Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର ଶିଖର ଧାୱନ

ଶିଖର ଧାୱନଙ୍କ କ୍ରିକେଟ ଯାତ୍ରାର ପଡ଼ିଲା ପୂର୍ଣ୍ଣଚ୍ଛେଦ । ଭାରତୀୟ କ୍ରିକେଟର ଶିଖର ଧାୱନ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଖେଳିଛନ୍ତି ଧାୱନ । ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏକ ଭିଡିଓ ପୋଷ୍ଟ କରି ସେ ନିଜ ଅବସର ସମ୍ପର୍କରେ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । କ୍ରିକେଟରୁ ବିଦାୟ ନେଉଥିବାବେଳେ ସେ ବିଶେଷ କରି ତାଙ୍କ ପରିବାର, ପିଲାଦିନର କୋଚ୍, ଟିମ୍ ଇଣ୍ଡିଆ ଏବଂ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି ।

ଅବସର ଘୋଷଣା କରି ଧାୱନ କହିଛନ୍ତି, ଆଜି ମୁଁ ଏମିତି ଏକ ମୁହୂର୍ତ୍ତରେ ଛିଡ଼ା ହୋଇଛି ଯେଉଁଠାରୁ ମୁଁ ପଛକୁ ଚାହିଁ ଅନେକ ସ୍ମୃତି ଦେଖୁଛି ଏବଂ ଯେତେବେଳେ ମୁଁ ଆଗକୁ ଚାହେଁ, ସମଗ୍ର ଦୁନିଆ । ଭାରତ ପାଇଁ ଖେଳିବାମୋର ସବୁବେଳେ ସମାନ ଗନ୍ତବ୍ୟ ସ୍ଥଳ ଥିଲା ଏବଂ ଏହା ତାହା ହୋଇଥିଲା | ଏଥିପାଇଁ ମୁଁ ଅନେକ ଲୋକଙ୍କୁ, ମୋ ପରିବାର, ମୋ ପିଲାଦିନର ପ୍ରଶିକ୍ଷକ ତାରିକ୍ ସିହ୍ନା, ମଦନ ଶର୍ମାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନଙ୍କ ଅଧୀନରେ ମୁଁ କ୍ରିକେଟ୍ ଶିଖିଥିଲି। ତା’ପରେ ମୋ ଟିମ୍ ଯେଉଁମାନଙ୍କ ସହ ମୁଁ ବର୍ଷ ବର୍ଷ ଧରି ଖେଳିଥିଲି। ମୁଁ ଏକ ନୂଆ ପରିବାର ପାଇଲି । ନାଁ ମିଳିଲା, ତାସହ ବହୁତ ଭଲ ପାଇବା ମିଳିଲା ।

୫ ଡିସେମ୍ବର ୧୯୮୫ ମସିହାରେ ଜନ୍ମଗ୍ରହଣ କରିଥିବା ଭାରତୀୟ କ୍ରିକେଟର ଶିଖର ଧାୱନ ଜଣେ ବାମହାତି ବ୍ୟାଟ୍ସମ୍ୟାନ ଓ କାମଚଳା ଡାହାଣହାତୀ ଅଫ ବ୍ରେକ ବୋଲର । ୧୭ ଏବଂ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ସେ ସଦସ୍ୟ ଥିଲେ । ଦିଲ୍ଲୀ ପାଇଁ ସେ ୨୦୦୪ରେ ପ୍ରଥମେ ରଣଜୀ ମ୍ୟାଚ ଖେଳିଥିଲେ । ଶିଖର ତାଙ୍କର ପ୍ରଥମ ଦିନିକିଆ ଆନ୍ତର୍ଜାତୀୟ ଅକ୍ଟୋବର ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ମାର୍ଚ ୨୦୧୩ରେ ସେ ସେହି ଦଳ ବିପକ୍ଷରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top