Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଡଙ୍ଗା ଭସା ଓ ସମୂହ ବୁଡ଼ ପକାଇବା ଉପରେ କଟକଣା

ଭୁବନେଶ୍ୱର(ଓଡ଼ିଶା ୱେୟାର): କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଅବା ଜଳାଶୟରେ ଡଙ୍ଗା ଭସା ସହ ବୁଡ଼ ପକାଇବା ଉପରେ କଟକଣା ଜାରି କରିଛନ୍ତି । ଏହାସହିତ କଟକ, ପାରାଦୀପ ଓ ଭୁବନେଶ୍ୱର ଆଦି ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ କଟକଣା ଜାରି ହୋଇଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶାନାମା ଅନୁସାରେ , ଚଳିତ ନଭେମ୍ବର ୩୦ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକମାନେ ନଦୀଘାଟ ଓ ଜଳାଶୟ ନିକଟରେ ରୁଣ୍ଡ ହୋଇ ସକାଳୁ ଡଙ୍ଗା ଭସାଇବା ସହ ଗାଧେଇଥାନ୍ତି । ଏହାସହିତ ଉକ୍ତଦିନ କେତେକ ସ୍ଥାନରେ ବାଲିଯାତ୍ରା ମଧ୍ୟ ଆୟୋଜନ ହୋଇଥାଏ ।
ତେବେ କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଏସବୁ ଉପରେ କଟକଣା ଜାରି କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪(୧) ଓ ଓଡ଼ିଶା ବିପର୍ଯ୍ୟର ପରିଚାଳନା ରୁଲ-୨୦୧୦ର ଧାରା ୮(୧) ଅନ୍ତର୍ଗତ ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷାରେ ଲୋକମାନେ ଯେଭଳି ରୁଣ୍ଡ ନହେବେ ତା’ ଉପରେ କଟକଣା ଜାରି କରିଛନ୍ତି ।
ଯଦି କେହି ଏହି ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କରନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଅନ୍ୟାନ୍ୟ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top