ଭୁବନେଶ୍ୱର : ଚଳିତବର୍ଷ ଜୁନ୍ ପହିଲାରୁ ରାଜ୍ୟର କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାର ୫ଜଣ ସଦସ୍ୟ ଏହି ସ୍ୱାସ୍ଥ୍ୟ ବୀମା ଯୋଜନାରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ । ସ୍ୱାସ୍ଥ୍ୟବୀମା କାର୍ଡଗୁଡ଼ିକ ସମ୍ପୃକ୍ତ ସାମ୍ବାଦିକମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ବଂଟନ କରାଯିବ । ହିତାଧିକାରୀମାନେ ସେମାନଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ଉଦ୍ଦିଷ୍ଟ ଚିହ୍ନଟ ନମ୍ବର ବ୍ୟବହାର କରି ଜୁନ୍ ପହିଲାରୁ ଏହି ସୁବିଧା ପାଇପାରିବେ । ପ୍ରଥମ ପର୍ଯ୍ୟାୟରେ ୩୨୩୩ଜଣ ସାମ୍ବାଦିକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।


