ଭୁବନେଶ୍ୱର : ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡ଼ା ବିମାନ ବନ୍ଦରକୁ ଆଜି ଲାଇସେନ୍ସ ମିଳିଛି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଶୁକ୍ରବାର ଝାରସୁଗୁଡ଼ା ବିମାନ ବନ୍ଦରକୁ ବିମାନ ଚଳାଚଳ ନିମନ୍ତେ ଆନୁଷ୍ଠାନିକ ଲାଇସେନ୍ସ ପ୍ରଦାନ କରିଛି । ଝାରସୁଗୁଡ଼ା ବିମାନ ବନ୍ଦରରୁ ଖୁବଶୀଘ୍ର ବିମାନ ଚଳାଚଳ ଆରମ୍ଭ କରିବ । ଆଜି ଟ୍ୱିଟ୍ର୍ ମାଧ୍ୟମରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାର ରାଉରକେଲା, ଜୟପୁର ଓ ଉତ୍କେଲାକୁ ବେସାମରିକ ବିମାନ ଚଳାଚଳ ନେଟ୍ୱାର୍କରେ ସାମିଲ କରିବା କାର୍ଯ୍ୟ ଏବେ ଜୋର୍ସୋରରେ ଜାରି ରହିଛି ।


