Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଗ୍ରାମ ରୋଜଗାର ସେବକଙ୍କ ଦରମା ବୃଦ୍ଧି

ଭୁବନେଶ୍ୱର : ଗ୍ରାମ ରୋଜଗାର ସେବକଙ୍କ ମାସିକ ଦରମା ୫ହଜାର ଟଙ୍କାରୁ ୭ହଜାର ଟଙ୍କାକୁ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ଆର୍ଥିକ ପ୍ରୋତ୍ସାହନ ବାବଦରେ ପ୍ରତିମାସରେ ଅତିରିକ୍ତ ୧୫୦୦ଟଙ୍କା ଦିଆଯିବ ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ଦରମା ବୃଦ୍ଧି ଓ ସ୍ଥାୟୀ ଚାକିରି ଦାବିରେ ଗତକାଲି ଭୁବନେଶ୍ୱର ପିଏମ୍ଜି ଛକରେ ଆନ୍ଦୋଳନ କରୁଥିବା ଗ୍ରାମ ରୋଜଗାର ସେବକଙ୍କ ଉପରେ ପୁଲିସ୍ ଲାଠି ମାଡ଼ କରିଥିଲା । ଆଜି ଗ୍ରାମ ରୋଜଗାର ସେବକଙ୍କ ଆନ୍ଦୋଳନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମର୍ଥନ ଜଣାଇବା ସହ ଲାଠିମାଡ଼କୁ ନିନ୍ଦା କରିଥିଲେ । ସେମାନଙ୍କ ଦାବି ପ୍ରସଙ୍ଗରେ ସିଏ ନିଜେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ଓ ସଚିବଙ୍କ ସହ କଥା ହେବେ ଏବଂ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ପଂଚାୟିତରାଜ ମନ୍ତ୍ରୀ ଶ୍ରୀ ମହାରଥୀ କହିଛନ୍ତି ଯେ ଗ୍ରାମ ରୋଜଗାର ସେବକଙ୍କ ଦରମା ପୂର୍ବରୁ ୩ହଜାର ଟଙ୍କା ଥିଲା । ସେମାନଙ୍କର ଦରମା ୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏବେ ଆଉ ୨ହଜାର ଟଙ୍କା ବଢ଼ାଇବାକୁ ସରକାର ରାଜି ଅଛନ୍ତି । ଦରମାକୁ ଛାଡ଼ିଲେ ସେମାନଙ୍କୁ ପ୍ରତିମାସରେ ଅତିରିକ୍ତ ପ୍ରାୟ ୧୫୦୦ଟଙ୍କା ଆର୍ଥିକ ପ୍ରୋତ୍ସାହନ ମଧ୍ୟ ସରକାର ଯୋଗାଇ ଦେବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଗ୍ରାମ ରୋଜଗାର ସେବକଙ୍କୁ ଆନ୍ଦୋଳନ ପାଇଁ ଉସ୍କାଉଛନ୍ତି । ସେମାନଙ୍କ ଚାକିରିକୁ ସ୍ଥାୟୀ କରିବା ପାଇଁ ସିଏ କେନ୍ଦ୍ର ସରକାରଙ୍କୁ କୁହନ୍ତୁ । ମୋତେ ଡାକିଲେ ମୁଁ ଦିଲ୍ଲୀ ଯାଇ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମହାରଥୀ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top