Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ବିଶେଷ

ଜହ୍ନରେ ଦେଖାଦେଲା ‘ବଳୟ’, ଲୋକେ ଦ୍ୱନ୍ଦ୍ୱରେ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଆଜି ଆକାଶରେ ଜହ୍ନ(ଚନ୍ଦ୍ର)ରେ ଏକ ବଳୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଦ୍ୱନ୍ଦ୍ୱ ଦେଖାଦେଇଛି । ରାଜ୍ୟର ବିଭିନ୍ନ ଅଂଚଳର ଲୋକେ ଜହ୍ନରେ ଏହି ବଳୟ ଦେଖିଥିବାବେଳେ ଏହା ଏକ ସାଧାରଣ ଜାଗତିକ ଘଟଣା ବୋଲି ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି ।
ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ପରଠୁ ରାଜଧାନୀ ଆକାଶରେ ଜହ୍ନରେ ଏକ ଗୋଲାକାର ବଳୟ ଦେଖିବାକୁ ମିଳିଥିଲା । କେବଳ ରାଜଧାନୀ ନୁହେଁ ଉପକୂଳ ଓଡ଼ିଶାର ଅନ୍ୟ କେତେକ ଜିଲ୍ଲାର ଲୋକମାନେ ମଧ୍ୟ ଜହ୍ନରେ ଏଭଳି ବଳୟ ଦେଖିଛନ୍ତି । ଆକାଶରେ ବର୍ଷା ଓ ବାଦଲ ଥିବାରୁ ଅନେକ ଅଂଚଳରେ ମଧ୍ୟ ଏହା ଦୃଶ୍ୟମାନ ହୋଇପାରିନି । ତେବେ ଏହାକୁ ନେଇ ଲୋକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଥିବାବେଳେ ବୈଜ୍ଞାନିକମାନେ ସୂର୍ଯ୍ୟ ଓ ଚନ୍ଦ୍ରରେ ଏଭଳି ‘ବଳୟ’ ପୂର୍ବରୁ ଅନେକଥର ଦେଖାଦେଇଛି ବୋଲି ମତ ଦେଇଛନ୍ତି । ବୈଜ୍ଞାନିକଙ୍କ ମତରେ ଏହାକୁ ‘୨୨ଂ ହାଲୋ ବା ୨୨ ଡିଗ୍ରୀ ପ୍ରଭାମଣ୍ଡଳ’ କୁହାଯାଏ ।
୨୦୧୨ ମସିହାରେ ଆମେରିକାରେ ବାତ୍ୟା ‘ସ୍ୟାଣ୍ଡି’ ଲ୍ୟାଣ୍ଡଫଲ୍ କରିବା ପୂର୍ବ ରାତ୍ରିରେ ଏଭଳି ବଳୟ ଚନ୍ଦ୍ରରେ ଦେଖିବାକୁ ମିଳିଥିଲା । ଏହାବ୍ୟତୀତ ପୃଥିବୀର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଚନ୍ଦ୍ର ଓ ସୂର୍ଯ୍ୟରେ ଏଭଳି ବଳୟ ଦେଖାଯାଇଥାଏ ।
ସମ୍ଭବତଃ ସାମୁଦ୍ରିକ ଝଡ଼ ‘ନିଭାର’ ଆଜି ମଧ୍ୟରାତ୍ରିରେ ତାମିଲନାଡୁ ଓ ପୁଡୁଚେରୀ ମଧ୍ୟରେ ଉପକୂଳରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ଥିବାରୁ ତା’ର ପ୍ରଭାବରେ ଚନ୍ଦ୍ରରେ ଏଭଳି ବଳୟ ଦେଖାଦେଇ ପାରିଥାଏ ବୋଲି ପାଣିପାଗ ବିଶେଷଜ୍ଞଙ୍କଠୁ ସୂଚନା ମିଳିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top