Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଲକତାରେ ନାହିଁ ଓମିକ୍ରନ ଭୟ: ଖ୍ରୀଷ୍ଟମାସରେ ଭାଙ୍ଗିଲେ କୋଭିଡ ନିୟମ

କୋଲକାତା: ଗୋଟେ ପଟେ କେନ୍ଦ୍ର ସରକାର ଓମିକ୍ରନ ଉପରେ ତଥ୍ୟ ସଂଗ୍ରହ ପାଇଁ ୧୦ ରାଜ୍ୟରେ ପ୍ରତିନିଧୀ ପଠାଉଛନ୍ତି । ଯାହା ମଧ୍ୟରେ କୋଲକତା ମଧ୍ୟ ରହିଛି । କିନ୍ତୁ ଏଠି ଲୋକେ ଅତି ଆନନ୍ଦ ଉହ୍ଲାସର ସହ ଖ୍ରୀଷ୍ଟମାସ ମନାଉଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ଦେଇଥିବା ଏକ ସ୍ମାରକପତ୍ର ଅନୁଯାୟୀ ଉତ୍ତରପ୍ରଦେଶ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ମିଜୋରାମ, କର୍ଣ୍ଣାଟକ, ବିହାର, ଝାଡଖଣ୍ଡ ଓ ପଞ୍ଜାବ ସମେତ ୧୦ଟି ରାଜ୍ୟରେ ଟୀକାକରଣ ହାର ଜାତୀୟ ହାର ଠାରୁ କମ ଅଟେ । ତେଣୁ ଏହି ଟିମ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ରହିବା ସହିତ ରାଜ୍ୟ ସ୍ୱାସ୍ଥ୍ୟ କର୍ତ୍ତୁପକ୍ଷଙ୍କ ସହ କାର୍ଯ୍ୟର ତଦାରଖ କରିବେ ।

ଏପଟେ କିନ୍ତୁ ଖ୍ରୀଷ୍ଟମାସ ଅବସରରେ ପାର୍କ ଷ୍ଟ୍ରିଟ ଏବଂ ବିଭିନ୍ନ ଚର୍ଚ୍ଚରେ ଏକତ୍ରିତ ହୋଇଥିବା ଲୋକେ ଓମିକ୍ରନ ମାମଲାର ଗମ୍ଭୀରତାକୁ ବିଲକୁଲ ବି ଅନୁଭବ କରିନଥିଲେ । ଯାହାର ଚିତ୍ର ଦେଖିଲେ ଆପଣ ଅନୁମାନ ଲଗାଇପାରିବେ । ପୋଲିସର ଉପସ୍ଥିତି ସତ୍ତ୍ୱେ ପାର୍କ ଷ୍ଟ୍ରିଟରେ ଥିବା ରେଷ୍ଟୁରାଣ୍ଟରେ ଏମିତି ଭିଡ ହୋଇଥିଲା ଯେ ସିଟ ପାଇବାକୁ ପ୍ରତିଦ୍ୱନ୍ଦିତା ଚାଲିଥିବା ନଜର ଆସିଥିଲା । ଜଣେ ସ୍ୱେଚ୍ଛାସେବୀ ନାଗରିକଙ୍କ କହିବା ଅନୁଯାୟୀ ମଧ୍ୟାହ୍ନରେ ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ଜନସମାଗମ ଆରମ୍ଭ ହୋଇଥିଲା ଏବଂ ଅନେକ ଚେତାବନୀ ସତ୍ତ୍ୱେ ଲୋକେ ମାସ୍କ ପିନ୍ଧିବାକୁ ମନା କରିଦେଇଥିଲେ । କହିବା ଅନୁଯାୟୀ ମାସ୍କ ନପିନ୍ଧିଲେ ଜୋରିମନା ପାଇଁ କୁହାଯାଇଥିଲା ହେଲେ କଡା କାର୍ଯ୍ୟାନୁଷ୍ଠାନ ପରେ ବି କୌଣସି ପ୍ରୋଟୋକଲ ଅନୁସରଣ କରାଯାଇନଥିଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top