Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଷ୍ଟାଲ ହାଇୱେକୁ ଅଟକାଇଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶାରେ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ନିଜେ ବିଭ୍ରାନ୍ତି କରୁଛନ୍ତି । ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପ କାମକୁ ନିଜେ ରାଜ୍ୟ ସରକାର ଅଟକାଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ପୂର୍ବ ନକସା ଅନୁସାରେ କୋଷ୍ଟାଲ ହାଇୱେ କାମ ହେବ । ଓଡ଼ିଶାର ବିକାଶ ପାଇଁ ସମ୍ଭାବନାକୁ ନେଇ ଉପଜୁଥିବା ସମସ୍ୟା ଓ ତାହାର ସମାଧାନ ପାଇଁ ବିଜେପି ବଦ୍ଧପରିକର ବୋଲି ସେ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ରହିଥିବା କୋଷ୍ଟାଲ ହାଇୱେ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି । ଏହି ପ୍ରସ୍ତାବିତ ପ୍ରକଳ୍ପ ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡ୍ରିମ୍ ପ୍ରୋଜେକ୍ଟ । ତେବେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ଦ୍ୱାରା ଏହି ପ୍ରକଳ୍ପ ଉପରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତିହୀନ ଏବଂ ଏ ସମ୍ବନ୍ଧରେ ସେ ଗଣମାଧ୍ୟମକୁ ଏକପାଖିଆ ମନ୍ତବ୍ୟ ଦେଇ ଓଡ଼ିଶାର ଜନସାଧାରଣଙ୍କୁ
ବିଭ୍ରାନ୍ତି କରିଛନ୍ତି । ଶ୍ରୀ ଦାସବର୍ମା ତଥ୍ୟ ଆଧାରିତ କଥା ନକହିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଗଣମାଧ୍ୟମରେ ତଥ୍ୟ ରଖିବା ପୂର୍ବରୁ ସଞ୍ଜୟ ଦାସବର୍ମା ପ୍ରଥମେ ପ୍ରସ୍ତାବିତ କୋଷ୍ଟାଲ ହାଇୱେ ବିଷୟରେ ସବିଶେଷ ଜାଣିବାର ଆବଶ୍ୟକତା ରହିଛି । ଗତ ଦୁଇ ଦିନ ପୂର୍ବରୁ ତଥା ଜାନୁୟାରୀ ୨୭ରେ ଶ୍ରୀ ବର୍ମା କୋଷ୍ଟାଲ ହାଇୱେର ଆଲାଇନମେଂଟ୍ ପରିବର୍ତ୍ତନ ବିଷୟରେ ଜନସାଧାରଣ ସମ୍ମୁଖରେ ଦୁଇଟି ବିବରଣୀ ରଖିଥିଲେ ।
ପ୍ରଥମ ବିବରଣୀରେ ସେ କହିଥିଲେ ଯେ, ପୂର୍ବରୁ ଅନୁମୋଦିତ ହୋଇଥିବା ୪୪୦ କିମି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର କୋଷ୍ଟାଲ ହାଇୱେକୁ ୧୭୭ କିଲୋମିଟରକୁ କମାଇ ଦିଆଯାଇଛି । ତେବେ ବାସ୍ତବ କଥା ହେଉଛି ଶ୍ରୀ ବର୍ମାଙ୍କୁ କୋଷ୍ଟାଲ ହାଇୱେ ବିଷୟରେ କୌଣସି ଧାରଣା ନାହିଁ । ସେ କେବଳ କୋଷ୍ଟାଲ ହାଇୱେର ଏକପାଖିଆ ଯଥା ୧୭୭ କିମି ୧୪୯ ମିଟର ଲମ୍ବ ଟାଙ୍ଗୀରୁ ରତନପୁର ଭାୟା ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ – ଅସ୍ତରଙ୍ଗ – ନାଉଗାଁ
– ପାରାଦୀପ ବନ୍ଦର – ରତନପୁର ଉପରେ କହିଥିଲେ । ଯାହାକୁ ଗତବର୍ଷ ନଭେମ୍ବର ୧୦ ତାରିଖରେ ଅନୁମୋଦନ ମିଳିଥିଲା ।
ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର ସାତପଡ଼ାରୁ ଗୋପାଳପୁର ପର୍ଯ୍ୟନ୍ତ ପ୍ରକଳ୍ପର କାମକୁ ଅଟକାଇ ରଖିଛନ୍ତି । ଶ୍ରୀ ଦାସବର୍ମା ପ୍ରକଳ୍ପର ଦ୍ୱିତୀୟ ଭାଗକୁ ହିସାବ କରୁନାହାନ୍ତି । ଯଥା ଗତବର୍ଷ ଡ଼ିସେମ୍ବର ୧୫ତାରିଖରେ ଧାମରା, ବାସୁଦେବପୁର
ବ୍ୟତୀତ ୧୭୦.୭୭ କିମି ଲମ୍ବର ରତନପୁରରୁ ଦୀଘା କୋଷ୍ଟାଲ ହାଇୱେ ପାଇଁ ପରିବେଶ ମନ୍ତ୍ରଣାଳୟ ଅନୁମୋଦନ ଦେଇଛନ୍ତି । ସେହିପରି ୩୫ କିମି ଲମ୍ବ ଧାମରାରୁ ବାସୁଦେବପୁରର କାର୍ଯ୍ୟ ଏନଏଚଏଆଇ ଦ୍ୱାରା ଜାମ୍ମୁଝାଡ଼ି – ଧାମରା ବନ୍ଦର ସଂଯୋଗ ସ୍ଥାପନ ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ କରାଯାଉଥିଲା । ପ୍ରଥମ ପର୍ଯ୍ୟାୟରେ ସାତପଡ଼ାରୁ ଦୀଘା ପର୍ଯ୍ୟନ୍ତ ଅନୁମୋଦିତ ହୋଇଥିବା ୩୭୦ କିମି ଲମ୍ବର ପ୍ରକଳ୍ପକୁ ଏବେ ୩୮୨.୮୪୯ କିମି ଲମ୍ବର କୋଷ୍ଟାଲ ହାଇୱେ ପାଇଁ ଅନୁମୋଦନ ଦିଆଯାଇଛି ।
ସେହିପରି ରାଜ୍ୟ ସରକାର ଗୋପାଳପୁରରୁ ସାତପଡ଼ାର ରାସ୍ତାକୁ ସହମତି ଦେଇନଥିବା ଯୋଗୁଁ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ଟାଙ୍ଗୀ – ବ୍ରହ୍ମଗିରି – ପୁରୀ – କୋଣାର୍କ ଅସ୍ତରଙ୍ଗ-ନାଉଗାଁ– ପାରାଦୀପ ବନ୍ଦର-ରତନପୁର-ଧାମରା-ଦୀଘାକୁ ସଂଯୋଗ କରିବା ପାଇଁ ଅନୁମୋଦନ ଦିଆଯାଇଛି ବୋଲି ବିଜେପି କହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସୁରଥ ବିଶ୍ୱାଳ, ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top