ଭୁବନେଶ୍ୱର(ଓଡ଼ିଶା ୱେୟାର): ବଢ଼ି ଚାଲିଥିବା ପାରଦରେ ଆଜି ଲାଗିଛି ବ୍ରେକ୍। ଲୋକଙ୍କୁ ତାତିରୁ ମିଳିଛି ସାମାନ୍ୟ ତ୍ରାହି। ମଙ୍ଗଳବାର, ବୁଧବାର ଓ ଗୁରୁବାର ଯଥାକ୍ରମେ ରାଜ୍ୟର ୧୬, ୧୯ ଓ ୧୫ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ଏହି ସଂଖ୍ୟା ୧୧କୁ ଖସିଛି। ଅର୍ଥାତ୍ ଆଜି ମାତ୍ର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗିରର ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ୪୨ ଡିଗ୍ରୀ ରହିଥିଲା।


