Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଟିଏ କର୍ମୀଙ୍କୁ ବିଜେଡିର ପ୍ରତାରଣା : ପ୍ରତିଷ୍ଠା ଦିବସ ପାଳିଲାନି,

ଭୁବନେଶ୍ୱର(ଓଡ଼ିଶା ୱେୟାର): ସର୍ବବୃହତ ଆଂଚଳିକ ଦଳ ତଥା ଓଡ଼ିଶାବାସୀଙ୍କ ଦଳ ବୋଲି ଦାବି କରୁଥିବା ବିଜେଡି ନିଜର ୧କୋଟିରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମେତ ରାଜ୍ୟବାସୀଙ୍କୁ ପ୍ରତାରଣା କରିଛି । ଦୁଇଦିନ ତଳେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବିଜେଡି ନିଜର ବୟସକୁ ବି ଭୁଲିଯାଇଛି । ୧୯୯୭ ଡିସେମ୍ବର ୨୬ରେ ଆତ୍ମପ୍ରକାଶ କରିଥିବା ବିଜେଡିକୁ ପ୍ରକୃତରେ ଏବେ କେତେବର୍ଷ ତାକୁ ନେଇ ଦଳ ଭିତରେ ଓ ବାହାରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ସବୁଠୁ ସଙ୍ଗୀନ କଥା ହେଉଛି, ଦୀର୍ଘ ୨୦ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ଦଳ ନିଜର ୨୨ତମ ପ୍ରତିଷ୍ଠା ଦିବସକୁ ପାଳିବାକୁ ଉଚିତ୍ ମଣିନି । ଦଳ କୌଣସି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜର ୨୨ତମ ଜନ୍ମଦିବସ(ଯୋଡ଼ାବର୍ଷ)କୁ ପାଳିଲାନି ନା ଅଭିଜ୍ଞତା ଅଭାବରୁ ଅଜାଣତରେ ଏଭଳି ଏକ ଗୁରୁଚଣ୍ଡାଳ ତ୍ରୁଟି କରି ବସିଛି ତାକୁ ନେଇ ଦଳ ନିରବତା ଅବଲମ୍ବନ କରିଛି ।
ମିଳିଥିବା ସୂଚନା ଅନୁସାରେ, ଗତ ଦୁଇଦିନ ତଳେ ଅର୍ଥାତ ଡିସେମ୍ବର ୨୬ତାରିଖରେ ବିଜେଡି ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଳର ପ୍ରତିଷ୍ଠା ଦିବସ ସମାରୋହରେ ସାମିଲ ହୋଇ ଆଗାମୀ ଦିନରେ ମହିଳା ସଂରକ୍ଷଣକୁ ନେଇ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସନ୍ଦେଶ ମଧ୍ୟ ଦେଇଥିଲେ । ରାଜ୍ୟବ୍ୟାପୀ ବିଜେଡି ନେତାମାନେ ମଧ୍ୟ ଦଳକୁ ୨୩ ପୁରି ୨୪ବର୍ଷ ଚାଲିଲା ବୋଲି କହି ବିଜେଡି ଗଠନ ଓ ୨୩ବର୍ଷର ସଫଳତାର ସ୍ମୃତିଚାରଣ କରିବାକୁ ପଛାଇ ନଥିଲେ । ତେବେ ୨୦୧୭ ଡିସେମ୍ବର ୨୬ତାରିଖରେ ଭୁବନେଶ୍ୱର ବାହାରେ ପ୍ରଥମଥର ପାଇଁ ପୁରୀରେ ଦଳ ୨୦ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସକୁ ବଡ଼ ଆକାରରେ ପାଳନ କରି ନିଜର ଶକ୍ତି ମଧ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲା । ୨୦୧୮ ମସିହା ଡିସେମ୍ବର ୨୬ରେ ୨୧ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳିଥିବା ବିଜେଡି ୨୦୧୯ରେ ପଂଚମଥର କ୍ଷମତାସୀନ ହେବାପରେ ସେହିବର୍ଷ ଡିସେମ୍ବର ୨୬ରେ ୨୩ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳିଲା । ତେବେ ୨୦୧୮ ମସିହାରେ ୨୧ତମ ଓ ୨୦୧୯ରେ ୨୩ତମ ପ୍ରତିଷ୍ଠା ଦିବସ ଦଳ କେମିତି ପାଳିଲା ଏବଂ ୨୨ତମ ପ୍ରତିଷ୍ଠା ଦିବସକୁ କାହିଁକି ଭୁଲିଗଲା, କେହି ତା’ର ଟେର ପାଉନାହାନ୍ତି । ୨୧ରୁ ୨୩କୁ ଡିଆଁ ମାରିବା ପଛରେ କ’ଣ ଉଦ୍ଦେଶ୍ୟ ରହିଲା, ଦଳ ଅଜାଣତରେ ଏଭଳି ଭୁଲ୍ କରିବସିଲା ନା ‘ଯୋଡ଼ାବର୍ଷ’କୁ ଅଶୁଭ ବୋଲି ମାନି ୨୨ତମ ପ୍ରତିଷ୍ଠା ଦିବସ ପାଳିଲାନି ତାକୁ ନେଇ ଚର୍ଚ୍ଚା ହୋଇଛି । ଯଦି ୨୦୧୯ରେ ଦଳ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳିବା ଠିକ୍ ତା’ହେଲେ କ’ଣ ତା’ପୂର୍ବରୁ ଯେତେଥର ପ୍ରତିଷ୍ଠା ଦିବସ ପାଳିଛି ସେସବୁ ଭୁଲ୍ ଥିଲା କି, ଏଭଳି ପ୍ରଶ୍ନ ଉଠିବା ସ୍ୱାଭାବିକ?
ରାଜନୀତିକ ବିଶ୍ଲେଷକଙ୍କ ମତରେ, ସର୍ବବୃହତ୍ ଆଂଚଳିକ ଦଳ ତଥା କୋଟିଏ ସଦସ୍ୟଙ୍କ ଦଳ ବିଜେଡି ନିଜର ପ୍ରତିଷ୍ଠା ଦିବସକୁ ନେଇ ଏଭଳି ଅକ୍ଷମଣୀୟ ତ୍ରୁଟି କରିବା ନିଶ୍ଚିତ ଭାବେ ଦଳୀୟ କର୍ମୀଙ୍କ ଭାବାବେଗକୁ ଧକ୍କା ଓ ସେମାନଙ୍କ ପ୍ରତି ପ୍ରତାରଣା ମଧ୍ୟ । ଯିଏ ଯେତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୁଅନ୍ତୁ ନା କାହିଁକି ଗୋଟିଏ ଆଂଚଳିକ ଦଳ କିଭଳି ନିଜର ବୟସକୁ ଲୁଚାଇବ ଅବା ସେ ନେଇ ଭ୍ରମାତ୍ମକ ତଥ୍ୟ ଦେବ । ଯଦି ୨୦୧୯ ମସିହାରେ କୌଣସି କାରଣବଶତଃ ଭୁଲ୍ ହୋଇଥିଲା, ତାକୁ ଏଥର ସଂଶୋଧନ କରିବାର ଆବଶ୍ୟକତା ରହିଥିଲା, ମାତ୍ର ତାହା ଦଳ କରିନାହିଁ । ଯଦି ବରିଷ୍ଠ ଓ ବୟସ୍କ ନେତାମାନଙ୍କର ମତାମତ ନିଆଯାଉଥାନ୍ତା ତା’ହେଲେ ହୁଏତ ଏଭଳି ସମସ୍ୟା ଉପୁଜୁନଥାନ୍ତା କି ଦଳକୁ ହାସ୍ୟାସ୍ପଦ ହେବାକୁ ପଡ଼ୁନଥାନ୍ତା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top