Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

‘କୋଭିଡ୍ ଟିକା ଖୋଲା ବଜାରରେ ମିଳୁ’

ଭୁବନେଶ୍ୱର, (ଓଡ଼ିଶା ୱେୟାର):ରାଜ୍ୟରେ କୋଭିଡ୍ ଟିକା ଅଭାବକୁ ନେଇ ଗତ କିଛିଦିନ ଧରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଓଡ଼ିଶା ସରକାର ଆଜି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିକଟକୁ କେତେକ ପ୍ରସ୍ତାବ ପଠାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଖୋଲା ବଜାରରେ କୋଭିଡ୍ ଟିକା ଉପଲବ୍ଧ କରାଇବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି।

କୋଭିଡ୍ ମହାମାରୀକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମାର୍ଚ୍ଚ ୩୦ତାରିଖରେ ଚିଠି ଲେଖି ଦେଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଛନ୍ତି । କୋଭିଡ୍ ଟିକା ସରକାରୀ ବଣ୍ଟନ ବ୍ୟବସ୍ଥା ବାହାରେ ଯଦି ଖୋଲା ବଜାରରେ ଉପଲବ୍ଧ ହୋଇପାରନ୍ତା ତା’ହେଲେ ଯେକେହି ଏହାକୁ କିଣି ନେଇପାରନ୍ତେ। ଆଉ ସରକାର ମଧ୍ୟ ସମାଜର ସମ୍ବେଦନଶୀଳ ବର୍ଗକୁ କୋଭିଡ୍ ଟିକା ପ୍ରଦାନ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିପାରନ୍ତେ । ସେହିପରି ଓଡ଼ିଶାରେ କୋଭିଡ୍ ଟିକାକୁ ନେଇ ରହିଥିବା ଅଭାବ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଏବେ ଦିନକୁ ପ୍ରାୟ ୩ଲକ୍ଷ କୋଭିଡ୍ ଟିକା ଦେବାର ବô୍ୟସ୍ଥା ହୋଇଛି । ଲୋକମାନେ ମଧ୍ୟ ଟିକା ନେବା ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ତେଣୁ ଟିକା ଯୋଗାଣରେ ହେଉଥିବା ବିଳମ୍ବ ଯୋଗୁ ସମସ୍ୟା ହେଉଛି । ରାଜ୍ୟରେ ଟିକାକରଣକୁ ସୁବ୍ୟବସ୍ଥ୍‌ିତ କରିବା ପାଇଁ ଅତିକମରେ ୨୫ଲକ୍ଷ କୋଭିଡ୍ ଟିକା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାସହିତ ରାଜ୍ୟରେ ୪୫ବର୍ଷରୁ ଅଧିକ ବୟସର ସମସ୍ତ ଯୋଗ୍ୟ ଲୋକମାନଙ୍କୁ ଟିକାକରଣ ପାଇଁ ଅତିକମରେ ୧୬୦ଦିନ ସମୟ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ୍ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡ଼ିକର ଯଥେଷ୍ଟ ଦକ୍ଷତା ରହିଛି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସହଯୋଗ କଲେ ଏହି ଟିକା ଉତ୍ପାଦନ ବୃଦ୍ଧି ପାଇପାରନ୍ତା । ଏହା ଏକ ଅସାଧାରଣ ସ୍ଥିତି ହୋଇଥିବାରୁ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉଚିତ୍ । ସେହିପରି କିଛି ମେଟ୍ରୋପଲିଟାନ ସହରରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ସେଠାରେ ବୟସରେ କୋହଳ ଅବଲମ୍ବନ କରି ପ୍ରାଥମିକତା ଭିତ୍ତିରେ ଟିକାକରଣ ହେବା ଉଚିତ୍ । ଏସବୁ ସହର ଦେଶର ଅର୍ଥନୀତିକ କେନ୍ଦ୍ରସ୍ଥଳୀ ହୋଇଥିବାରୁ ସେସବୁ ଅଂଚଳରେ ଲକଡାଉନ ହେଲେ ସେଠାରେ ଥିବା ଶ୍ରମିକମାନେ ନିଜ ଘରକୁ ଫେରିବେ ଓ ତା’ର ପ୍ରଭାବ ଦେଶର ଅନ୍ୟ ଭାଗ ଉପରେ ପଡ଼ିବ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top