Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଧର୍ମେନ୍ଦ୍ର ହେଉଛନ୍ତି ସବୁଠୁ ବଡ଼ ଦୁର୍ନୀତିଗ୍ରସ୍ତ : ପ୍ରତାପ ଜେନା

ଭୁବନେଶ୍ୱର(ଓଡ଼ିଶା ୱେୟାର): ଉଜ୍ଜ୍ୱଳା ଯୋଜନା ଦୁର୍ନୀତିରେ ବୁଡ଼ି ରହିଛି ଓ ଏହି ଦୁର୍ନୀତିରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ଅର୍ଥ ସଂଗ୍ରହ କରୁଛନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
ଆଜି ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ରାଜନଗରରେ ଘଟିଥିବା ଉଜ୍ଜ୍ୱଳା ମହାଦୁର୍ନୀତି ଭାତ ହାଣ୍ଡିରୁ ଗୋଟିଏ । ଭୂତ ହିତାଧିକାରୀଙ୍କ ନାମରେ ଟାଙ୍କି ଉଠାଯାଇଛି । ହିତାଧିକାରୀଙ୍କ ଅଜାଣତରେ ବି ଟାଙ୍କି ଉଠିଛି । ସମଗ୍ର ଓଡ଼ିଶାରେ ଏପରି ଦୁର୍ନୀତି କରାଯାଇ କୋଟି କୋଟି ଟଙ୍କା ନିର୍ବାଚନୀ ଚାନ୍ଦା ଉଠାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦୁର୍ନୀତିର ଏହି ପୋଷ୍ଟର ବୟ ଏବେ ପେଟ୍ରୋଲ ଟାଙ୍କି, ଗ୍ୟାସ୍ ଏଜେନ୍ସି ଏବଂ ତାଙ୍କ ଅଧୀନରେ ଥିବା ସଂସ୍ଥାଗୁଡିକୁ ପାଣ୍ଠି ଯୋଗାଣକାରୀ ଦୁଧିଆଳି ଗାଈ ଭଳି ବ୍ୟବହାର କରୁଛନ୍ତି । ବିଜେପୁର ଉପନିର୍ବାଚନରେ ଗୋଟିଏ ପେଟ୍ରୋଲ ଟାଙ୍କିରୁ ୪୬ଲକ୍ଷ ଟଙ୍କା ଜବତ ହେବା, ଧର୍ମେନ୍ଦ୍ରଙ୍କ ଦୁର୍ନୀତିର ଢଙ୍ଗକୁ ସୂଚାଉଛି । ନିର୍ବାଚନ ମଣ୍ଡଳୀ ନଥିବା ଏହି ନେତାଙ୍କ କାର୍ଯ୍ୟକଳାପକୁ ଲୋକ ଖୋଲାଖୋଲି ପ୍ରଶ୍ନ କରିବା ଆରମ୍ଭ କଲେଣି ବୋଲି ବରିଷ୍ଠ ବିଜେଡି ନେତା ଶ୍ରୀ ଜେନା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top