Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଧର୍ମେନ୍ଦ୍ର ପ୍ରଧାନ ଅଭ୍ୟାସଗତ ମିଛୁଆ : ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ଯୋଗୁ ରାଜ୍ୟର କୌଣସି କ୍ଷତି ହେଉନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବକ୍ତବ୍ୟ ସଂପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ। ଶ୍ରୀ ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ ବୋଲି ବିଜେଡି ଅଭିଯୋଗ କରିଛି ।
ବିଜେଡି ମୁଖପାତ୍ର ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରେଳବାଇ କ୍ଷେତ୍ରରେ ୭ ହଜାର କୋଟି ଟଙ୍କାର ବ୍ୟୟବରାଦ ଯୋଗୁ ଓଡ଼ିଶାରେ ରେଳବାଇର ବିକାଶ ହେବ ବୋଲି ଶ୍ରୀ ପ୍ରଧାନଙ୍କ ବକ୍ତବ୍ୟ, ତଥ୍ୟ ଓ ସତ୍ୟ ଉପରେ ଆଧାରିତ ନୁହେଁ। ୭ ହଜାର କୋଟି ଟଙ୍କାର ବ୍ୟୟବରାଦ କେବଳ ଓଡ଼ିଶା ନୁହେଁ, ସଂପୂର୍ଣ୍ଣ ଇଷ୍ଟକୋଷ୍ଟ ରେଳବାଇ ବିଭାଗ ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶ ମଧ୍ୟ ସାମିଲ ଅଛନ୍ତି । ଓଡ଼ିଶା ଅତିବେଶୀରେ ଅଢ଼େଇ ହଜାର କୋଟି ଟଙ୍କା ପାଇବ । ସେହିପରି ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ ଅନୁଯାୟୀ ୨୦୧୫ରୁ ୨୦୨୦ ଅବଧି ମଧ୍ୟରେ ରାଜ୍ୟକୁ ୨୬,୩୪୨ କୋଟି ଟଙ୍କା କ୍ଷତି ସହିବାକୁ ପଡୁଛି । ଯଦି ଅର୍ôଥନୀତି ଉପରେ ଶ୍ରୀ ପ୍ରଧାନଙ୍କ ସାମାନ୍ୟତମ ଜ୍ଞାନ ଥାଆନ୍ତା, ତେବେ ସେ ବୁଝିପାରନ୍ତେ ଯେ ଯେତେବେଳେ ଭାରତବର୍ଷର ଅଭିବୃଦ୍ଧି ହାର ହ୍ରାସ ପାଇଛି ଏବଂ କୃଷି ଠାରୁ ଆରମ୍ଭ କରି ଶିଳ୍ପ ଜଗତରେ ଏକ ସ୍ଥାଣୁତା ଦେଖାଦେଇଛି, ସେତେବେଳେ ତା’ର ସିଧାସଳଖ ପ୍ରଭାବ ଟିକସ ଉପରେ ପଡିଛି । ଅଭିବୃଦ୍ଧି ହ୍ରାସ ପାଇଲେ ଟିକସ ହ୍ରାସ ପାଏ । ଯଦି ଶ୍ରୀ ପ୍ରଧାନ ଏ ଦିଗରେ ଅଜ୍ଞ, ତେବେ ଦିଲ୍ଲୀସ୍ଥିତ ଅର୍ଥନୀତିଜ୍ଞମାନଙ୍କ ପରାମର୍ଶ ନିଅନ୍ତୁ । ଭାରତବର୍ଷରେ ଟିକସ ସଂଗ୍ରହ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଯେଉଁ ରାଜସ୍ୱ ଟିକସ ଯୋଗୁ ସରକାରଙ୍କୁ ମିଳିଥାନ୍ତା, ତାହା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି, ଯାହାର ସିଧା ପ୍ରଭାବ ଓଡ଼ିଶା ଉପରେ ପଡିଛି ଏବଂ ଏଥିପାଇଁ ୨୬,୩୪୨ କୋଟି ଟଙ୍କା କ୍ଷତି ରାଜ୍ୟକୁ ସହିବାକୁ ପଡୁଛି । ଏହାକୁ ଅସ୍ୱୀକାର କରିବା ଅର୍ଥାତ୍ କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ବିକାଶ ଓ ପ୍ରଗତି ନ ଚାହିଁ, ନିଜର ଶସ୍ତା ରାଜନୀତିକୁ ଗୁରୁତ୍ୱ ଦେଉଛନ୍ତି । କାଳିଆ ଯୋଜନା ବାବଦରେ ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଓ କୃଷି ବିଶେଷଜ୍ଞମାନେ ପ୍ରଶଂସା କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହାକୁ କଟାକ୍ଷ କରିବା ତାଙ୍କର ଅସହିଷ୍ଣୁତାକୁ ପରିପ୍ରକାଶ କରୁଛନ୍ତି । କେନ୍ଦ୍ର ସରକାର କାଳିଆ ଯୋଜନାର ଅନୁକରଣ କରି ଏକ ଯୋଜନା ଗତକାଲି ତାଙ୍କର କାମଚଳା ବଜେଟ୍ରେ ଆଣିଛନ୍ତି, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ସେ କହିଛନ୍ତି । ରାଜ୍ୟର ଚାଷୀଙ୍କ ଦ୍ୱାରା ଆଦୃତ କାଳିଆ ଯୋଜନାର ସୁଫଳଗୁଡିକ ଜାଣିଲା ପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାରମ୍ବାର ମିଛ କହି କାଳିଆ ଯୋଜନାକୁ ନିନ୍ଦିତ ଓ ଅପମାନିତ କରିବା ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତି କରିବା ପାଇଁ ଅପଚେଷ୍ଟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଜେନା କହିଛନ୍ତି।
ଗତବର୍ଷ ୫ ହଜାର କୋଟି ଟଙ୍କାର ବ୍ୟୟବରାଦ ଇଷ୍ଟକୋଷ୍ଟ ରେଳବାଇ କ୍ଷେତ୍ରରେ ହୋଇଥିଲେ ହେଁ ତନ୍ମଧ୍ୟରୁ ୨ ହଜାର କୋଟି ଟଙ୍କା କେବଳ ଖର୍ଚ୍ଚ ହୋଇପାରିଥିଲା। ଏହି ବଜେଟ୍‍ରେ ମଧ୍ୟ ପ୍ରକଳ୍ପ ପାଇଁ ୭ ହଜାର କୋଟି ଟଙ୍କା ମଧ୍ୟରୁ କେବଳ ୨୫୦୦ କୋଟି ହିଁ ନିର୍ଦ୍ଧାରିତ କରାଯାଇଛି। ବିଗତ ବର୍ଷରେ ରେଳବାଇ ବିଭାଗ ଓଡ଼ିଶାରୁ ୨୦ ହଜାର କୋଟି ଟଙ୍କାର ରାଜସ୍ୱର ଲାଭ ନେଇଥିଲା ବେଳେ ରାଜ୍ୟରେ କେବଳ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲା । ସମାନ ଭାବରେ ଆଜିର ୭ ହଜାର କୋଟି ଟଙ୍କାର ବଜେଟ୍‍ କେବଳ ଧୂଆଁବାଣ ଓ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବାର ଆଉ ଏକ ଚକ୍ରାନ୍ତ । ଚିଲିକା ମାଛ, ଆକାଶ କଇଁଆ ଯାହା ଏହି ବଜେଟ୍‍ ସେଇଆ । ରାଜ୍ୟ ସରକାର ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ସହ ପ୍ରକଳ୍ପ ଖର୍ଚ୍ଚର ୫୦ ଭାଗ ବହନ କରିବା ପାଇଁ ନିଷ୍ପତ୍ତି ନେଇସାରିଥିଲା ବେଳେ କେନ୍ଦ୍ର୍ର ସରକାର ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରିବା, ଓଡ଼ିଶାବାସୀଙ୍କ ପ୍ରତି କୁଠାରଘାତ ଓ ବୈମାତୃକ ମନୋଭାବର ଆଉ ଏକ ଉଦାହରଣ । ଶ୍ରୀ ପ୍ରଧାନ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଇବା ପାଇଁ ଯେଉଁ ଚେଷ୍ଟା କରୁଛନ୍ତି, ସେଥିରୁ ନିବୃତ ରୁହନ୍ତି ଏବଂ ଅଭ୍ୟାସଗତ ମିଛୁଆ ଭାବରେ ଯେହେତୁ ସେ ଓଡ଼ିଶାବାସୀଙ୍କ ପାଖରେ ସୁପରିଚିତ, ସେଥିପାଇଁ ତାଙ୍କର ଆଉ କୌଣସି ପ୍ରହେଳିକା ଓ ଅସତ୍ୟ ବକ୍ତବ୍ୟ ଓଡ଼ିଶା ଲୋକଙ୍କୁ ପ୍ରଭାବିତ କରିପାରିବ ନାହିଁ ବୋଲି ଦଳର ବରିଷ୍ଠ ନେତା ତଥା ବିଜୁ କୃଷକ ଜନତା ଦଳ ମହାସଚିବ ଶ୍ରୀ ଜେନା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top