Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଦୂରଦୃଷ୍ଟିସମ୍ପନ୍ନ ବଜେଟ୍ : ବିଜେଡି

ଭୁବନେଶ୍ୱର : ଚଳିତ ରାଜ୍ୟ ବଜେଟ୍‍ ଏକ ଦୂରଦୃଷ୍ଟିସଂପନ୍ନ ବଜେଟ୍‍ ଓ ଏଥିରେ ସବୁବର୍ଗର କଲ୍ୟାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି ତଥା ଏହା ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ବିଜେଡି କହିଛି ।ଭୁବନେଶ୍ୱର : ଚଳିତ ରାଜ୍ୟ ବଜେଟ୍‍ ଏକ ଦୂରଦୃଷ୍ଟିସଂପନ୍ନ ବଜେଟ୍‍ ଓ ଏଥିରେ ସବୁବର୍ଗର କଲ୍ୟାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି ତଥା ଏହା ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ବିଜେଡି କହିଛି । ରାଜ୍ୟ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ବିଜେଡି ସମ୍ପାଦକ ବିଜୟ ନାୟକ କହିଛନ୍ତି ଯେ, ରାଜ୍ୟର ଶକ୍ତି ଓ ସାମର୍ଥ୍ୟର ଉପଯୁକ୍ତ ବିନିଯୋଗ ନିମନ୍ତେ କାର୍ଯ୍ୟକ୍ରମ ରଖାଯାଇଛି । ଓଡ଼ିଶାକୁ ସାମଗ୍ରିକ ଭାବେ ସଶକ୍ତ କରି ଗଢ଼ି ତୋଳିବା ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଆଗତ କରିଥିବା ଏହି ବଜେଟ୍‍ର ମୂଳ ଲକ୍ଷ୍ୟ ହେଉଛି, ରାଜ୍ୟରେ ଆର୍ôଥକ ଅଭିବୃଦ୍ଧି ଓ ରାଜ୍ୟ ତଥା ରାଜ୍ୟବାସୀଙ୍କ ଆର୍ôଥକ ବିକାଶ ଘଟାଇବ । ବିଜୁ ଜନତା ଦଳ ପୂର୍ବରୁ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସେ ସମସ୍ତ ପ୍ରତିଶ୍ରୁତି ବିଗତ ବଜେଟ୍‍ମାନଙ୍କରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତାହା ପ୍ରତିଫଳିତ ହୋଇଆସିଛି । ଚଳିତ ବଜେଟ୍‍ର ରୂପରେଖରୁ ସ୍ପଷ୍ଟ ଜଣାପଡୁଛି ଯେ ଏଥର କୃଷି ଓ କୃଷକ, ଓଡ଼ିଆ ଭାଷା ଆଦି ଉପରେ ପ୍ରାଧାନ୍ୟ ଦିଆଯାଇଛି । କୃଷି ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । କୃଷି ଉପରେ ଓଡ଼ିଶାର ପ୍ରାୟ ୭୦ ଭାଗ ଲୋକ ନିର୍ଭର କରନ୍ତି । ଏଣୁ କୃଷିକୁ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଥମେ ସ୍ୱତନ୍ତ୍ର କୃଷି ବଜେଟ୍‍ ୭୧୬୨ କୋଟି ଟଙ୍କାର ଉପସ୍ଥାପିତ ହୋଇଥିଲା । ଚଳିତ ଆର୍ôଥକ ବର୍ଷ ପାଇଁ ୧୩୦ ପ୍ରତିଶତ ବୃଦ୍ଧି କରି ୧୬,୭୬୫ କୋଟି ଟଙ୍କାର ସ୍ୱତନ୍ତ୍ର କୃଷି ବଜେଟ୍‍ ଉପସ୍ଥାପିତ ହୋଇଛି । ଏହି ବଜେଟ୍‍ ଯେତିକି ଲୋକାଭିମୁଖୀ ସେତିକି ରାଜ୍ୟାଭିମୁଖୀ ଏବଂ ସମାନ ପରିମାଣରେ ରାଜ୍ୟବାସୀଙ୍କ ଅର୍ଥନୈତିକ ବିକାଶ ଅଭିମୁଖୀ ବଜେଟ୍‍ । ଏହା ଏକ ସ୍ୱୟଂସଂପୂର୍ଣ୍ଣ ବଜେଟ୍‍ । ବିଶେଷକରି ମହିଳାଙ୍କ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟସେବା ଏବଂ ଯୁବତୀଯୁବକମାନଙ୍କ ଦକ୍ଷତା ବୃଦ୍ଧି ଓ ନିୟୋଜନିୟତା ବଢ଼ାଇବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କରିବା କ୍ଷେତ୍ରରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ବିଜେଡି ସରକାର ଗଠନ ହେବା ପରେ ଦଳର ଇସ୍ତାହାରକୁ ରାଜ୍ୟ ସରକାର ସଂକଳ୍ପଭାବେ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରାଇବାକୁ କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି । ସବୁ କ୍ଷେତ୍ରରେ ଓଡ଼ିଶାକୁ ସଶକ୍ତ କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ, ଯାହା ଆଜି ଆଗତ ହୋଇଥିବା ବଜେଟ୍‍ରେ ପ୍ରତିଫଳିତ ହୋଇଛି ବୋଲି ବିଜେଡି କହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top