Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଘର ତିଆରି କରିନଥିଲେ ଟଙ୍କା ଫେରିବ : ବିଧାନସଭା ଷ୍ଟାଣ୍ଡିଂ କମିଟି

ଭୁବନେଶ୍ୱର : ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଣ୍ଠି ନେଇ ଗୃହ ନିର୍ମାଣ କରିନଥିବା ହିତାଧିକାରୀଙ୍କଠୁ ଅର୍ଥ ଫେରସ୍ତ ଆଣିବା ଓ ସେମାନଙ୍କୁ ଏହି ଯୋଜନାରେ ସାମିଲ ବୋଲି ଦର୍ଶାଇବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିସ୍ କରିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଷ୍ଟାଣ୍ଡିଂ କମିଟି ତାଙ୍କ ରିପୋର୍ଟରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀକୁ ସ୍ୱତନ୍ତ୍ର ବିଜୁ ପକ୍କାଘର ସଂଖ୍ୟାକୁ ୧୦୦ରୁ ୩୦୦କୁ ବୃଦ୍ଧି, ୨୦୧୯ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ଆମ ଗାଁ ଆମ ବିକାଶ ଯୋଜନାରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତାରେ ବିଧାୟକମାନଙ୍କ ପରାମର୍ଶ ନେବାକୁ ସରପଞ୍ଚଙ୍କୁ ଅବଗତ କରାଇବାକୁ ସୁପାରିସ୍ କରିଛନ୍ତି । ଏହାସହିତ କମିଟି କହିଛନ୍ତି ଯେ ଘର ନିର୍ମାଣ ପାଇଁ ବହୁ ହିତାଧିକାରୀ ବିଜୁ ପକ୍କାଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ନେଇଛନ୍ତି । କିନ୍ତୁ ସେମାନେ ଘର ନିର୍ମାଣ କରିନାହାନ୍ତି । ସେଭଳି ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କଠୁ ଟଙ୍କା ଫେରସ୍ତ ସହ ସେମାନଙ୍କୁ ଗୃହ ନିର୍ମାଣ ସରିଥିବା ହିତାଧିକାରୀ ଭାବେ ବିବେଚନା କରିବାକୁ କମିଟି ପରାମର୍ଶ ଦେଇଛନ୍ତି । ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା ନେଉଥିବା ହିତାଧିକାରୀଙ୍କୁ ଖରାଦିନେ ୨୦୦ଟଙ୍କା ଓ ଶୀତଦିନେ ୧୦୦ଟଙ୍କା ଅଧିକ ଭତ୍ତା ଦେବାକୁ କମିଟି ସୁପାରିସ୍ କରିଛନ୍ତି ।
ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସଦସ୍ୟମାନେ ବିଜୁ କୃଷକ କଲ୍ୟାଣ ଯୋଜନାରେ ନିର୍ଦ୍ଧାରିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପଞ୍ଜିକୃତ କରାଯାଇ ନଥିବାରୁ ଉଦ୍ବେଗ ପ୍ରକାଶ କରିଛନ୍ତି । ୨୦୧୨-୧୩ରେ ରାଜ୍ୟର ୬୦ଲକ୍ଷ ୨୭ହଜାର ୪୪୦ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପଞ୍ଜିକରଣର ଟାର୍ଗେଟ୍ ରଖାଯାଇଥିବାବେଳେ ଆଜି ସୁଦ୍ଧା ମାତ୍ର ୫୭ଲକ୍ଷ ୬୪ହଜାର ୩୫୯ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ୨୦୧୮-୧୯ ମସିହାରେ ବାକି ଥିବା ଚାଷୀଙ୍କୁ ତୁରନ୍ତ ବିଜୁ କୃଷକ କଲ୍ୟାଣ ଯୋଜନାରେ ପଞ୍ଜିକୃତ କରିବାକୁ କମିଟି ସୁପାରିସ୍ କରିଛନ୍ତି । ଚାଷୀଙ୍କୁ ସ୍ଥାନୀୟ ଅଞ୍ଚଳରେ ଉତ୍ତମ ଦରରେ ପନିପରିବା ଓ ଫଳ ବିକ୍ରି କରିବା ପାଇଁ ଆବଶ୍ୟକ ବଜାର ଭିତ୍ତିଭୂମି ସରକାର ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଏବେ ଜଳନିଧି(ବ୍ୟକ୍ତିଗତ) କାର୍ଯ୍ୟକ୍ରମରେ ସାଧାରଣ ବର୍ଗର ଚାଷୀଙ୍କୁ ୨୦ହଜାର ଟଙ୍କା ଓ ବିପିଏଲ ବର୍ଗର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଚାଷୀଙ୍କୁ ୧୦ହଜାର ଟଙ୍କା ଦେବାକୁ ପଡ଼ୁଥିଲା । ତେବେ ଅଧିକ ଅର୍ଥ ଯୋଗୁ କାର୍ଯ୍ୟକ୍ରମର ଫାଇଦା ଗରିବ ଚାଷୀ ଉଠାଇପାରୁନଥିବାରୁ ସାଧାରଣ ବର୍ଗର ଚାଷୀଙ୍କ ପାଇଁ ୧୦ହଜାର ଟଙ୍କା ଓ ଅନୁସୂଚିତଜାତି/ଜନଜାତି ବର୍ଗଙ୍କ ପାଇଁ ୫ହଜାର ଟଙ୍କାର ଅଂଶଧନ ବ୍ୟବସ୍ଥା କରିବାକୁ କମିଟି ସୁପାରିସ୍ କରିଛନ୍ତି । ଚାଷୀମାନେ ନିଜ ଅଞ୍ଚଳରେ ବିହନ ଓ ସାର ପାଉନଥିବାରୁ କମିଟି ଉଦ୍ବେଗ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top