Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚାଷୀଙ୍କ ଚିନ୍ତା: ବିଜେପିର ଆରଡିସି ଅଫିସ ଘେରାଉକୁ ନେଇ ବିଜେଡି ଚିନ୍ତାରେ

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୁଦ୍ଧରେ ଆସନ୍ତାକାଲି ପ୍ରାୟ ୪୦ହଜାର ଚାଷୀ ଓ କର୍ମୀଙ୍କ ସହ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ଘେରାଉ କରିବା ପାଇଁ ବିଜେପିର ନିଷ୍ପତ୍ତିରେ କ୍ଷମତାସୀନ ବିଜେଡି ଚିନ୍ତାରେ ପଡ଼ିଛି । ପଶ୍ଚିମ ଓଡ଼ିଶାରେ ବିଜେପିର ଏଭଳି କାର୍ଯ୍ୟକ୍ରମକୁ ଶାସକ ବିଜେଡି ଆଜି ଜୋରଦାର ବିରୋଧ କରିବା ସହ କେନ୍ଦ୍ରର କୃଷି ଆଇନକୁ ନେଇ ଦେଶବ୍ୟାପୀ ଚାଲିଥିବା ବିରୋଧରୁ ନଜର ହଟାଇବା ପାଇଁ ରାଜ୍ୟ ବିଜେପି ଏଭଳି କରୁଛି ବୋଲି କହିଛି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୁଦ୍ଧରେ ପ୍ରତିବାଦ ଓ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିଜେପି ଆସନ୍ତାକାଲି ସମ୍ବଲପୁରସ୍ଥିତ ଆରଡିସି କାର୍ଯ୍ୟାଳୟ ଘେରାଉ କରିବ । ପଶ୍ଚିମ ଓଡ଼ିଶାର ୫ଟି ସଂସଦୀୟ କ୍ଷେତ୍ର ଏବଂ ୩୭ଟି ନିର୍ବାଚନ ମଣ୍ଡଳୀର ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଓ ବିଜେପି କର୍ମୀ ଏହି ବିକ୍ଷୋଭ ସମାବେଶରେ ସାମିଲ ହେବେ । ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହ ପ୍ରଭାରୀ ତଥା ସାଂସଦ ତଥା ବିଜୟ ପାଲ ସିଂ ତୋମର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି ଯେ, ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତି । ଏହା ସତ୍ୱେ ରାଜ୍ୟ ସରକାର ସେମାନଙ୍କ ଧାନକୁ କିଣୁ ନାହାଁନ୍ତି । କେନ୍ଦ୍ରସରକାର ଧାନ ମଣ୍ଡିଗୁଡିକରେ ଭତ୍ତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡିରହିଛି । ରାଜ୍ୟ ସରକାର ଏଫଏକ୍ୟୁ ଆଳରେ କଟନୀ ଛଟନୀରେ ୧୦ କେଜି ପର୍ଯ୍ୟନ୍ତ ଧାନ କାଟୁଛନ୍ତି । କେନ୍ଦ୍ର ସରକାର ଘୋଷଣା କରିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀ ପାଇବାରୁ ବଂଚିତ ରହୁଛି । ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ଓଡିଶାର ଲକ୍ଷ ଲକ୍ଷ ଚାଷୀ କୃଷକ ସମ୍ମାନ ନିଧି ଯୋଜନାରୁ ବଂଚିତ ରହିଛନ୍ତି ବୋଲି ସେ କହିଛନ୍ତି । ରାଜ୍ୟ ସରକାର ତୁରନ୍ତ ଚାଷୀର ସମସ୍ତ ଉତ୍ପାଦିତ ଧାନକୁ କିଣନ୍ତୁ ଓ ଚଳିତ ଖରିଫ ଋତୁରେ ଅକାମୀ ହୋଇଯାଇଥିବା ସମସ୍ତ ଟୋକୋନକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ବିଜେପି ଦାବି କରିଛି ।
ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ଆସନ୍ତାକାଲିର କାର୍ଯ୍ୟକ୍ରମକୁ ନେଇ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ପଶ୍ଚିମଓଡ଼ିଶାରେ ସଂଗଠନ ଦୁର୍ବଳ ଥିବା ବିଜେଡି ଆସନ୍ତାକାଲିର କାର୍ଯ୍ୟକ୍ରମକୁ ବିଫଳ କରିବା ପାଇଁ ପ୍ରୟାସ କରୁଥିବାବେଳେ ଶ୍ରୀ ଦେବ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ରର କୃଷି ଆଇନକୁ ଏବେ ସାରା ଦେଶରେ ବିରୋଧ ବଢ଼ିବାରେ ଲାଗିଛି । ଓଡ଼ିଶାର କୃଷକମାନେ ଦିଲ୍ଲୀ ଯାଇ ସେଠାରେ ବିରୋଧ କରୁଛନ୍ତି । ରାଜ୍ୟସଭାରେ ଧ୍ୱନିମତରେ ବିଲ୍ ପାସ୍ କରାଇ କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ିଥିବାବେଳେ ସେଥିରୁ ନଜର ହଟାଇବା ପାଇଁ ଏବେ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ରାଜ୍ୟ ବିଜେପି ଏବେ ଧାନ ସଂଗ୍ରହକୁ ଆଳ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ଆରଡିସି ଅଫିସ ଘେରାଉ ପାଇଁ ଘୋଷଣା କରିଛି । ରାଜ୍ୟ ସରକାର ଗତବର୍ଷ ତୁଳନାରେ ୨୫ ପ୍ରତିଶତ ଅଧିକ ଧାନ ସଂଗ୍ରହ କରିସାରିଲେଣି ଓ ଏବେ ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ଚାଷୀଙ୍କଠୁ ସରକାର ସୁରୁଖୁରୁରେ ଧାନ ସଂଗ୍ରହ କରୁଥିବାବେଳେ ଏହାକୁ ବିରୋଧ ନକରି କେନ୍ଦ୍ରର କୃଷି ଆଇନ ସଂକ୍ରାନ୍ତରେ ଲୋକଙ୍କୁ ବୁଝାଇବାକୁ ଶ୍ରୀ ଦେବ ବିଜେପିକୁ ପରାମର୍ଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top