Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଗୃହରେ ଅଚଳାବସ୍ଥା ଜାରି: ସର୍ବଦଳୀୟ ବୈଠକ ଫେଲ, ମାନିଲେନି ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ୱେୟାର):ଚାଷୀ ପ୍ରସଙ୍ଗକୁ ନେଇ ଆଜି ଦ୍ୱିତୀୟ ଦିନ ପାଇଁ ଗୃହରେ ଅଚଳାବସ୍ଥା ଜାରି ରହିଛି । ବିରୋଧୀ ଦଳଙ୍କ ହଟ୍ଟଗୋଳ ଯୋଗୁ ଆଜି ପ୍ରଥମାର୍ଦ୍ଧରେ ଗୃହରେ କୌଣସି କାର୍ଯ୍ୟ ହୋଇ ପାରିନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ସମାଧାନର ବାଟ ଖୋଜିଥିଲେ । ମାତ୍ର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ରୁଲିଂ ସତ୍ତ୍ୱେ ବିରୋଧୀ ନିଜ ଜିଦରେ ଅଟଳ ରହିଛନ୍ତି ଓ ସମାଧାନର ବାଟ ବାହାରିପାରିନି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଗୃହ କାର୍ଯ୍ୟ ୭ଥର ମୁଳତବୀ ହୋଇଥିଲା ।
ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ବିଧାୟକମାନେ ଦେହରେ ଗାଉନ୍ ପିନ୍ଧି ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ । ମଣ୍ଡି ଓ ଧାନ କିଣାରେ ଅବ୍ୟବସ୍ଥା ସମେତ ଚାଷୀଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାପରେ କଂଗ୍ରେସ ସଦସ୍ୟମାନେ ମଧ୍ୟ ଚାଷୀ ପ୍ରସଙ୍ଗରେ ସେମାନଙ୍କ ସହ ସାମିଲ ହୋଇ ପ୍ରତିବାଦ ଜଣାଇଥିଲେ । ଯେଉଁଥିପାଇଁ ବାଚସ୍ପତି ପ୍ରଥମେ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଗୃହରେ ହଟ୍ଟଗୋଳ ହେବାପରେ ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ମୁଲତବୀ କରି ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟ ବୈଠକରେ ବି ସମାଧାନର ବାଟ ବାହାରି ପାରିନଥିଲା । ଯଦିଓ ବାଚସ୍ପତି ଶ୍ରୀ ପାତ୍ର ତାଙ୍କ ରୁଲିଂରେ ଆସନ୍ତାକାଲି ଶନିବାର ଗୃହରେ ବିଭାଗୀୟ ମନ୍ତ୍ରୀଙ୍କୁ ଧାନକିଣା ପ୍ରସଙ୍ଗରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁଣି ୭ଦିନ ପରେ ଧାନକିଣା ଅଗ୍ରଗତି ନେଇ ଗୃହକୁ ଜଣାଇବାକୁ ମଧ୍ୟ କହିଥିଲେ । ତେବେ ବାଚସ୍ପତିଙ୍କ ଏହି ରୁଲିଂକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଥିବାବେଳେ ବିଜେପି ସଦସ୍ୟମାନେ ମଣ୍ଡିରୁ ଧାନ ଉଠିବା ନେଇ ପ୍ରତିଶ୍ରୁତି ଚାହିଁଥିଲେ । ଯେଉଁଥିପାଇଁ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ସରଗରମ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ହଟ୍ଟଗୋଳ ମଧ୍ୟରେ ଗୃହରେ ସରକାର ଓଡ଼ିଶା କୃଷିଜାତ ଓ ପଶୁସମ୍ପଦ ବିପଣନ ଅଧ୍ୟାଦେଶକୁ ଆଗତ କରିଥିଲେ । ଆଜି ଦିନତମାମ ଗୃହରେ କୌଣସି କାର୍ଯ୍ୟ ହୋଇପାରିନଥିଲା । ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ପ୍ରଶ୍ନକାଳ,ଶୂନ୍ୟକାଳ ଓ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ନେଇ ଆଲୋଚନା ସମ୍ଭବପର ହୋଇପାରିନଥିଲା ।
ସେପଟେ ଶାସକ ବିଜେଡି ଗୃହରେ ଅଚଳାବସ୍ଥା ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି । ବିଜେଡି ବିଧାୟକ ସରୋଜ ମେହେର କହିଛନ୍ତି ଯେ, ଧାନକିଣାକୁ ନେଇ କେନ୍ଦ୍ର ସରକାର ଯେତିକି ଟଙ୍କା ବାକି ରଖିଛନ୍ତି ତାହା ପୂରଣ ହେଲା ସବୁ ଧାନ ଉଠିଯିବ ।
ମଣ୍ଡିରୁ ଧାନ ପଡ଼ିରହିଥିବାବେଳେ ଟୋକେନ ବ୍ୟବସ୍ଥା ଫେଲ୍ ମାରିଥିବାରୁ ଚାଷୀ ନିଜର ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛି । ଚାଷୀ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଚୁପ୍ ବସିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top