କେନ୍ଦୁଝର (ଓଡ଼ିଶା ୱେୟାର):ରାଜ୍ୟରେ ବଢ଼ୁଥିବା କରୋନା ଗ୍ରାଫ୍କୁ ଦେଖି ମାଆ ତାରିଣୀଙ୍କ ପୀଠରେ ଜାରି ହେଲା କଟକଣା। ମାଆଙ୍କ ଚଇତିପର୍ବ ପାଇଁ ଗାଇଡ୍ଲାଇନ୍ ଜାରି କରିଛି ପ୍ରଶାସନ। ନୂଆ ଗାଇଡ୍ଲାଇନ୍ ଅନୁସାରେ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ।
ମାଆଙ୍କ ଦୈନିକ ନୀତିକାନ୍ତି, ସୁନାବେଶ, ଭାଗବତ ପାଠ, ହୋମ, ଚଣ୍ଡିପାଠ ଓ ସତ୍ୟନାରାୟଣ ପୂଜା କୋଭିଡ୍ ଗାଇଡ୍ଲାଇନ୍ ଅନୁସାରେ ପାଳନ କରାଯିବ। ଭକ୍ତମାନଙ୍କ ଦ୍ୱାରା କୌଣସି ନୈବେଦ୍ୟ ଅର୍ପଣ କରାଯିବନାହିଁ। ଚଇତିପର୍ବ ଅବସରରେ ଏପ୍ରିଲ ୯ରୁ ୧୨ ତାରିଖ ଓ ଏପ୍ରିଲ ୧୫ ତାରିଖରେ ଭକ୍ତମାନେ କେବଳ ଦର୍ଶନ କରିପାରିବେ। ଚଇତିପର୍ବରେ ଏପ୍ରିଲ ୧୩ ମଙ୍ଗଳବାର ଓ ୧୪ ତାରିଖ ପଣାସଂକ୍ରାନ୍ତି ଅବସରରେ ଦୁଇଦିନ ଭକ୍ତଙ୍କ ପାଇଁ ମାଆଙ୍କ ଦର୍ଶନ ବନ୍ଦ ରହିବ।


