ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାର ରୁଜୁ ସହ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି ୱାଇ.ବି. ଖୁରାନିଆ । ଡିଜିପି କହିଛନ୍ତି ଅଧିକାରୀଙ୍କ ଅଭିଯୋଗ ଆଧାରରେ ମୂଳ ଘଟଣାର ତଦନ୍ତ ହୋଇ ମାମଲା ରୁଜୁ କରାଯିବ । ଏହି ମାମଲା ଆଧାରରେ ସେମାନଙ୍କୁ ରାସ୍ତା ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ରୋଡ ରୋମିଓଙ୍କୁ ଚିହ୍ନଟ କରାଯାଇ ଆକ୍ସନ ନିଆଯିବ।ସେପଟେ ତତ୍କାଳୀନ ଥାନାଧିକାରୀଙ୍କ ସହ ୫ପୁଲିସ କର୍ମଚାରୀ ମାନଙ୍କୁ ନିଲମ୍ବିତ କରାଯିବା ସହ ବୟାନ ରେକର୍ଡ କରାଯାଇଛି। ଆଗାମୀ ଦିନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟ ବୟାନ ରେକର୍ଡ କରାଯିବ ବୋଲି କହିଛନ୍ତି ଡିଜିପି।
ସୂଚନା ମୁତାବକ; ଶନିବାର ରାତିରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ ରାତି ପ୍ରାୟ ୧୨ଟା ୩୦ରେ ପଟିଆରୁ ଫେରୁଥିଲେ ସମୟରେ ଯୁବକ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଅଟକାଇଥିଲେ। ସେମାନେ ସେନା ଅଧିକାରୀଙ୍କୁ ଧକ୍କା ମାରିବା ସହ ଧମକ ଦେଇ ଚାଲିଯାଇଥିଲେ। ଏହି ଅଭିଯୋଗ ନେଇ ସେମାନେ ଥାନାକୁ ଯାଇଥିବା ବେଳେ ଦୁବୃର୍ତ୍ତଙ୍କୁ ଧରିବା ପରିବର୍ତ୍ତେ ପୁଲିସ ଓଲଟା ଅଭିଯୋଗକାରୀଙ୍କୁ ଦେଇଥିଲା ଅକଥନୀୟ ନିର୍ଯାତନା।


