Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜଙ୍ଗଲରେ ନିଆଁ: ଆଉ ୮ ଓଡ୍ରାଫ ଟିମ ଗଲେ, ବନବିଭାଗ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବାରୁ ତାକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଆଉ ୮ଟି ଓଡ୍ରାଫ ଟିମକୁ ମୁତୟନ କରାଯାଇଛି । ୪ଟି ଟିମ୍ ଶିମିଳିପାଳ ଯାଇଥିବାବେଳେ ବାକି ୪ଟି ଟିମ୍ ଦେବଗଡ଼, ରାୟଗଡ଼ା, ଗଞ୍ଜାମ ଓ ନୂଆପଡ଼ା ଗସ୍ତ କରିଛନ୍ତି । ଏପଟେ ଜଙ୍ଗଲ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଦିଆଯାଇଛି । ଅତି ଜରୁରୀ ଥିଲେ ହିଁ ଡିଏଫଓ କିମ୍ବା ପିସିସିଏଫଙ୍କଠାରୁ କର୍ମଚାରୀଙ୍କୁ ଛୁଟି ଅନୁମତି ନେବାକୁ ପଡ଼ିବ । ଏହାସହିତ ଜଙ୍ଗଲ ବିଭାଗ ଆଜି ଅଗ୍ନିଶମ ବାହିନୀର ସହାୟତା ଲୋଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଶିମିଳିପାଳ ଜଙ୍ଗଲରେ ଗତକିଛି ଦଧରି ନିଆଁ ଲାଗିଥିବାବେଳେ ଆଜି ସେଠାରେ ବର୍ଷା ହୋଇଛି । ବର୍ଷ ଯୋଗୁ ନିଆଁ ଆୟତ୍ତାଧୀନ ହେବ ବୋଲି ଆଶା କରାଯାଉଛି । ଏପଟେ ଓଡ୍ରାଫର ୪ଟି ଟିମ୍ ବାରିପଦା ଜଙ୍ଗଲକୁ ଓ ଅନ୍ୟ ୪ଟି ଟିମକୁ ଗଞ୍ଜାମ, ନୂଆପଡ଼ା, ରାୟଗଡ଼ା ଓ ଦେବଗଡ଼ ଜିଲ୍ଲାପାଳଙ୍କୁ ଭେଟି ଜଙ୍ଗଲ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେବେ । ପ୍ରତ୍ୟେକ ଟିମରେ ଅତ୍ୟାଧୁନିକ ସାରଞ୍ଜମ ସହ ମୋଟ ୨୫ଜଣ ରହିଛନ୍ତି । ଏହି ଓଡ୍ରାଫ ଟିମକୁ ସେଠାରେ ୮ରୁ ୧୦ଦିନ ପର୍ଯ୍ୟନ୍ତ ରହିବା ଭଳି ସରଞ୍ଜାମ ଓ ନିଜସ୍ୱ ଉପଯୋଗ ସାମଗ୍ରୀ ନେଇ ଯିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଏପଟେ ଜଙ୍ଗଲ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ ଜଙ୍ଗଲ ଓ ପରିବେଶ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କୁ ଛୁଟି ନଦେବାକୁ କୁହାଯାଇଛି । ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭା କାର୍ଯ୍ୟର ଦୈନିକ ସମୀକ୍ଷା କରୁଥିବାବେଳେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି । କ୍ଷେତ୍ରସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଅତି ଜରୁରୀ ପରିସ୍ଥିତିରେ ନଥିଲେ ଛୁଟି ନଦେବା ପାଇଁ କୁହାଯାଇଛି । କର୍ମଚାରୀମାନେ ଆବଶ୍ୟକ ପଡ଼ିଲେ ଡିଏଫଓ ଡିଏଫଓଙ୍କଠୁ ଛୁଟି ନେଇପାରିବେ । ତେବେ ଏନେଇ ପିସିସିଏଫଙ୍କୁ ଅବଗତ କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।
ଜଙ୍ଗଲ ବିଭାଗର ଅତିରକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଆଜି ଅଗ୍ନିଶମ ଡିଜିଙ୍କୁ ଚିଠି ଳେଖି ନିଆଁ ଲିଭା କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି । ଅଗ୍ନିଶମ ବାହିନୀ ଡିଜି ଏନେଇ ସମୀକ୍ଷା ବୈଠକ କରିବା ପରେ ଜିଲ୍ଲାସ୍ତରର ଅଗ୍ନିଶମ ଅଧିକାରୀମାନଙ୍କୁ ତୁରନ୍ତ ନିଆଁ ଲିଭାଇବା ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top