Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚାକିରି ହରାଇଲେ ଟ୍ରେନି ଆଇଏଏସ୍ ପୂଜା ଖେଡକର

ଠକେଇ ଏବଂ ଜାଲିଆତି ଘଟଣାରେ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂଜା ଖେଡକରଙ୍କ ଉପରେ କେନ୍ଦ୍ର ଲୋକସେବା ଆୟୋଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୟୁପିଏସସି ତରଫରୁ ତାଙ୍କର ପ୍ରୋବେସନରେ ପ୍ରାର୍ଥିତ୍ୱକୁ ବାତିଲ କରାଯାଇଛି । ବର୍ତ୍ତମାନ ଯାଏଁ ସେ ପ୍ରୋବେସନରେ ଥିଲେ, କିନ୍ତୁ ସ୍ଥାୟୀ ନିଯୁକ୍ତି ପୂର୍ବରୁ ତାଙ୍କୁ ବରଖାସ୍ତ କରାଯାଇଛି। ବର୍ତ୍ତମାନ ପୂଜାଙ୍କୁ ଆଇଏଏସ ଚାକିରିରୁ ବହିସ୍କାର କରାଯିବା ସହିତ ଭବିଷ୍ୟତରେ ସମସ୍ତ ପରୀକ୍ଷା ଲାଗି ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଛି।

ସୂଚନା ମୁତାବକ, ବିବାଦ ଘେରି ରହିଥିବା ପୂଜା ଖେଡକରଙ୍କୁ ନକଲି ଡକ୍ୟୁମେଣ୍ଟ ମାଧ୍ୟମରେ ଚାକିରି କରିଥିବା ଅଭିଯୋଗ ହୋଇଥିଲା। ପୂଜା ଖେଡକର ୨୦୨୨ ର ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ବର୍ତ୍ତମାନ ମହାରାଷ୍ଟ୍ରରେ ଟ୍ରେନି ଆଇଏଏସ୍ ଭାବରେ ପୋଷ୍ଟ କରାଯାଇଥିଲା। ତାଙ୍କର ପ୍ରଥମ ପୋଷ୍ଟିଂରେ ସେ ଅଜବ ଦାବି କରିବା ଆରମ୍ଭ କରିଥିଲେ। ଯେତେବେଳେ ଏହାକୁ ନେଇ ବିବାଦ ଯାଇଥିଲା ପରେ ନିକଟରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ପୂଜା ଖେଡକରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ୟୁପିଏସ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ପୂଜା ଖେଡକର ତାଙ୍କ ନାମ, ପିତା ଏବଂ ମାତାଙ୍କ ନାମ,ଫଟୋଗ୍ରାଫ, ଇମେଲ ଏବଂ ଠିକଣା ଭଳି ଡକ୍ୟୁମେଣ୍ଟରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। କ୍ରାଇମ ବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନ ପରେ ପୂଜା ଖେଡକର ଗିରଫଦାରୀକୁ ଏଡାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।ୟୁପିଏସସି ପକ୍ଷରୁ ପୂଜାଙ୍କ ଦ୍ଵାରା ଦାଖଲ କରାଯାଇଥିବା ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିବାବେଳେ ସେ ନାଗରିକ ସେବା ପରୀକ୍ଷା ୨୦୨୨ ନିୟମକୁ ଉଲ୍ଲଂଘନ କରିଥିବା ସ୍ପଷ୍ଟ ହୋଇଛି। ତେଣୁ ଭବିଷ୍ୟତରେ ୟୁପିଏସସିର ସମସ୍ତ ପରୀକ୍ଷା ପାଇଁ ତାଙ୍କ ପ୍ରାର୍ଥିତ୍ଵକୁ ରଦ୍ଦ କରାଯାଇଥିବା ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top