Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଡିସେମ୍ବରରେ ଶନିବାର ବନ୍ଦ ରହିବ ସରକାରୀ ଅଫିସ୍

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିଲେ ମଧ୍ୟ ଡିସେମ୍ବର ମାସରେ କଟକ ଓ ଭୁବନେଶ୍ୱରରେ ସର୍ବାଧିକ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ ଅଫିସ ପରିଚାଳନା କରିବା ନିମନ୍ତେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ୍ ଡିସେମ୍ବର ମାସର ସବୁ ଶନିବାର ବନ୍ଦ ରହିବ ।
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଏନେଇ ଆଜି ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଶନିବାର ବନ୍ଦ ରହିବ । ଭୁବନେଶ୍ୱର ଓ କଟକରେ ଥିବା ବିଭାଗୀୟ ଦପ୍ତର ଓ ମୁଖ୍ୟ ଅଫିସରେ ପ୍ରଥମ ଶ୍ରେଣୀ ବର୍ଗର ଅଫିସରଙ୍କୁ ମିଶାଇ ସର୍ବାଧିକ ୭୫ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ । ଅଫିସ୍ କାର୍ଯ୍ୟ ଯେଭଳି ପ୍ରଭାବିତ ନହେବ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଅଫିସକୁ କେଉଁ କର୍ମଚାରୀ ଆସିବେ ତାହା ବିଭାଗୀୟ ମୁଖ୍ୟ ବା ସଚିବ ନିର୍ଦ୍ଧାରଣ କରିବେ । ତେବେ ଓସଡମା, ଏସଆରସି ଅଫିସ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସପାଲ ସେବା ଆଦି ଯୋଗାଉଥିବା ଅଫିସଗୁଡ଼ିକର ଶତପ୍ରତିଶତ କର୍ମଚାରୀଙ୍କୁ ଆସିବାକୁ ପଡ଼ିବ । ଏସବୁ ବ୍ୟତୀତ ବିଧାନସଭା ଶୀତ ଅଧିବେଶନ ସହ ଜଡ଼ିତ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ନିୟମିତ ଅଫିସ୍ ଆସିବେ ।
କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ୨୦୨୦ ଜୁନ୍ ୮ତାରିଖରେ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ସେହିପରି ଯଦି ଅଫିସରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେଉଛି ତା’ହେଲେ ଜୁଲାଇ ୨୩ତାରିଖରେ ଜାରି ପ୍ରୋଟୋକଲକୁ ପାଳନ କରିବାକୁ କୁହାଯାଇଛି ।
ଯେଉଁ କର୍ମଚାରୀ ଓ ଅଫିସରମାନଙ୍କୁ ଭିପିଏନ୍ ସୁବିଧା ଦିଆଯାଇଛି, ସେମାନେ ନିଜର ରୋଷ୍ଟର ଡ୍ୟୁଟି ନଥିବାବେଳେ ଘରେ ରହି କାମ କରିବେ । ଜରୁରୀ ପଡ଼ିଲେ ସେମାନେ ସ୍ପଳ୍ପ ନୋଟିସ ଅବା ଟେଲିଫୋନ୍ ଖବର ପାଇଁ ଅଫିସ୍ ଆସିବାକୁ ବାଧ୍ୟ ।
ନିଜର ଅଧସ୍ତନ ଅଫିସ୍ ଓ କ୍ଷେତ୍ରୀୟ ଅଫିସଗୁଡ଼ିକ କିଭଳି ଚାଲିବ ତାହା ସେମାନଙ୍କର ପ୍ରଶାସନିକ ବିଭାଗ ସ୍ଥିର କରିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top