ବିଭିନ୍ନ ରାଜ୍ୟ ପାଇଁ ୨୪ ଜଣଙ୍କୁ ପ୍ରଭାରୀ ଏବଂ ସହପ୍ରଭାରୀ ଭାବେ ନିଯୁକ୍ତ କଲା ବିଜେପି। ଓଡ଼ିଶା ପ୍ରଭାରୀ ଭାବେ ବିଜୟପାଲ ସିଂ ତୋମାର ନିଯୁକ୍ତ ହୋଇଥିବା ବେଳେ ସହ-ପ୍ରଭାରୀ ହୋଇଛନ୍ତି ଲତା ଉସେଣ୍ଡି । ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କେରଳର ସହ ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମିଳିଛି ଉତ୍ତର ପୂର୍ବ ରାଜ୍ୟଗୁଡିକ ପାଇଁ ସଂଯୋଜକ ନିଯୁକ୍ତ ।


