Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଜନ୍ମଦିନ ପାଳିଲେ: ଅପରାଜିତାଙ୍କ ବେଳକୁ ନାଲିଆଖି, ପ୍ରମିଳା ପାଇଁ ଚୁପ୍‌

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜେଡି ନେତ୍ରୀ ତଥା ଶାସକଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ କେକ୍ କାଟି ନିଜର ଜନ୍ମଦିନ ପାଳନ କରିଛନ୍ତି । କୋଭିଡ୍ ଟିକା ଆସିଥିଲେ ମଧ୍ୟ ମୁହଁରେ ମାସ୍କ ପିନ୍ଧି ସତର୍କ ରହିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଅପିଲ କରୁଥିଲେ ମଧ୍ୟ ପ୍ରମିଳା ଓ ତାଙ୍କ ଦଳୀୟ ସହଯୋଗୀମାନେ ଏହାକୁ ସାମାନ୍ୟତମ ଖାତିର କରିନାହାନ୍ତି । ଏପରିକି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ ପାଳନ ବେଳେ କୋଭିଡ ଗାଇଡଲାଇନର ବିଭିନ୍ନ ନୀତିନିୟମ କଥା କହି ନାଲିଆଖି ଦେଖାଇଥିବା ବିଏମସି କିନ୍ତୁ ପ୍ରମିଳାଙ୍କ ବେଳକୁ ସମ୍ପୂର୍ଣ୍ଣ ଆଖିବୁଜି ଦେଇଛି ।
ସୂଚନା ଅନୁସାରେ, ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ନିଜର ସହଯୋଗୀମାନଙ୍କ ସହ କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି । ପ୍ରମିଳାଙ୍କ ଜନ୍ମଦିନ ପାଳିବା ପାଇଁ ବିଜେଡିର ବହୁ ମହିଳା ନେତ୍ରୀ ଏକଜୁଟ ହୋଇଥିବା ଜଣାପଡ଼ିଛି । ତେବେ ପ୍ରମିଳା ଯେଉଁ କୋଠରୀ ମଧ୍ୟରେ କେକ୍ କାଟୁଥିଲେ ତାହା ବେଶ୍ ଛୋଟ ହୋଇଥିବାବେଳେ କୋଭିଡ୍ ଗାଇଡଲାଇନ ଓ ସାମାଜିକ ଦୂରତ୍ୱକୁ ଖୋଲାଖୋଲି ଉଲ୍ଲଘଂନ କରାଯାଇଥିଲା । କୌଣସି ଜଣେ ବି ମହିଳା ନେତ୍ରୀଙ୍କ ମୁହଁରେ ମାସ୍କ ନଥିଲା । ଓଲଟା ଫଟୋ ପାଇଁ ପୋଜ୍ ଦେବା ନିମନ୍ତେ କୋଭିଡ କଟକଣାକୁ ଜଳାଞ୍ଜଳି ଦିଆଯାଇଥିଲା । ଯଦିଓ ରାଜଧାନୀ ଭୁବନେଶ୍ୱରରେ କୋଭିଡ୍ ନିୟମକୁ ଏବେ ଭୁବନେଶ୍ୱର ମହାନଗର ନିଗମ କଡ଼ାକଡ଼ି ଭାବେ ପାଳନ କରୁଛି । ବିମାନବନ୍ଦର ଓ ରେଳଷ୍ଟେସନରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରୁଥିବାବେଳେ ବିଜେଡି ନେତ୍ରୀମାନେ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରି ଜନ୍ମଦିନ ପାଳନ କରିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି ।
ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ଜନ୍ମଦିନ ପାଳନ କରିବା କାରଣରୁ ବିଏମସିର ନାଲିଆଖିର ଶିକାର ହୋଇଥିଲେ । କୋଭିଡ୍ ଗାଇଡଲାଇନ ଉଲ୍ଲଘଂନ କରିବା ଅଭିଯୋଗ ଦର୍ଶାଇ ବିଏମସି ତାଙ୍କର କାର୍ଯ୍ୟାଳୟକୁ ସିଲ୍ କରିବାକୁ ପଛାଇ ନଥିଲା । ଅନ୍ୟପକ୍ଷରେ ଏବେ ଭୁବନେଶ୍ୱର ସହରରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଆଶଙ୍କାରେ ବିଏମସି ପକ୍ଷରୁ ନିୟମକୁ କଡ଼ାକଡ଼ି କରାଯାଉଥିବାବେଳେ ବିନା ମାସ୍କ ଓ ସାମାଜିକ ଦୂରତ୍ୱରେ ପ୍ରମିଳାଙ୍କ ଜନ୍ମଦିନ ପାଳନକୁ ନେଇ ଏବେ ଦଳୀୟ ମହଲରେ ଚର୍ଚ୍ଚା ଜୋର ଧରିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top