Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଭିଡ ହସ୍ପିଟାଲ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଓଡ଼ିଶା ୱେୟାର):
ଢ଼େଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦ ଠାରେ ଟାଟା ଷ୍ଟିଲ ଓ ବିଏସଏଲ ସହଯୋଗରେ ପ୍ରତିଷ୍ଠା ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଗାମୀ ଦିନର ସମ୍ଭାବ୍ୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ଅନୁଗୁଳ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ସାମୂହିକ ପ୍ରୟାସରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜଭୁତ୍ କରାଯାଉଛି। ପାଲଲହଡ଼ାରେ ବିଭିନ୍ନ ଆନୁଷଙ୍ଗିକ ଭିତିଭୂମି ସହ ୫୦ଟି ବେଡ୍ ସହ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏଚପିସିଏଲକୁ ଦାୟିତ୍ୱ ଦିଆଯାଇଛି । ତେବେ ଢ଼େଙ୍କାନାଳ ସମେତ ଓଡ଼ିଶାରେ ଡ଼ାକ୍ତର ଅଭାବ ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି ।

ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଢ଼େଙ୍କାନାଳ କଲେଜରେ ମେଡ଼ିକାଲ କଲେଜ୍ ଖୋଲାଯିବାର ଆବଶ୍ୟକତା ରହିଛି ।ଲୋକାର୍ପିତ କୋଭିଡ୍ ହସ୍ପିଟାଲ ଉପରେ ମତବ୍ୟକ୍ତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ଭୂଷଣ ଷ୍ଟିଲ୍ ଲିମିଟେଡ୍ ସହଯୋଗରେ ଅକ୍ସିଜେନ୍ ସୁବିଧା ସହ ଏହି କୋଭିଡ୍ ହସ୍ପିଟାଲକୁ ବିକଶିତ କରାଯାଇଛି । ଏଠାରେ ଅକ୍ସିଜେନ୍ ସୁବିଧା ସହ ୯୦ଟି ସାଧାରଣ ଶଯ୍ୟା ଏବଂ ଭେଂଟିଲେଟର ସହ ୧୦ଟି ଆଇସିୟୁ ବେଡ୍ ରହିଛି । ଏହି କୋଭିଡ୍ ହସ୍ପିଟାଲ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ରୋଗୀଙ୍କୁ ସୁବିଧା ପ୍ରଦାନ କରିବ । ଲୋକାର୍ପିତ ଏହି ହସ୍ପିଟାଲକୁ ଅନ୍ତତଃ ୩ ମାସ ମାଇଁ କାର‌୍ୟ୍ୟକ୍ଷମ କରିବା ନିମନ୍ତେ ଟାଟା ଷ୍ଟିଲ ବିଏସଏଲର ଅଧ୍ୟକ୍ଷ ଟିଭି ନରେନ୍ଦ୍ରନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ସମସ୍ତ ଷ୍ଟିଲ୍ କାରଖାନା ନିକଟବର୍ତୀ ଅଂଚଳରେ ଅକ୍ସିଜେନ୍ ଆଧାରିତ କୋଭିଡ୍ ହସ୍ପିଟାଲ କରିବା ପାଇଁ ଆହ୍ୱାନ କରିଛନ୍ତି । ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’, ଏଭଳି ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ଆହ୍ୱାନକୁ ସ୍ୱୀକାର କରି ଢ଼େଙ୍କାନାଳ ସମେତ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଭାରତବର୍ଷରେ ଇସ୍ପାତ୍ ଉତ୍ପାଦନକାରୀ କମ୍ପାନୀମାନେ ଇସ୍ପାତ୍ ଉତ୍ପାଦନ କମ୍ କରି ଅକ୍ସିଜେନ୍ ଉତ୍ପାଦନକୁ ବଢ଼ାଇ ଦେଶର ଆବଶ୍ୟକତାକୁ ପୂରଣ କରିଛନ୍ତି ।

ସମଗ୍ର ଭାରତବର୍ଷରେ ମେ ଏବଂ ଏପ୍ରିଲ ମାସରେ ୩ ଲକ୍ଷ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ କରାଯାଇଥିବା ବେଳେ କେବଳ ଇସ୍ପାତ୍ ଏବଂ ପେଟ୍ରୋଲିୟମ ବିଶୋଧନାଗାରରୁ ୨ ଲକ୍ଷ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉତ୍ପାଦନ କରାଯାଇଛି । ଓଡ଼ିଶାରେ ସେଲର ରାଉରକେଲା ଇସ୍ପାତ୍ କାରଖାନା ଏହି ସମୟ ଅବଧିରେ ୧୭ ହଜାର ମେଟ୍ରିକ୍ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ କରିଥିବା ବେଳେ ଟାଟା ଷ୍ଟିଲ, ସେଲ୍‌, ଜିନ୍ଦଲ ଇତ୍ୟାଦି ପ୍ଲାଟ୍ ଗୁଡ଼ିକ ସମଗ୍ର ଓଡ଼ିଶାରେ ୩୮ ହଜାର ମେଟ୍ରିକ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ କରି ଦେଶର ଆବଶ୍ୟକତାକୁ ପୂରଣ କରିଛନ୍ତି । ଓଡ଼ିଶାର ଏହି କାର‌୍ୟ୍ୟକୁ ଦେଶ ସବୁଦିନ ପାଇଁ ମନେରଖିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top