Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଧାନ ବିକ୍ରି କରିପାରୁନି ଚାଷୀ: ମନ୍ତ୍ରୀ ମାନିଲେ ବିଫଳତା, କହିଲେ ଯାଂଚ ଚାଲିଛି ଟୋକନ୍

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ଚାଷୀ ନିଜର ଧାନକୁ ମଣ୍ଡିରେ ବିକ୍ରି କରିପାରୁନି । ବିରୋଧୀ ଦଳଠୁ ଆରମ୍ଭ କରି ଶାସକ ଦଳ ପର୍ଯ୍ୟନ୍ତ ସମସ୍ତେ ଚାଷୀ ସମସ୍ୟା ସମ୍ପର୍କରେ ସ୍ୱର ଉଠାଉଥିବାବେଳେ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ଆଜି ଟୋକନ୍ ବୈଧତା ସରିଯାଇଥିବା ଯୋଗୁ ଚାଷୀ ଧାନ ବିକ୍ରି କରିପାରିନି ଓ ଏସବୁ ଯାଂଚ ଚାଲିଛି ବୋଲି ସ୍ୱୀକାର କରିଛନ୍ତି । ମୟୂରଭଞ୍ଜ, ନୂଆପଡ଼ା, ଦେବଗଡ଼, ବଲାଙ୍ଗିର, ନବରଙ୍ଗପୁର, ଗଜପତି, ଭଦ୍ରକ ଆଦି ଜିଲ୍ଲାରେ ଚାଷୀମାନେ ଧାନ ବିକ୍ରି କରିବାରେ ସମସ୍ୟା ହୋଇଥିବା ନେଇ ପରୋକ୍ଷରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସ୍ୱୀକାର କରିଥିବାବେଳେ ଯୋଗ୍ୟ ଚାଷୀ ଧାନ ବିକ୍ରି କରିବାରେ ବଂଚିତ ହୋଇଥିଲେ, ବିଧାୟକମାନେ ଯଦି ତାଙ୍କ ଦୃଷ୍ଟିକୁ ଆଣିବେ ବା ତାଲିକା ଦେବେ ସେମାନଙ୍କର ଧାନ କିଣାଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୃହକୁ ଆଶ୍ୱସ୍ତ କରିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ହୋଇ ବିରୋଧୀ ସଦସ୍ୟମାନେ ଗୃହରେ ନାରାବାଜି କରିଥିଲେ ।
ମଣ୍ଡିରେ ଚାଷୀ ଧାନ ବିକ୍ରି କରିପାରୁନଥିବା ଓ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ପ୍ରସଙ୍ଗକୁ ନେଇ ଆଜି ଗୃହରେ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ହେବାରୁ ବାଚସ୍ପତି ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଦ୍ୱିତୀୟାର୍ଦ୍ଧରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ଏପର୍ଯ୍ୟନ୍ତ ମୋଟ ୬୦.୪୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି । ଗତ ଖରିଫ ଋତୁର ଏହି ଅବଧି ସୁଦ୍ଧା ତାହା ୫୦.୮୭ଲକ୍ଷ ମେଟ୍ରିକ ଟନ୍ ଥିଲା । ଧାନ କ୍ରୟର ହାର ଗତବର୍ଷ ତୁଳନାରେ ୧୯% ଅଧିକ ରହିଛି । ଗତବର୍ଷ ଖରିଫ ଋତୁରେ ମୋଟ ୫୩.୩୧ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଥିଲା । ଗତବର୍ଷ ମୋଟ ୯.୧୭ଲକ୍ଷ ଚାଷୀ ଧାନ ବିକ୍ରି କରିଥିବାବେଳେ ଚଳିତବର୍ଷ ଏବେସୁଦ୍ଧା ୧୧.୨୫ଲକ୍ଷ ଚାଷୀ ଧାନ ବିକ୍ରି ସାରିଲେଣି । ଫେବୃୟାରୀ ୨୬ରେ ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଧାନ ବିକ୍ରି ପ୍ରସଙ୍ଗରେ ବିବୃତ୍ତି ରଖିବା ପରେ ୭୨ହଜାର ଅଧିକ ଚାଷୀଙ୍କଠୁ ୨.୭୩ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଏହାସହିତ ଭୂତ ଚାଷୀ ଓ ବେପାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀମାନେ ଟୋକନ ବୈଧତା ହରାଇଥିବା ନେଇ ଜିଲ୍ଲାପାଳମାନେ ତଦନ୍ତ କରୁଥିବା କହିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଟୋକେନ ଅବଧି ସରିବା ଯୋଗୁ ୧୫୦ଜଣ ଚାଷୀ ଧାନ ବିକ୍ରି ନଥିବା ଓ ୪୦୦ଜଣ ଭୂତ ଚାଷୀଙ୍କ ବାବଦରେ ତଦନ୍ତ ଚାଲିଥିବାବେଳେ ଦେବଗଡ଼ ଜିଲ୍ଲାରେ ୨୯୦୦ ଚାଷୀ ଟୋକେନ୍ ବୈଧତା ହରାଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ୫ହଜାର ଚାଷୀଙ୍କ ଟୋକେନ ବୈଧତା ସରିଛି । ନବରଙ୍ଗପୁରରେ ୨୦୦ଜଣ ଚାଷୀଙ୍କର ଓ ନୂଆପଡ଼ା ଜିଲ୍ଲାର ଚାଷୀଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳମାନେ ତଦନ୍ତ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ୯୨ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି । ତେବେ ଏତେ ସବୁ ଜିଲ୍ଲାରେ ଟୋକେନ ବୈଧତା ନଥିବାରୁ ତଦନ୍ତ ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଜେ ସ୍ୱୀକାର କରୁଥିବାବେଳେ ନୂଆପଡ଼ା ଜିଲ୍ଲାର ପ୍ରାୟ ୫ହଜାର ଚାଷୀଙ୍କ ଟୋକନ ଅକାମୀ ହୋଇଥିବାରୁ ସେମାନଙ୍କୁ ଧାନ ବିକ୍ରି କରିବାକୁ ପୁଣିଥରେ ଅନୁମତି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ମୁଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଗତ ୧୦ତାରିଖରେ ସଭାମଂଚରୁ ଦାବି ଉପସ୍ଥାପନ କରିଥିଲେ ।
ଏପଟେ ଧାନ ବିକ୍ରି ପାଇଁ ଚାଷୀଙ୍କୁ ବିଭିନ୍ନ ପ୍ରକାରର ଦସ୍ତାବିଜ ଦେଇ ପଞ୍ଜିକୃତ ହେଉଥିବାବେଳେ ପରବର୍ତ୍ତୀ ସମୟରେ ଟୋକେନ ପାଇବାବେଳେ ସେମାନେ କିଭଳି ଭୂତ ହେଉଛନ୍ତି, ତାହା ଚର୍ଚ୍ଚାର ବିଷୟ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top