ଭୁବନେଶ୍ୱର(ଓଡ଼ିଶା ୱେୟାର):ପ୍ରତିବର୍ଷ ଗଞ୍ଜାମର ପ୍ରସିଦ୍ଧ ଦଣ୍ଡ ନାଚ ଧୂମ୍ଧାମ୍ରେ ପାଳିତ ହୋଇଥାଏ। ଏଥିରେ ରାଜ୍ୟ ତଥ୍ୟ ପଡ଼ୋଶୀ ରାଜ୍ୟର ଲୋକମାନେ ସାମିଲ୍ ହୋଇଥାଆନ୍ତି। ତେବେ ଚଳିତବର୍ଷ କରୋନା ମହାମାରୀର ବଢ଼ୁଥିବା ଗ୍ରାଫ୍କୁ ଦେଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛି। ୨୫ ଦଣ୍ଡୁଆଙ୍କୁ ନେଇ ଦଣ୍ଡନାଚ କରିବାକୁ ଅନୁମତି ଦେଇଛି ପ୍ରଶାସନ। ବାହାର ଲୋକଙ୍କୁ ଦଣ୍ଡନାଚକୁ ଅନୁମତି ଦିଆଯିବ ନାହିଁ। ରାତିରେ କୌଣସି ସାଂସ୍କୃତିକ କାର୍ୟ୍ୟକ୍ରମ କରିବାକୁ ଅନୁମତି ଦିଆଯିବ ନାହିଁ। କରୋନା ସ୍ଥିତିକୁ ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।


