Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଦାମଙ୍କ ପୁଅ ସମ୍ବିତଙ୍କୁ ପ୍ରାର୍ଥୀ କରିପାରେ ବିଜେଡି !

ଭୁବନେଶ୍ୱର(ଓଡ଼ିଶା ୱେୟାର): ସାଧାରଣ ନିର୍ବାଚନ ପାଇଁ ଉଷ୍ମତା ବଢ଼ିଥିବାବେଳେ ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏପଟେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ନିଷ୍ପତ୍ତିକୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ଝୁଲାଇ ରଖିଛନ୍ତି। ଦିନେ-ଦୁଇଦିନ ଭିତରେ ସେ ଯେକୌଣସି ଦଳରେ ସାମିଲ ହେବେ ବୋଲି ଡାକ୍ତର ରାଉତ ଗଣମାଧ୍ୟମକୁ ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିତୀୟ ରାଉଣ୍ଡ ଆଲୋଚନା ପାଇଁ ଆଜି ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମକୁ ଡାକ୍ତର ରାଉତ ବାତିଲ କରିବା ପରେ ସେ ବିଜେପିରେ ସାମିଲ ହେଉନଥିବା ଚର୍ଚ୍ଚା ଜୋର ଧରିଥିଲା।
ଆଜି ଡାକ୍ତର ରାଉତ ତାଙ୍କର ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବା ଓ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କ ସହ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆଲୋଚନାକୁ ଆଧାର କରି ଡାକ୍ତର ରାଉତ ଆଉ ବିଜେପିରେ ଯୋଗ ନଦେଇପାରନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା । ଏପରିକି ପୁଅ ସମ୍ବିତ ରାଉତରାୟଙ୍କୁ ପାରାଦୀପରୁ ଦଳୀୟ ଟିକେଟ୍ ଦେଇ ପିତା ଡାକ୍ତର ରାଉତଙ୍କୁ ବିଜେଡି ମ୍ୟାନେଜ ପାଇଁ ଉଦ୍ୟମ କରୁଥିବା ଜଣାପଡ଼ିଥିଲା। ତେବେ ଗଣମାଧ୍ୟମରେ ଏହି ଚର୍ଚ୍ଚା ଜୋର ଧରିବା ପରେ ଡାକ୍ତର ରାଉତ ଏନେଇ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, “ଉଭୟ କଂଗ୍ରେସ ଓ ବିଜେପି ତାଙ୍କ ସହ ଯୋଗାଯୋଗରେ ରହିଛନ୍ତି ତଥା ସେମାନଙ୍କ ସହ ଆଲୋଚନା ଚାଲିଛି। ଆଜି ମଧ୍ୟ ସେ ବିଜେପି ଶୀର୍ଷ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ପତ୍ନୀ ଅସୁସ୍ଥ ଥିବାରୁ ସେ ଗଲେ ନାହିଁ । କଂଗ୍ରେସରେ ସାମିଲ ହେବା ପାଇଁ ପିସିସି ସଭାପତି ତାଙ୍କୁ ମଧ୍ୟ ବାରମ୍ବାର ଫୋନ୍ କରୁଛନ୍ତି । ସେ ଦିନେ ଦୁଇଦିନ ମଧ୍ୟରେ ଯେକୌଣସି ଦଳରେ ସାମିଲ ହେବେ । ମାତ୍ର ପୁଅ ଓ ଝିଅଙ୍କୁ ଟିକେଟ୍ ଦେବା ପାଇଁ ସେ କାହାରିକୁ ଅନୁରୋଧ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।”
ଅନ୍ୟପକ୍ଷରେ ସମ୍ବିତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପାରାଦୀପରୁ ନିର୍ବାଚନ ଲଢ଼ିବା ପାଇଁ ସେ ଆଶାୟୀ ଅଛନ୍ତି । କିନ୍ତୁ ଦଳ ତାଙ୍କୁ ଟିକେଟ୍ ଦେବକି ନଦେବ ତାହା ଦଳର ସଭାପତିଙ୍କ ଉପରେ ନିର୍ଭର କରେ । ସେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳର ନିଷ୍ପତ୍ତି ମାନିବେ । ତାଙ୍କ ପିତାଙ୍କୁ ବୁଝାଇବା ଦାୟିତ୍ୱ ତାଙ୍କର ନୁହେଁ ବୋଲି ସେ ସ୍ପଷ୍ଟ କରିବା ସହ ଆବଶ୍ୟକ ପଡ଼ିଲେ ପାରାଦୀପ ଆସନରେ ପିତା-ପୁତ୍ର ଲଢ଼େଇ କରିବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top