Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ତୃତୀୟ ମେଣ୍ଟ ପ୍ରସଙ୍ଗରେ ବିଜେଡି ଖୋଲୁନି କାର୍ଡ

ଭୁବନେଶ୍ୱର : ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ତୃତୀୟ ମେଣ୍ଟ ଗଠନ ପାଇଁ ପ୍ରୟାସ ଚାଲିଥିବାବେଳେ ବିଜେଡିର ୩ଜଣ ସାଂସଦ ତାଙ୍କୁ ସାକ୍ଷାତ କରିବାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ତେବେ ଦଳୀୟ ସାଂସଦମାନେ ମମତାଙ୍କୁ ସାକ୍ଷାତ କରିବା ଏବଂ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ତୃତୀୟ ମେଣ୍ଟ ସପକ୍ଷରେ ମତ ଦେବା ପରେ ବିଜେଡିର ପରବର୍ତ୍ତୀ ରଣନୀତି କ’ଣ ହେବ ତାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୂଆଦିଲ୍ଲୀରେ ମଙ୍ଗଳବାର ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସାକ୍ଷାତ କରିବା ପରେ ସାଂସଦ କଳିକେଶ ସିଂହଦେଓ ମଧ୍ୟ ଭେଟିଥିଲେ । ମମତା ରହୁଥିବା ସ୍ଥାନକୁ ଯାଇ ଏହି ଦୁଇ ସାଂସଦ ସାକ୍ଷାତ କରିଥିବାବେଳେ ଆଜି ସଂସଦର ସେଣ୍ଟ୍ରାଲ ହଲ୍ରେ ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ମମତାଙ୍କୁ ଭେଟିଛନ୍ତି । ମମତାଙ୍କ ସହ ଭେଟ୍ଘାଟକୁ ବିଜେଡିର ଏହି ୩ ସାଂସଦ ସୌଜନ୍ୟମୂଳକ ବୋଲି କହିଛନ୍ତି । ବିଜେପିର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ରୋକିବା ପାଇଁ ମମତା ଏବେ ଅଣବିଜେପି ଦଳଗୁଡ଼ିକୁ ଏକଜୁଟ କରି ତୃତୀୟ ମେଣ୍ଟ ଗଠନ ନିମନ୍ତେ ପ୍ରୟାସ କରିଛନ୍ତି । ଏହି କ୍ରମରେ ବିଜେଡିର ସାଂସଦମାନେ ତାଙ୍କୁ ଭେଟିବାକୁ ନେଇ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି । ଏପଟେ ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ପିନାକୀ ମିଶ୍ର କଂଗ୍ରେସରୁ ଆସି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କୁ ଦିଲ୍ଲୀରେ ଦଳ ପ୍ରସଙ୍ଗରେ କିଛି ନୀତି ଓ ନିଷ୍ପତ୍ତି ନେବାର ଅଧିକାର ବିଜେଡି ଦେଇଛି । ମମତାଙ୍କୁ ଭେଟିବା ପାଇଁ ତାଙ୍କୁ ଦଳର ନିର୍ଦ୍ଦେଶ ଥାଇପାରେ । ତେବେ ମୁଁ ତିନିମାସ ପୂର୍ବରୁ କହିଥିଲି ଯେ ଦେଶର ଗଣତନ୍ତ୍ରକୁ ଦଳତନ୍ତ୍ରରେ ପରିଣତ କରିବା କାର୍ଯ୍ୟ ନରେନ୍ଦ୍ର ମୋଦି କରୁଛନ୍ତି । ଦେଶର ଗଣତନ୍ତ୍ର ଓ ଅଖଣ୍ଡତାକୁ ବଜାୟ ରଖିବାକୁ ହେଲେ ବିଜେପିର ଆଭିମୁଖ୍ୟ ଯାହା ତାକୁ ସେଥିରୁ ନିବୃତ୍ତ କରିବାକୁ ପଡ଼ିବ । ଏଥିପାଇଁ କଂଗ୍ରେସ ମଧ୍ୟ ଅଛୁଆଁ ନୁହେ । ତେଣୁ ଏବେ ଯଦି ବିଜେପିକୁ ରୋକିବା ପାଇଁ ସେଭଳି କିଛି ଉଦ୍ୟମ ଚାଲିଛି, ତା’ହେଲେ ତାହା କିଛି କ୍ଷତି ନୁହେଁ” । ବୋଲି ଡାକ୍ତର ରାଉତ କହିଛନ୍ତି । ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାସ କହିଛନ୍ତି ଯେ, “ ଏହି ପ୍ରସଙ୍ଗରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ତୃତୀୟ ମେଣ୍ଟ ପ୍ରସଙ୍ଗରେ ଏବେ କିଛି କହିବା ତରବରିଆ ହେବ । ବିଜେଡି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମଦୂରତ୍ୱ ନୀତି ବଜାୟ ରଖିଛି ।” ଅନ୍ୟପକ୍ଷରେ ରାଜ୍ୟରେ ବିଜେପିର ପ୍ରଭାବ ବୃଦ୍ଧି ଓ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିବାରୁ ବିଜେଡି ସାଂସଦମାନେ ଓ ମମତାଙ୍କ ସାକ୍ଷାତକୁ ଗୁରୁତ୍ୱ ଦିଆଯାଉଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top