସୁଦ୍ଧା) ସାରିବା ରାଜ୍ୟ ସରକାରଙ୍କ ପାଇଁ ଏକରକମ ବାଧ୍ୟବାଧକତା ହୋଇଥିବାରୁ ବିଜେଡି ଏବେ ସହରାଂଚଳ ତୁଳନାରେ ଗ୍ରାମାଂଚଳ ଭୋଟରଙ୍କ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିଥିବା ଜଣାପଡ଼ିଛି । କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଦୀର୍ଘ ୯ମାସ ଧରି ନବୀନ ନିବାସରେ ରହି ଭର୍ଚୁଆଲ ମୋଡରେ ରାଜ୍ୟ ଶାସନ କରୁଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କରାଇ ବିରୋଧୀଙ୍କ ସମାଲୋଚନା(ନବୀନ ଆଇସୋଲେସନରେ) ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଦଳ ଚେଷ୍ଟା କରିଛି ।
ତେବେ କଳାହାଣ୍ଡି ଜିଲ୍ଲାରେ ମେଗା ଇଭେଣ୍ଟ ଆୟୋଜନ କରି ପ୍ରାୟ ୨ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶିଳାନ୍ୟାସ ଓ ଲୋକାର୍ପଣ କଲେ ଏବଂ ବିଜେଡି ଯେଉଁଭଳି ଢଙ୍ଗରେ ଏହାକୁ ମାର୍କେଟିଂ କଲା ତାହା ବିଜେଡିର ପଂଚାୟତ ନିର୍ବାଚନର ରଣନୀତିର ଅଂଶବିଶେଷ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଛି । କଳାହାଣ୍ଡିର ଇତିହାସ-ଭୂଗୋଳ ଜାଣିନଥିବା ପ୍ରାୟ ୭୦ରୁ ଅଧିକ ମନ୍ତ୍ରୀ ଓ ଦଳୀୟ ବିଧାୟକଙ୍କୁ ଗାଁ ଗହଳିକୁ ପଠାଇ ସାଧାରଣ ଲୋକଙ୍କ ମଧ୍ୟରେ ‘ବ୍ରାଣ୍ଡ ନବୀନ’କୁ ଆଉଥରେ ଉଜ୍ଜୀବିତ କରିବାକୁ ପ୍ରୟାସ ହୋଇଛି । ଟଙ୍କିକିଆ ଚାଉଳ, ମାସିକିଆ ଭତ୍ତା, ପକ୍କା ଘର, ଫାଇଭ-ଟି,ମୋ ସରକାର ଆଦି ଯେ ଆଉ ଭୋଟରଙ୍କୁ ଆକୃଷ୍ଟ କରୁନି ତାହା ଭଲଭାବେ ବୁଝିସାରିଥିବା ବିଜେଡି ରଣନୀତିକାରମାନେ ‘ ସାମଗ୍ରିକ ବିକାଶ’କୁ ମୁଖ୍ୟ ଆୟୁଧ କରି ବିଜେଡିକୁ ଏବେ ଲୋକଙ୍କ ନିକଟତର କରାଇବାକୁ ଚାହୁଁଛନ୍ତି । ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୧୬୦୦କୋଟି ଟଙ୍କା ଖର୍ଚ୍ଚ କରି ‘ଆମ ଗାଁ ଆମ ବିକାଶ’ ଯୋଜନାରେ ବିଜେଡି ସରକାର ସମସ୍ତ ୩୧୪ ବ୍ଲକରେ ମେଗା ଇଭେଣ୍ଟ କରାଇ ପ୍ରତ୍ୟେକ ଗାଁରେ କିଛିନା କିଛି ପ୍ରକଳ୍ପ ହାତକୁ ନେଇ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କରାଇଥିଲେ । ନିର୍ବାଚନ ପରେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ନୂଆ ଦଳୀୟ ସମୀକରଣ ହୋଇଥିବାରୁ ଏହି ଯୋଜନାର ପ୍ରାୟ ୬୦ ପ୍ରତିଶତ କାର୍ଯ୍ୟ ଏବେବି ଅଧାପନ୍ତରିଆ ଅଛି । ବ୍ଲକଗୁଡ଼ିକରେ ‘ପିସି’ ପରିମାଣ ବୃଦ୍ଧି ବି ଏହାପଛର ଆଉ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।
ଏସବୁରୁ ଶିକ୍ଷା ନେଇ ବିଜେଡି ଏବେ ପଂଚାୟତ ନିର୍ବାଚନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ମେଗା ଇଭେଣ୍ଟ ଆୟୋଜନ କରାଇବାକୁ ଲକ୍ଷ୍ୟ ରଖିଛି । ବିଶେଷକରି ପଂଚାୟତସ୍ତରରେ ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଉଛି ସେଗୁଡ଼ିକୁ ପଂଚାୟତ ନିର୍ବାଚନ ପୂର୍ବରୁ ଯେଭଳି ଶେଷ ହେବ ତାହା ସୁନିଶ୍ଚିତ କରିବା ନିମନ୍ତେ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡିକୁ ଶକ୍ତ ଧକ୍କା ଲାଗିଥିବା ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ମାଲକାନଗିରି, ସୋନପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ଏଭଳି ମେଗା କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତ ହେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ କିଛିମାସ ମଧ୍ୟରେ ସବୁ ଜିଲ୍ଲାରେ ଏଭଳି କାର୍ଯ୍ୟକ୍ରମ ହେବ ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗତ ପଂଚାୟତ ନିର୍ବାଚନରେ ବିଜେଡି ଅଧିକ ଆତ୍ମବିଶ୍ୱାସୀ ହୋଇ ନବୀନଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ନଥିଲା । ଯାହାର ଫଳ ଦଳକୁ ଭୋଗିବାକୁ ପଡ଼ିଲା ଓ ଦଳର ଜିଲ୍ଲା ପରିଷଦ ସଭ୍ୟ ସଂଖ୍ୟା ୬୫୪ରୁ ୪୭୩କୁ ଖସିଲା ଓ ବିଜେପି ୩୬ରୁ ୨୯୭କୁ ଲମ୍ବା ଡ଼ିଆଁ ମାରିଲା । ଦଳର ସ୍ଥାନୀୟ ନେତାମାନଙ୍କ ପ୍ରତି ଲୋକଙ୍କ ମଧ୍ୟରେ ରହିଥିବା ଅସନ୍ତୋଷକୁ ଆଖିରେ ରଖି ଆଗାମୀ ପଂଚାୟତ ନିର୍ବାଚନରେ କେବଳ ‘ବ୍ରାଣ୍ଡ ନବୀନ’କୁ ହିଁ ମାର୍କେଟିଂ କରିବା ନିମନ୍ତେ ଦଳ ଯୋଜନା କରିଛି । ଜିଲ୍ଲା ବା ସ୍ଥାନୀୟ ନେତା ନୁହଁନ୍ତି ନବୀନଙ୍କ ନାଁରେ ଦଳ ପଂଚାୟତ ନିର୍ବାଚନକୁ ଓହ୍ଲାଇ ଭୋଟ ମାଗିବ ବୋଲି ଏବେଠୁ ସନ୍ଦେଶ ଦେବା ଆରମ୍ଭ କରିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top