Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ଦେଶ- ବିଦେଶ

ଗୁଜରାଟରେ ଦୁଇ ପର୍ଯ୍ୟାୟରେ ବିଧାନସଭା ଭୋଟ୍

ନୂଆଦିଲ୍ଲୀ :ଗୁଜରାଟରେ ଦୁଇ ପର୍ଯ୍ୟାୟରେ ମୋଟ ୧୮୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ମୁଖ୍ୟ ନିର୍ବାଚନ କମିଶନ ଅଚଳ କୁମାର ଜ୍ୟୋତି ବୁଧବାର ଏହି ଘୋଷଣା କରିଛନ୍ତି । ନିର୍ବାଚନ ତାରିଖ ଘୋଷଣା ସହ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଡିସେମ୍ବର ୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୮୯ଟି ଆସନରେ ଓ ଡିସେମ୍ବର ୧୪ରେ ବାକି ୯୩ଟି ଆସନରେ ମତଦାନ ଗ୍ରହଣ କରାଯିବ । ଡିସେମ୍ବର ୧୮ତାରିଖରେ ଭୋଟ୍ ଗଣତି ହେବ । ଭୋଟ୍ଗ୍ରହଣ ପାଇଁ ରାଜ୍ୟରେ ମୋଟ ୫୦,୧୨୮ଟି ପୋଲିଂ ବୁଥ ସ୍ଥାପନ କରାଯିବ ଓ ପ୍ରାୟ ୪ କୋଟି ୩୩ଲକ୍ଷ ଲୋକ ନିଜର ମତଦାନ ସାବ୍ୟସ୍ତ କରିବେ । ନିର୍ବାଚନରେ ଭିଭିପାଟ୍ ମେସିନର ଉପଯୋଗ କରାଯିବ । ନିର୍ବାଚନ କାର୍ଯ୍ୟରେ ମୋଟ ୨୬,୪୪୩ଜଣ ସରକାରୀ କର୍ମଚାରୀ ନିୟୋଜିତ ହେବେ । ପ୍ରଥମଥର ପାଇଁ ୧୦୨ଟି ବୁଥ୍ରେ ମହିଳା ନିର୍ବାଚନ ଅଧିକାରୀ ଓ ସୁରକ୍ଷାକର୍ମୀ ରହିବାର ବ୍ୟବସ୍ଥା କରାଯାଇଛି । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୨୮ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିବ ବୋଲି ଶ୍ରୀ ଜ୍ୟୋତି ଘୋଷଣା କରିଛନ୍ତି । ନିର୍ବାଚନବେଳେ ସମ୍ବେଦନଶୀଳ ବୁଥ୍ର ଭିଡିଓ ରେକର୍ଡିଂ କରାଯିବା ସହ ପ୍ରାର୍ଥୀପତ୍ର ଦାଖଲ, ପ୍ରାର୍ଥୀପତ୍ର ପ୍ରତ୍ୟାହାର, ନିର୍ବାଚନ ପ୍ରଚାର, ଇଭିଏମ୍ ରହୁଥିବା ଷ୍ଟ୍ରଙ୍ଗରୁମ୍ର ଭିଡିଓ ରେକର୍ଡିଂ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଗୁଜରାଟରେ ନିର୍ବାଚନ ତାରିଖ ଘୋଷଣାରେ ବିଳମ୍ବ ପ୍ରସଙ୍ଗରେ ଶ୍ରୀ ଜ୍ୟୋତି କହିଛନ୍ତି ଯେ ରାଜ୍ୟରେ ବନ୍ୟା ପାଇଁ ରିଲିଫ ବଂଟନ କାର୍ଯ୍ୟରେ କର୍ମଚାରୀମାନେ ନିୟୋଜିତ ଥିବା ସମ୍ପର୍କରେ ରାଜ୍ୟ ସରକାର ସୂଚିତ କରିଥିଲେ । ତେଣୁ ତାରିଖ ଘୋଷଣା ହେବାରେ ବିଳମ୍ବ ହେଲା ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top