Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଭିଡ୍ ଟୀକାକରଣରେ ଓଡ଼ିଶା ଦ୍ୱିତୀୟ, ପଞ୍ଜିକରଣ ଅବଧି ୩୧ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ୱେୟାର):ଦେଶରେ କୋଭିଡ୍ ଟୀକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ଆଜି ସକାଳ ସୁଦ୍ଧା ରାଜ୍ୟର ୧ଲକ୍ଷ ୭୭ହଜାର ୦୯୦ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ପ୍ରଦାନ କରାଯାଇଛି । ୨ଲକ୍ଷ ୩୧ହଜାର ଲୋକଙ୍କର ଟୀକାକରଣ କରି ସମଗ୍ର ଦେଶରେ କର୍ଣ୍ଣାଟକ ପ୍ରଥମ ସ୍ଥାନରେ ଥିବାବେଳେ ୧.୫୬ଲକ୍ଷ ଟୀକାକରଣ ସହ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ସମଗ୍ର ଦେଶରେ ଜାନୁୟାରୀ ୧୬ରୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ର ଅନୁସାରେ ଆଜି ସକାଳ ୮ଟା ସୁଦ୍ଧା ଓଡ଼ିଶାରେ ୧.୭୭ଲକ୍ଷ ଲୋକଙ୍କୁ କୋଭିଟ୍ ଟୀକା ପ୍ରଦାନ କରାଯାଇଛି । ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଗତକାଲି ସୁଦ୍ଧା ୧ଲକ୍ଷ ୭୭ହଜାର ୦୯୦ଜଣ ଟୀକା ନେଇଛନ୍ତି । ୩ଲକ୍ଷ ୫୦ହଜାର ୭୨୬ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବାକି ୧ଲକ୍ଷ ୭୩ହଜାର ୬୩୬ଜଣଙ୍କୁ ଆସନ୍ତାକାଲିଠୁ ଫେବୃୟାରୀ ୧୦ତାରିଖ ପର୍ଯ୍ୟନ୍ତ ଟୀକାକରଣ କରାଯିବ । ଆସନ୍ତାକାଲି କେବଳ ରାଜଧାନୀ ଭୁବନେଶ୍ୱରରେ ଏବଂ ୨୮ତାରିଖରୁ ଅନ୍ୟ ଜିଲ୍ଲାଗୁଡ଼ିକରେ ଟୀକାକରଣ ହେବ । ଯେଉଁମାନେ ପଞ୍ଜିକୃତ ହୋଇ ଟୀକା ନେଇନାହାନ୍ତି ସେମାନଙ୍କୁ ପର୍ଯ୍ୟାୟକ୍ରମେ ପୁଣିଥରେ ଡକାଯିବ । ଜିଲ୍ଲାଗୁଡ଼ିକୁ ଟୀକାକରଣ ନେଇ ମାଇକ୍ରୋ ପ୍ଲାନ ଦେବାକୁ କୁହାଯାଇଛି । ଅର୍ଥାତ୍ କେବେ କେଉଁଠି ଓ କେତେଜଣ ଲୋକଙ୍କୁ ଟୀକା ଦିଆଯିବ ସେ ନେଇ ଜିଲ୍ଲାଗୁଡ଼ିକ ରିପୋର୍ଟ ଦେବେ । ଏପର୍ଯ୍ୟନ୍ତ ଟୀକାର କୌଣସି ପାଶ୍ୱର୍ପ୍ରତିକ୍ରିୟା ଥିବା ଜଣାପଡ଼ିନି । ରାଜସ୍ୱ ଏବଂ ନଗର ଉନ୍ନୟନ ବିଭାଗର କରୋନା ଯୋଦ୍ଧାଙ୍କ ପଞ୍ଜିକରଣ ତାରିଖକୁ ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top