Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି, କଲା ୫ ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ୱେୟାର):ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ଓ ମଣ୍ଡିରୁ ଧାନ ଉଠିବା ନେଇ ବିଶାଳ ଗଣବିକ୍ଷୋଭ କରିଥିବା ବିଜେପି ଆଜି ଚାଷୀଙ୍କ ସ୍ୱାର୍ଥ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ କରିଛି । ଏହାସହିତ ମଣ୍ଡିରୁ ଧାନ କିଣିବା ପାଇଁ ସରକାର ଯଥାର୍ଥ ବ୍ୟବସ୍ଥା ନକଲେ ବିଜେପି ଆଗାମୀ ଦିନ ପାଇଁ ଆନ୍ଦୋଳନର ରୂପରେଖ ଘୋଷଣା କରିବ ବୋଲି ଚେତାବନୀ ଦେଇଛି ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଧାନ ଧରି ରାଜରାସ୍ତାରେ ବସିଛନ୍ତିା ରାଜ୍ୟ ସରକାର ଚାଷୀଙ୍କ ଧାନ ଉଠାଉ ନାହାନ୍ତି । କେନ୍ଦ୍ର ସରକାର ଧାନ ମଣ୍ଡିଗୁଡ଼ିକରେ ଭିତ୍ତିଭୂମି, ପାନୀୟ ଜଳ, ଧାନ ଅଖା, ସୁତୁଲି ଏବଂ ଯିବା ଆସିବା ଖର୍ଚ୍ଚ ପାଇଁ ପର୍ଯ୍ୟାପ୍ତ ଅର୍ଥ ଦେଉଥିବାବେଳେ ବିଭିନ୍ନ ଆରଏମସି, ପ୍ୟାକ୍ସ, ଲ୍ୟାମ୍ପସ ପାଖରେ କୋଟି କୋଟି ଟଙ୍କା ପଡ଼ିରହିଛି । ଏ ଟଙ୍କା ଚାଷୀ ପାଉନି । ଏହି ଅର୍ଥ କାହା ପକେଟକୁ ଯାଉଛି ? ଓଡ଼ିଶାର ଚାଷୀଠୁ ଧାନ କିଣୁଛି କିଏ? ଯୋଗାଣ ବିଭାଗ ନା ମିଲର୍ ବୋଲି ବିଜେପି ପ୍ରଶ୍ନ କରିଛି । ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ କେନ୍ଦ୍ର ସରକାର ୧୮୬୮ ଟଙ୍କା କ୍ୱିଂଟାଲ ପିଛା ପ୍ରଦାନ କରୁଛନ୍ତି । ଚାଷୀଙ୍କ ପେଟରୁ କିଏ ଏହି ଟଙ୍କା କାଟି ଖାଉଛି? ମଣ୍ଡିରେ କଟନୀ-ଛଟନୀ କାହା ନିର୍ଦ୍ଦେଶ ଓ ସମ୍ମତିରେ ହେଉଛି ବୋଲି ବିଜେପି ପ୍ରଶ୍ନ କରିଛି । ଅସାଧୁ ମିଲର ଏବଂ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକା ଚାଷୀଙ୍କୁ କନ୍ଦାଉଛି । ରାତି ଅନିଦ୍ରା ହୋଇ ମଣ୍ଡିରେ ପଡି ରହିଥିବା ଚାଷୀଙ୍କ କଥା ବୁଝନ୍ତୁ ଓ ସବୁ ଧାନ ଉଠାନ୍ତୁ । ଶ୍ରୀ ମହାନ୍ତି ଆଜି ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି ।
ପ୍ରଥମତଃ, ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ସେ ବଂଚିଥିବା ପର୍ଯ୍ୟନ୍ତ ଏହି ଯୋଜନା ବନ୍ଦ ହେବ ନାହିଁ? କେତେ ଚାଷୀଙ୍କୁ କାଳିଆ ଯୋଜନାରେ ପ୍ରଥମ କିସ୍ତିରେ ଅର୍ଥ ପ୍ରଦାନ କରାଯାଇଥିଲା ଏବଂ ଏହି ସଂଖ୍ୟା ଏବେ କେତେରେ ପହଂଚିଛି?
ଦ୍ୱିତୀୟତଃ ଚାଷୀ ସ୍ୱାର୍ଥ ପାଇଁ କାଳିଆ ଯୋଜନା ଖର୍ଚ୍ଚ କଂଟିଜେନ୍ସିଂ ଫଣ୍ଡରୁ ସରକାର ବ୍ୟବସ୍ଥା କରିଥିଲେ । ଏବେ ମଣ୍ଡିରେ ପଡିଥିବା ଚାଷୀର ଧାନ କଂଟିଜେନ୍ସିଂ ଫଣ୍ଡରୁ ଅର୍ଥ ଆଣି ତୁରନ୍ତ କିଣିବା ପାଇଁ ସରକାର ବ୍ୟବସ୍ଥା କରିବେ କି?
ତୃତୀୟତଃ , ପ୍ରଧାନମନ୍ତ୍ରୀ କିଷାନ ନିଧିରେ ପ୍ରଥମ କିସ୍ତିରେ ରାଜ୍ୟର ୩୮ ଲକ୍ଷ ଚାଷୀ ଲାଭବାନ ହୋଇଥିଲେ ଏହି ସଂଖ୍ୟା ୭ମ କିସ୍ତିକୁ ୯ ଲକ୍ଷକୁ ଖସି ଆସିଛି । ମାତ୍ର ରାଜ୍ୟ ସରକାରଙ୍କର ଚାଷୀ ସଂଖ୍ୟା ଏବେ ଚତୁର୍ଥାଂଶରୁ କମ୍ କାହିଁକି ହୋଇଛି? ଓଡ଼ିଆ ଚାଷୀଙ୍କୁ ମୋଦି ଟଙ୍କା ଦେଲେ ରାଜ୍ୟ ସରକାରଙ୍କୁ କାହିଁକି କଷ୍ଟ ଲାଗୁଛି?
ଚତୁର୍ଥତଃ ରାଜ୍ୟର ପ୍ରତି ବ୍ଲକକୁ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଥିଲା । ସରକାର ଏଥିରେ ବିଫଳ କାହିଁକି ହୋଇଛନ୍ତି?
ପଞ୍ଚମ ପ୍ରଶ୍ନ- ଆଳୁ ପିଆଜ ମିଶନ ଏବଂ ରାଜ୍ୟରେ ପରିବା ଚାଷ ବିଫଳ ହେବା ପଛରେ ଶୀତଳ ଭଣ୍ଡାରରେ ବଡ଼ ସମସ୍ୟା ରହିଛି । ୨ ହଜାର ମସିହାରେ ରାଜ୍ୟରେ ଯେତିକି ଶୀତଳ ଭଣ୍ଡାର ଥିଲା ଏବେ ବି ରାଜ୍ୟରେ ସେତିକି ସଂଖ୍ୟାରେ ସୀମିତ କାହିଁକି? ପ୍ରତି ବ୍ଲକରେ ଶୀତଳ ଭଣ୍ଡାରର ପ୍ରତିଶ୍ରୁତି କାହିଁକି ପାଣିର ଗାର ହୋଇଛି କି?
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ର, ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top