ଅହମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୨ରେ ଜିତିଲା ଭାରତ। ପଞ୍ଚମ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତ ଇଂଲଣ୍ଡକୁ ୩୬ ରନରେ ଇଂଲଣ୍ଡକୁ ହରାଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଇଂଲଣ୍ଡ ଆଗରେ ୨୨୫ ରନ୍ର ବଡ଼ ଟାର୍ଗେଟ ରଖିଥିଲା। କିନ୍ତୁ ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାସହ ବଟଲର୍ ଓ ମାଲନଙ୍କ ଅର୍ଦ୍ଧଶତକ ବେକାର ଯାଇଛି। ଭୁବନେଶ୍ୱର କୁମାର ଓ ସର୍ଦ୍ଦୁଲଙ୍କୁ ୨ଟି ଲେଖାଏଁ ଓ୍ୱିକେଟ ମିଳିଛି।


