Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କୋଷ୍ଟାଲ ହାଇୱେକୁ ନେଇ ପୁଣି ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଓଡ଼ିଶାରେ କୋଷ୍ଟାଲ ହାଇୱେ ନିର୍ମାଣ ପ୍ରସଙ୍ଗରେ ପୁଣିଥରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ରାଜ୍ୟସଭାରେ ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କୋଷ୍ଟାଲ ହାଇୱେର ଲମ୍ବ ୩୮୨ କିମି ରଖାଯାଇଛି ବୋଲି କହିବା ପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ଏପଟେ ସତ ଜାଣିବି ବିଜେଡି ମିଛ କହୁଛି ବୋଲି ବିଜେପି ଅଭିଯୋଗ କରିଛି ।
ଆଜି ବିଜେଡି ସାଧାରଣ ସମ୍ପାଦକ ତଥା ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯାହା ସେ ପୂର୍ବରୁ ସନ୍ଦେହ କରୁଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି । କୋଷ୍ଟାଲ ହାଇୱେର ଦୈର୍ଘ୍ୟ ୪୩୦କିମିରୁ ୩୮୨କିମିକୁ ହ୍ରାସ କରାଯାଇଛି । ପ୍ରାୟ ୫୦କିମି କମାଇ ଦିଆଯାଇଛି । କୋଷ୍ଠାଲ ହାଇୱେ ଓଡ଼ିଶାର ଭାଗ୍ୟ ଭବିଷ୍ୟତ । ଏହାକୁ ରାଜନୀତିକ ପ୍ରସଙ୍ଗ ନକରି ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ । କୋଷ୍ଟାଲ ହାଇୱେ ଯେଉଁ ଆଲଏନମେଣ୍ଟ ଦେଇ ହେବାକଥା ସେହିଭଳି ହେଉ । କେନ୍ଦ୍ର ସରକାର ଏହା ଉପରେ ପୁନର୍ବିଚାର କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ବି କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏପରି ନିଷ୍ପତ୍ତି ନେବା ତାଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀ ଦାସବର୍ମାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ କୋଷ୍ଟାଲ ହାଇୱେ ନିଜ ହିସାବରେ ନକରିହେବାରୁ ସଞ୍ଜୟ ଦାସବର୍ମା ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି । ଶ୍ରୀ ଦାସବର୍ମା ଜାଣିଶୁଣି ମିଛ କାହାଣୀ ଗପୁଛନ୍ତି । କୋଷ୍ଟାଲ ହାଇୱେ ବିଳମ୍ବ ହେବାରେ ରାଜ୍ୟ ସରକାରଙ୍କ ଢ଼ାଲ ହୋଇ ଶ୍ରୀ ଦାସବର୍ମା ଛିଡ଼ା ହୋଇଛନ୍ତି । କୋଷ୍ଟାଲ ହାଇୱେ ପ୍ରାରମ୍ଭିକ ସମୟରେ ୪୩୦କିମି ଆକଳନ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତିରେ ଏହାକୁ ୩୭୦କିମି କରାଯିବାକୁ ନିଷ୍ପତ୍ତି ନିଆଗଲା । ପରବର୍ତ୍ତୀ ସମୟରେ ୩୮୨କିମି ହେବାପ ।ଇଁ ଉଭୟ ସରକାରଙ୍କ ସହମତି ହୋଇସାରିଛି । ତେଣୁ ୧୨କିମି ବଢ଼ିଥିବା ଯୋଗୁ ମୋଦି ସରକାରଙ୍କୁ ବିଜେଡି ଧନ୍ୟବାଦ ଦେଉ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେହିପରି କୋଷ୍ଟାଲ ହାଇୱେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡ୍ରିମ ପ୍ରୋଜେକ୍ଟ ହୋଇଥିବାରୁ ତାକୁ ସଫଳ କରିବାକୁ ସେ ଅହରହ ଉଦ୍ୟମ କରୁଚନ୍ତି । କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ମନ୍ତ୍ରୀ ଯଦି ସଂସଦରେ ଭୁଲ୍ ତଥ୍ୟ ଦେଇଥିବା କୁହାଯାଉଛି ତା’ହେଲେ ରାଜ୍ୟ ସରକାର ପୁଙ୍ଖାନୁପୁଙ୍ଖ ଭାବେ କେନ୍ଦ୍ର ସରକାରଙ୍କୁ ଉତ୍ତର ମାଗନ୍ତୁ । କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ସମୀକ୍ଷା ବୈଠକରେ କାହିଁକି ମୁଖ୍ୟମନ୍ତ୍ରୀ ଏନେଇ ଉତ୍ତର ରଖିନଥିଲେ । ନା ସଞ୍ଜୟଙ୍କ ପାଖରେ ସୂଚନା ନଥିଲା । ଗତ ସମୀକ୍ଷା ବୈଠକରେ ଦୀଘାରୁ ସାତପଡ଼ା ପର୍ଯ୍ୟନ୍ତ ମଞ୍ଜୁରୀ ଦିଆଯିବା କଥା ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ଓ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଜେଡି ତିଳକୁ ତାଳ କରିବାରେ ମାହିର । ତେଣୁ ଏସବୁର ତଥ୍ୟ ଆଧାରିତ ସତ୍ୟ ରଖିବା ପାଇଁ ବିଜେପି ସବୁବେଳେ ପ୍ରସ୍ତୁତ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସେହିପରି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ଏମିତି ମିଛ କହି ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତଥ୍ୟ ପ୍ରମାଣ ନଦେଖି ସିଧା ଦୋଷ ଲଦିବା ବିଜେଡର ଅଭ୍ୟାସ ହେଲାଣି । ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି କୋଷ୍ଟାଲ ହାଇୱେକୁ ୩୭୦କିମିକୁ ଅଣାଯାଇଥିଲା । ଏବେ କେନ୍ଦ୍ର ସରକାର ତାକୁ ୩୮୨କିମିକୁ ବୃଦ୍ଧି କରିଛନ୍ତି । ତେଣୁ କୋଷ୍ଟାଲ ହାଇୱେର ଦୈର୍ଘ୍ୟ କମିିନି ବରଂ ୧୨କିମି ବୃଦ୍ଧି ପାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top