Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

କୋମାରେ ଆଇପିଏସ୍ ମ୍ୟାନେଜମେଣ୍ଟ, ବର୍ଷେ ହେଲା ବସିଲେଣି ବିକେ ଶର୍ମା

କୋମାରେ ଆଇପିଏସ୍ ମ୍ୟାନେଜମେଣ୍ଟ, ବର୍ଷେ ହେଲା ବସିଲେଣି ବିକେ ଶର୍ମା
ଭୁବନେଶ୍ୱର(ୱେୟାର):  ପାୱାର କରିଡରରେ କ୍ଷମତା ଲଢ଼େଇର ପରିଣତି ହେଉ ଅବାପୁଣି କୌଣସି ଏକ ଅଦୃଶ୍ୟ ଚାପରେ, ଏବେ ରାଜ୍ୟରେ ଆଇପିଏସ୍ ମ୍ୟାନେଜମେଣ୍ଟ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ରାଜ୍ୟର କେତେକ ବରିଷ୍ଠ ଆଇପିଏସ୍ ଅଫିସର ଏବେ ଘରେ ବସି ଦରମା ନେଉଥିବାବେଳେ ସେମାନଙ୍କୁ ଉପଯୁକ୍ତ କାର୍ଯ୍ୟରେ ନିୟୋଜିତ କରିବାକୁ ରାଜ୍ୟ ସରକାର ଉଚିତ୍ ମଣୁନାହାନ୍ତି । ପାୱାର କରିଡରର ସଦସ୍ୟ ଭାବେ କ୍ଷମତାକୁ ଜାହିର କରିବାର ଜିଦ୍ ହିଁ ଏବେ ରାଜ୍ୟରେ ଆଇପିଏସ୍ ଅଫିସରଙ୍କ ପରିଚାଳନାକୁ କୋମା ଆଡ଼କୁ ଟାଣି ନେଉଥିବା ଚର୍ଚ୍ଚା ହେଉଥିବାବେଳେ ଏସବୁ ଜାଣିମଧ୍ୟ ଆଇପିଏସ୍ ବିରାଦରୀ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ରହିବାକୁ କୁଣ୍ଠାବୋଧ କରୁନଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ,  ୧୯୮୬ ବ୍ୟାଚର ବରିଷ୍ଠ ଆଇପିଏସ୍ ତଥା ପୂର୍ବତନ ଡିଜି ବିକେ ଶର୍ମାଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କ ନାଟକୀୟ କାର୍ଯ୍ୟାନୁଷ୍ଠାନକୁ ବର୍ଷେ ପୁରିବାକୁ ବସିଛି । ୨୦୧୯ ନଭେମ୍ବର ୨୦ତାରିଖରେ ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ଅଚାନକ ଦୁର୍ନୀତିର ଅଭିଯୋଗ ଲଦି ଦେଇ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟକାରୀ ଡିଜି ପଦରୁ ହଟାଇ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଥିଲେ । ସେହିଦିନଠୁ ଆଜି ପର୍ଯ୍ୟନ୍ତ ଶ୍ରୀ ଶର୍ମା ଘରେ ବସି ଦରମା ନେଉଛନ୍ତି । ନିଜର ଦକ୍ଷତା ଓ ନିଆରା କାର୍ଯ୍ୟଶୈଳୀ ପାଇଁ ସର୍ବଦା ଚର୍ଚ୍ଚାରେ ରହୁଥିବା ଓଡ଼ିଶା ପୁଲିସ ପ୍ରଶାସନର ବରିଷ୍ଠ ଆଇପିଏସ ଶ୍ରୀ ଶର୍ମା ୨୦୨୨ ଅକ୍ଟୋବର ମାସରେ ସରକାରୀ ଚାକିରିରୁ ଅବସର ନେବେ । ଇତିମଧ୍ୟରେ ସେ ପୁଲିସ ପ୍ରଶାସନରେ ୩୪ବର୍ଷର ଅଭିଜ୍ଞତା ହାସଲ କରିଥିଲେ ମଧ୍ୟ ତାଙ୍କୁ ରାଜ୍ୟର ସେବାରେ ଉପଯୋଗ କରିବାକୁ ରାଜ୍ୟ ସରକାର ଆଗ୍ରହ ଦେଖାଉନାହାନ୍ତି କି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବି ସକ୍ଷମ ହେଉନାହାନ୍ତି । ଏପରିକି ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗର ଯେଉଁ ଫର୍ଦ୍ଦ ରାତାରାତି ପାୱାର କରିଡରରେ ଲେଖାଯାଇଥିôଲା ବର୍ଷେ ପରେ ବି ତାକୁ ସରକାର ପ୍ରମାଣିତ କରାଇ ପାରିନାହାନ୍ତି ।
ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଡିଜି ପାହ୍ୟାର ଅଫିସର ଶ୍ରୀ ଶର୍ମାଙ୍କ ବିରୁଦ୍ଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ପାଇଁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ ହୋଇଥିଲା ସେହି କମିଟି ମାତ୍ର ୩ଥର ବୈଠକ କରିଛି, କିନ୍ତୁ ଶ୍ରୀ ଶର୍ମାଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବା ଭଳି କୌଣସି ବଳିଷ୍ଠ ପ୍ରମାଣ ଯୋଗାଡ଼ କରିପାରିନି କିମ୍ବା ଅଭିଯୋଗକୁ ସତ୍ୟ ପ୍ରମାଣିତ କରାଇବାରେ ସକ୍ଷମ ହୋଇନି । ଯେଉଁଥିପାଇଁ ସେହି ଅଭିଯୋଗର ତଦନ୍ତକୁ ଗତ ପ୍ରାୟ ୭ମାସରୁ ଅଧିକ ସମୟ ହେଲା ଶୀତଳଭଣ୍ଡାରରେ ପକାଇ ରଖାଯାଇଛି । ଏପରିକି ପାୱାର କରିଡରର ଚାପ ଯୋଗୁ ଶ୍ରୀ ଶର୍ମାଙ୍କୁ ମଧ୍ୟ କ୍ଲିନଚିଟ୍ ମିଳିପାରୁନଥିବା ଏହି ସୂତ୍ରରୁ ଜଣାପଡ଼ିଛି । ତେବେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଆସନ୍ତାମାସରେ ସରକାରୀ ଚାକିରିରୁ ଅବସର ନେବାପରେ ଏହି ଅଭିଯୋଗକୁ ପରବର୍ତ୍ତୀ ମୁଖ୍ୟ ସଚିବ କିଭଳି ଦେଖିବେ ତାକୁ ନେଇ ଏବେ ଶଙ୍କା ଦେଖାଦେଇଛି ।
ସେହିପରି ୧୯୯୫ ବ୍ୟାଚ୍ ଆଇପିଏସ ରୀତୁ ଅରୋରା କେନ୍ଦ୍ରୀୟ ଡେପୁଟେସନରେ ଫେରିବାପରେ ତାଙ୍କୁ ମଧ୍ୟ ଗୃହ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରାଯାଇଛି । ପୁଲିସ ପ୍ରଶାସନରେ ୨୫ବର୍ଷର ଅଭିଜ୍ଞତା ଥିବା ଏଡିଜି ପାହ୍ୟାର ଅଫିସର ଶ୍ରୀମତୀ ଅରୋରା ସେପ୍ଟେମ୍ବର ମାସରୁ ଘରେବସି ଦରମା ନେଉଛନ୍ତି । ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବାକୁ ରାଜ୍ୟ ସରକାର ଉଚିତ୍ ମଣୁନାହାନ୍ତି । ଯଦିଓ ତାଙ୍କ ସ୍ୱାମୀ ଏବେ ରାଜ୍ୟ ସରକାରରେ ପ୍ରମୁଖ ସଚିବ ପାହ୍ୟାରେ କାର୍ଯ୍ୟରତ ଅଛନ୍ତି ।
କେବଳ ଉପରୋକ୍ତ ଦୁଇ ବରିଷ୍ଠ ଆଇପିଏସ ଅଫିସର ନୁହଁନ୍ତି, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୨୦୦୩ ବ୍ୟାଚର ଆଇପିଏସ ହିମାଂଶୁ ଲାଲ ଓ ୨୦୦୮ ବ୍ୟାଚର ସତ୍ୟଜିତ୍ ନାଏକଙ୍କୁ ମଧ୍ୟ କୌଣସି ନିଯୁକ୍ତି ନଦେଇ ରାଜ୍ୟ ସରକାର ଦରମା ଗଣି ଚାଲିଛନ୍ତି ।
ବରିଷ୍ଠ ଆଇପିଏସ ଅଫିସରମାନଙ୍କୁ କୌଣସି କାମ ନଦେଇ  ନିଷ୍କ୍ରିୟ କରି ଘରେ ବସାଇ ରଖିବାର ପ୍ରତିକୂଳ ପ୍ରଭାବ ପୁଲିସ ଫୋର୍ସ ଉପରେ ପଡ଼ୁଥିବାବେଳେ ପାୱାର କରିଡରର ଏଭଳି କ୍ଷମତା ଜାହିର କରିବାର ଜିଦ୍ ଆଗରେ ବି ଆଇପିଏସ୍ ଆସୋସିଏସନ୍ ମୂକ ପାଲଟିଯାଇଛି । ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଥିବାବେଳେ କେବେ ପାୱାର କରିଡର ନିଜର ଅହଙ୍କାର ଓ ଜିଦ୍ ଛାଡ଼ି ଆଇପିଏସ ଅଫିସରମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିବ ତାକୁ ନେଇ ସାଧାରଣରେ ଚର୍ଚ୍ଚା ।
Click to comment

Leave a Reply

Your email address will not be published. Required fields are marked *

Most Popular

To Top