ଇଟାୱ: ଉତ୍ତର ପ୍ରଦେଶର ଇଟାୱରେ ଆଜି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଲୋକଙ୍କୁ ନେଇ ଆସୁଥିବା ଗୋଟିଏ ଟ୍ରକ୍ ରାସ୍ତାକଡ଼ରେ ଥିବା ଖାତକୁ ଖସି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ ଟ୍ରକ୍ର ଡାଲାରେ ବସି ଆସୁଥିବା ବେଳେ ଏଭଳି ଘଟଣା ଘଟିଛି।
ସୂଚନା ଅନୁସାରେ, ଟ୍ରକ୍ରେ ବସି ସମସ୍ତେ ଲଖନାଠାରେ ଆୟୋଜିତ ଗୋଟିଏ ଧାର୍ମିକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ। ତେବେ ଅଧା ବାଟରେ ଟ୍ରକ୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଏହା ରାସ୍ତାର ୩୫ ଫୁଟ ତଳ ଥିବା ଖାତକୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା।


