Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଦାମଙ୍କୁ ୩ମନ୍ତ୍ରୀଙ୍କ ନାପସନ୍ଦ, ସୁରକ୍ଷା ବଢ଼ିଲା

ଭୁବନେଶ୍ୱର :  ବିଜେପି ନେତ୍ରୀ ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ‘ସ୍ୱାମୀ ଛାଡ଼ି ଅଙ୍ଗନୱାଡି’ ବୋଲି ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ବରିଷ୍ଠ ମନ୍ତ୍ରୀ ତଥା ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତଙ୍କ ପାଇଁ ଅଡ଼ୁଆ ବଢ଼ିଛି । ୩ଜଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ମହେଶ୍ୱର ମହାନ୍ତି ଓ ଅନନ୍ତ ଦାସ ଆଜି ଦାମଙ୍କ ମନ୍ତବ୍ୟକୁ ନାପସନ୍ଦ କରିଥିବାବେଳେ ଆଜି ରାଜ୍ୟ ସରକାର  ତାଙ୍କର ସୁରକ୍ଷା ବୃଦ୍ଧି କରିଛନ୍ତି । ଶିଶୁଭବନ ଛକଠୁ କ୍ୟାପିଟାଲ ହସ୍ପିଟାଲ ଛକ ପର୍ଯ୍ୟନ୍ତ ପୁଲିସ୍ ଛାଉଣି ହୋଇଥିବବେଳେ ତାଙ୍କ ସରକାରୀ ବାସଭବନରେ ପୁଲିସ୍ ମୁତୟନ ହୋଇଛନ୍ତି । ସେପଟେ ଲେଖାଶ୍ରୀ ଆଜି ପୁଣିଥରେ ଏକ ସାମ୍ବାଦିକ ସମ୍ମିଳନୀ କରି ଡାକ୍ତର ରାଉତଙ୍କୁ କଡ଼ା ସମାଲୋଚନା କରିଛନ୍ତି । ମହିଳାଙ୍କୁ ଦାମ ଖରାପ ଦୃଷ୍ଟିରେ ଦେଖନ୍ତି ବୋଲି ଅଭିଯୋଗ କରିଛନ୍ତି । ଦାମ ବିନା ସର୍ତରେ କ୍ଷମା ନମାଗିଲେ ତାଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେପି ଧମକ ଦେଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନମଣ୍ଡଳୀରେ ଏକ ଜନସମ୍ପର୍କ ଯାତ୍ରାରେ ଲେଖାଶ୍ରୀଙ୍କ ପ୍ରତି ଦାମ ଦେଇଥିବା ମନ୍ତବ୍ୟ ‘ସ୍ୱାମୀ ଛାଡ଼ି ଅଙ୍ଗନୱାଡି’କୁ ଆଜି ବିଜେଡି ବରିଷ୍ଠ ଉପସଭାପତି  ସୂର୍ଯ୍ୟନାରାୟଣ ପାତ୍ର ନାପସନ୍ଦ କରିଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଯେ ‘ଦାମବାବୁଙ୍କର ଏଭଳି କହିବା ଠିକ୍ ହୋଇନି, ଏହା ଦୁର୍ଭାଗ୍ୟଜନକ । ପ୍ରତ୍ୟେକ ଲୋକଙ୍କ ପାଇଁ ଲକ୍ଷ୍ମଣରେଖା ରହିବା ଉଚିତ୍ । ରାଜନେତାଙ୍କ ପାଇଁ ମଧ୍ୟ ଲକ୍ଷ୍ମଣରେଖା ରହିବା ଉଚିତ୍’ । ସେହିପରି ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ ‘ଦାମବାବୁ ଜଣେ ପୋଖତ ନେତା । ସେ ଏଭଳି କହିବା ଉଚିତ୍ ନଥିଲା । କେଉଁ ପରିପ୍ରେକ୍ଷୀରେ ଏଭଳି କହିଛନ୍ତି ତାହା ସେ ଜାଣନ୍ତି ନାହିଁ ।’ ମନ୍ତ୍ରୀ ଅନନ୍ତ ଦାସ ମଧ୍ୟ ଦାମଙ୍କ ମନ୍ତବ୍ୟକୁ ନାପସନ୍ଦ କରି କହିଛନ୍ତି ଯେ ‘ପ୍ରତ୍ୟେକ ବ୍ୟକ୍ତି କଥାବାର୍ତାରେ ଶାଳୀନତା ରଖିବା ଉଚିତ୍ । ଦାମବାବୁ ଯାହା କୁହନ୍ତି ତା’ର ବିଭିନ୍ନ ଅର୍ଥ ଥାଏ । ଯଦି ସେ ଏଭଳି କହିଥାନ୍ତି ତାହା କହିବା ତାଙ୍କର ଠିକ୍ ହୋଇନି’ । ଅନ୍ୟପକ୍ଷରେ ସୂର୍ଯ୍ୟଙ୍କ ମନ୍ତବ୍ୟ ଉପରେ କଟାକ୍ଷ କରି ଡାକ୍ତର ରାଉତ କହିଛନ୍ତି ଯେ “ସୂର୍ଯ୍ୟ ରାମରେଖା ଭିତରେ ରୁହନ୍ତୁ । ଯେତେବେଳେ ନବୀନଙ୍କୁ ଧୃତରାଷ୍ଟ୍ର ଓ ତାଙ୍କୁ ଶିଖଣ୍ଡି କୁହାଯାଉଥିଲା ସେତେବେଳେ ସୂର୍ଯ୍ୟ କେଉଁଠି ଶୋଇଥିଲେ?” ଅନ୍ୟପକ୍ଷରେ ଆଜି ପ୍ରେସ୍ ମିଟ୍ କରି ଲେଖାଶ୍ରୀ କହିଛନ୍ତି ଯେ “ଯେଉଁ ମହିଳାମାନେ ଭଲ କାର୍ଯ୍ୟ କରୁଛନ୍ତି ତାଙ୍କୁ ଖରାପ ଦୃଷ୍ଟିରେ ଦେଖାଯାଉଛି । ମାଆମାନଙ୍କୁ ଦାମବାବୁ ଖରାପ ଦୃଷ୍ଟିରେ ଦେଖୁଛନ୍ତି । ମୁଖିଆ ତାଙ୍କୁ ଢାଲ ଭଳି ବ୍ୟବହାର କରୁଛନ୍ତି । ଦାମବାବୁଙ୍କ ମନ୍ତବ୍ୟରୁ ତାଙ୍କର ମା’ମାନଙ୍କ ପ୍ରତି ସମ୍ମାନ ଜଣାପଡ଼ିଯାଉଛି ।” ସୂଚନାଯୋଗ୍ୟ ଗତକାଲି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଡାକ୍ତର ରାଉତଙ୍କ ମନ୍ତବ୍ୟକୁ ନିନ୍ଦା କରାଯିବା ସହ କ୍ଷମା ନମାଗିଲେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଧମକ ଦିଆଯିବା ପରେ ଆଜି ତାଙ୍କ ସରକାରୀ ବାସଭବନରେ ସୁରକ୍ଷା ବୃଦ୍ଧି କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top