ଭୁବନେଶ୍ୱର : ଏଣିକି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ରାଜ୍ୟରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେବେ । ଆଜି ଏହାର ଆଭାସ ମିଳିଛି । କଂଗ୍ରେସ ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଚାଲିଥିବା ସତ୍ୟାଗ୍ରହରେ ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହି ଚାଷୀ ଆନ୍ଦୋଳନର ନେତୃତ୍ୱ ନିରଞ୍ଜନଙ୍କ ଭାଇ ତଥା ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ନେଉଥିଲେ କିନ୍ତୁ ବିଜେଡିରେ ସାମିଲ ହେବା ପରେ ସେ ଏହି ଚାଷୀ ଆନ୍ଦୋଳନରୁ ଦୂରେଇ ରହିଛନ୍ତି ।ଭୁବନେଶ୍ୱର : ଏଣିକି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ରାଜ୍ୟରେ ଚାଷୀ ଆନ୍ଦୋଳନର ନେତୃତ୍ୱ ନେବେ । ଆଜି ଏହାର ଆଭାସ ମିଳିଛି । କଂଗ୍ରେସ ପ୍ରାଇସ୍,ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଜଧାନୀରେ ଚାଲିଥିବା ସତ୍ୟାଗ୍ରହରେ ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ସାମିଲ ହୋଇଛନ୍ତି । ଏହି ଚାଷୀ ଆନ୍ଦୋଳନର ନେତୃତ୍ୱ ନିରଞ୍ଜନଙ୍କ ଭାଇ ତଥା ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ନେଉଥିଲେ କିନ୍ତୁ ବିଜେଡିରେ ସାମିଲ ହେବା ପରେ ସେ ଏହି ଚାଷୀ ଆନ୍ଦୋଳନରୁ ଦୂରେଇ ରହିଛନ୍ତି । ବିଜେଡିରେ ସୌମ୍ୟଙ୍କ ମିଶ୍ରଣ ପରେ ଗତକାଲିଠାରୁ ଚାଲିଥିବା ଚାଷୀ ଆନ୍ଦୋଳନରେ ଆଜି ଅପ୍ରତ୍ୟାଶିତ ଢଙ୍ଗରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ । ସେ ଏହି ଚାଷୀ ଆନ୍ଦୋଳନ କାହାରି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ ବରଂ ରାଜ୍ୟର ସ୍ୱାର୍ଥ ପାଇଁ ଚାଲିଛି ବୋଲି କହିବା ସହ ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ସେ ଏହି ଆନ୍ଦୋଳନରେ ନିଜ ତରଫରୁ ସାମିଲ ହୋଇଛନ୍ତି, ତାଙ୍କୁ କେହି ଡାକି ନାହାନ୍ତି କିମ୍ବା କାହାରି କଥାରେ ସେ ଆନ୍ଦୋଳନକୁ ଆସିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ସେ କଂଗ୍ରେସ ନେତା କିମ୍ବା ସୌମ୍ୟଙ୍କ ଭାଇ ଭାବେ ଆନ୍ଦୋଳନକୁ ଆସିନାହାନ୍ତି ବରଂ ବ୍ୟକ୍ତିଗତ ଭାବେ ନିଜ ଇଚ୍ଛାରେ ଆସିଥିବା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ସୌମ୍ୟ ବିଜେଡିରେ ମିଶିଲେ ବୋଲି ଚାଷୀ ସମସ୍ୟାକୁ ଛାଡ଼ିଦେଲେ ବୋଲି କହିବା ଠିକ୍ ନୁହେଁ । ସୌମ୍ୟ କ’ଣ ଏହି ଆନ୍ଦୋଳନକୁ ସମର୍ଥନ କରୁନଥିବା କହିଛନ୍ତି କି ବୋଲି ନିରଞ୍ଜନ କହିଛନ୍ତି । ଚାଷୀଙ୍କ ସହ ସେ ସର୍ବଦା ଥିବା ନିରଞ୍ଜନ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ପ୍ରାଇଜ୍,ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ୧୨ତାରିଖରୁ ରାଜଧାନୀରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନରେ ଆଜି ନିରଞ୍ଜନଙ୍କ ସମେତ ତାଙ୍କର କିଛି ସମର୍ଥକ ସାମିଲ ହୋଇଥିଲେ । ପୂର୍ବରୁ ଏହି ଆନ୍ଦୋଳନକୁ ତାଙ୍କ ସାନଭାଇ ସୌମ୍ୟରଞ୍ଜନ ନେତୃତ୍ୱ ନେଉଥିବାବେଳେ ସେ ବିଜେଡିରେ ମିଶିବା ପରଠାରୁ ଆନ୍ଦୋଳନରୁ ଦୂରେଇ ରହିଛନ୍ତି । ସୌମ୍ୟଙ୍କ ପରିବର୍ତ୍ତେ ନିରଞ୍ଜନ ଏହି ଆନ୍ଦୋଳନର ନେତୃତ୍ୱ ନେବା ପାଇଁ ଏବେ ମାର୍ଗ ପ୍ରଶସ୍ତ ଚାଲିଥିବା ଚର୍ଚ୍ଚା ହେଉଛି । ନିରଞ୍ଜନ ମଧ୍ୟ ଏହି ଆନ୍ଦୋଳନର ମଙ୍ଗୁଆଳ ସାଜିବା ପାଇଁ ସେ କୌଣସି ଦଳ କିମ୍ବା କାହାରି ଇସାରାରେ ସାମିଲ ହୋଇନଥିବା ସ୍ପଷ୍ଟ କରଇଛନ୍ତି । ସୂଚନାଯୋଗ୍ୟ ନବନିର୍ମାଣ କୃଷକ ସଂଘ କହିଛି ଯେ ଯଦି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନକରନ୍ତି ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ । ଏହି ଚାଷୀ ଆନ୍ଦୋଳନରେ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାଷୀମାନେ ସାମିଲ ହେଉଛନ୍ତି ।


