Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଜଗୀଙ୍କୁ ସମନ କରାଯିବା ପ୍ରତିବାଦରେ କମିଟିରୁ କେଭିଙ୍କ ଇସ୍ତଫା

ଭୁବନେଶ୍ୱର (ଓଡ଼ିଶା ୱେୟାର):ବିଜେପି ବିଧାୟକ ଦଳର ନେତା କନକ ବଦ୍ଧନ ସିଂହ ଦେଓ ବିଧାନସଭା ସ୍ୱାଧୀକାର ଭଙ୍ଗ କମିଟିର ସଦସ୍ୟ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ସେ ଆଜି ବିଧାନସଭା ଆସି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ସିଂହଦେଓ ଇସ୍ତଫା ସମ୍ପର୍କରେ କହିଛନ୍ତି, ଓଟିଭି ନିର୍ଦ୍ଦେଶିକା ଜାଗି ମଙ୍ଗତ ପଣ୍ଡାଙ୍କୁ ସମନ ପ୍ରତିବାଦରେ ସେ ଏହି ପଦକ୍ଷେପ ନେଇଛନ୍ତି । ସ୍ୱାଧୀକାର ଭଙ୍ଗ ନେଇ ତାରା ବାହିନୀପତି ନୋଟିସ ଦେଇଥିଲେ । ହେଲେ ସେ କେଉଁଠି ଜାଗି ମଙ୍ଗତଙ୍କୁ ସମନ କରିବାକୁ କହିନଥିଲେ । ଏଭଳି ନୋଟିସ ଆସିଲେ ସାଧାରଣତଃ ସମ୍ପାଦକ, ରିପୋର୍ଟରଙ୍କୁ ସମନ ହୋଇଥାଏ । ଜାଗି ମଙ୍ଗତ ପଣ୍ଡା ରାଜ୍ୟର ଜଣେ ଜଣାଶୁଣା ମହିଳା ଶିଳ୍ପୋଦ୍ୟୋଗୀ । ତାଙ୍କୁ ଏମିତି ସର୍ବସାଧାରଣରେ ହଇରାଣ କରାଯିବା ମହିଳା ବିରୋଧୀ ବୋଲି ସେ କହିଥିଲେ । ଏଣୁ କମିଟି ଅଧ୍ୟକ୍ଷଙ୍କ ଏଭଳି କାରବାର ପଛରେ ରାଜନୈତିକ ଗନ୍ଧ ବାରି ହେଉଛି । ରାଜନୈତିକ କାରଣରୁ ତାଙ୍କୁ ସମନ କରାଯାଇଥିବା ସ୍ପଷ୍ଟ ହେଉଛି ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top