Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଡି-ଲିଙ୍କରେ ବିଜେଡି ବିଧାୟକ!

ଭୁବନେଶ୍ୱର : ଡି-ଲିଙ୍କରେ ଆଉ ଜଣେ ବିଜେଡି ବିଧାୟକ । ବିଧାୟକ ଦେବାଶିଷ ସାମନ୍ତରାୟ ଓ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ପରେ ଧଳ ସାମନ୍ତ ବ୍ରଦର୍ସଙ୍କ ସହ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ବ୍ୟବସାୟୀକ ସଂପର୍କକୁ ନେଇ ଅଭିଯୋଗ । ୭ ତାରିଖ ଅପରାହ୍ନ ୩ ଟାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହେବାକୁ ପ୍ରଣବଙ୍କୁ ନୋଟିସ କରାଯାଇଛି। ଆହୁରି ମଧ୍ୟ କୁହାଯାଇଛି, ବଳବନ୍ତରାୟ ଟ୍ରାନ୍ସପୋର୍ଟ ଓ ମିନେରାଲ ପ୍ରାଇଭେଟ ଲିମିଟେଡର ୨୦୦୫-୦୬ରୁ ୨୦୦୯- ୧୦ ମଧ୍ୟରେ ସମସ୍ତ ଅଡିଟ୍‌ ରିପୋର୍ଟ ଆଣି ଦାଖଲ କରିବାକୁ। ବଡ କଥା ହେଉଛି ସୁଶାନ୍ତ ଧଳ ସାମନ୍ତ ଓ ସୁଶୀଲ ଧଳ ସାମନ୍ତଙ୍କ ସହ ପ୍ରଣବଙ୍କ କମ୍ପାନୀର କ’ଣ ଆର୍ଥିକ କାରବାର ହୋଇଛି? ଧଳସାମନ୍ତଙ୍କଠାରୁ ପ୍ରଣବଙ୍କ କମ୍ପାନୀ କେତେ ପ୍ରାପ୍ୟ ପାଇଛନ୍ତି? ତାର ତଥ୍ୟ ମଧ୍ୟ ଆଣିବାକୁ କହିଛି ଇଡି।
ପୂର୍ବରୁ ଡି-ବ୍ରଦର୍ସଙ୍କ ସହ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଂପର୍କକୁ ନେଇ ଅନେତ ତୁମ୍ବିତୋଫାନ କରିଥିଲେ ବିରୋଧୀ। କିଛି ଦିନ ତଳେ ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ମଧ୍ୟ ଡି-ଲିଙ୍କ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି। ତେବେ ବ୍ୟାବସାୟିକ କାରବାରର ସଂପର୍କୁ ନେଇ ଚର୍ଚ୍ଚାକୁ ଆସିଥିବା ବିଜ଼େଡି ବିଧାୟକଙ୍କ ଡି-ଲିଙ୍କ ସଂପର୍କକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି। ଯାଜପୁର କୁଆଖିଆ ଛକରେ ପ୍ରଣବଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ କୁଶପୁତ୍ତଳିକା ଦାହ କରାଯାଇଥିଲା। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ଡି-ବ୍ରଦର୍ସଙ୍କୁ ବିଜେଡି ହିଁ ପ୍ରୋତ୍ସାହିତ କରୁଥିଲା। ଏବେ ଧୀରେ ଧୀରେ ଏହା ପର୍ଦ୍ଦାଫାସ ହେଉଛି।” ପିସିସି କାର୍ଯ୍ୟକାରୀ ସଭାପତି ନବ କିଶୋର ଦାସ କହିଛନ୍ତି-“ବିଜେଡି ଦୁର୍ନୀତିର ଗଦା ଉପରେ ବସିଛନ୍ତି। ଅସାମାଜିକ ଲୋକଙ୍କୁ ସାଥୀରେ ନେଇ ଅର୍ଥ ଉପାର୍ଜନରେ ବ୍ୟସ୍ତ ଅଛି। ଏହା ଏବେ ପ୍ରମାଣିତ ହୋଇଛି। ଇଡି ସମନ କରିଛି। ସେମାନଙ୍କଠାରୁ କଣ ବାହାରିବା ତାହା ଆଗକୁ ଜଣାପଡ଼ିବ।”

Click to comment

Leave a Reply

Your email address will not be published. Required fields are marked *

Most Popular

To Top