Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ଧାନ ସଂଗ୍ରହ ପାଇଁ ୧୫ହଜାର କୋଟି ଟଙ୍କା ଋଣ କଲାଣି ଯୋଗାଣ ନିଗମ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ରାଜ୍ୟରୁ ବଳକା ଚାଉଳ ଉଠାଣ କରୁନଥିବାରୁ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଓ ଚାଉଳ ଉଠାଣ ପ୍ରଭାବିତ ହୋଇଛି ବୋଲି ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି କେନ୍ଦ୍ର ଖାଦ୍ୟଯୋଗାଣ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏହାସହିତ ୨ଟି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ ପାଇଁ ଶ୍ରୀ ଗୋଏଲଙ୍କୁ ସେ ଅନୁରୋଧ କରିଛନ୍ତି ।
ଶ୍ରୀ ସ୍ୱାଇଁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ, ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଏବେ ରାଜ୍ୟରେ ଜାରି ରହିଛି । ଗତବର୍ଷ ଏହି ଅବଧି ତୁଳନାରେ ଚଳିତବର୍ଷ ଅଧିକ ୨୨ପ୍ରତିଶତ ଧାନ ସଂଗ୍ରହ ହୋଇସାରିଛି । ସରକାରଙ୍କୁ ଅଧିକ ସଂଖ୍ୟକ ଚାଷୀ ନିଜର ଧାନ ବିକ୍ରି କରିବା ସହ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ର ଫାଇଦା ନେଉଛନ୍ତି । ତେବେ ଏସବୁ ମଧ୍ୟରେ ୨ଟି ସମସ୍ୟା ଏବେ ଦେଖାଦେଇଛି ଓ ଏଥିରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ଚଳିତ ଖରିଫ ଋତୁରେ ଚାଷୀଙ୍କଠୁ ଧାନ ସଂଗ୍ରହ ନିମନ୍ତେ ରାଜ୍ୟ ଯୋଗାଣ ନିଗମ ଏବେସୁଦ୍ଧା ୧୫ହଜାର କୋଟି ଟଙ୍କା ଋଣ କରିସାରିଲାଣି । କେନ୍ଦ୍ର ସରକାରଙ୍କଠୁ ସବସିଡି ବାବଦରେ ୬୦୩୯ କୋଟି ଟଙ୍କା ବକେୟା ମିଳିନଥିବାରୁ ଯୋଗାଣ ନିଗମ ବାଧ୍ୟ ହୋଇ ବ୍ୟାଙ୍କରୁ ଋଣ ଆଣି ଚାଷୀଙ୍କ ଧାନକିଣା ବାବଦରେ ଅର୍ଥ ପୈଠ କରୁଛି । ଯେହେତୁ ଯୋଗାଣ ନିଗମକୁ ଋଣଦେବାର ସୀମା ଟପିସାରିଲାଣି,ତେଣୁ ବ୍ୟାଙ୍କ ଆଉ ଋଣ ଦେବା ସ୍ଥିତିରେ ନାହିଁ । ଯାହଫଳରେ ଧାନ ସଂଗ୍ରହ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ବକେୟା ସବିସିଡି ରାଶିକୁ ତୁରନ୍ତ ରାଜ୍ୟକୁ ଦେବାକୁ ସେ ଅନୁରୋଧ କରିଛନ୍ତି । ସେହିପରି ଉଷୁନା ଚାଉଳକୁ ଏଫସିଆଇ ଗ୍ରହଣ କରୁନାହିଁ ଓ ଉଷୁନା ଚାଉଳ ନେବାର ପରିମାଣ ଧାର୍ଯ୍ୟ କରିଛି । ଗତବର୍ଷ ତୁଳନାରେ ୫୦ ପ୍ରତିଶତ ଅଧିକ ଚାଉଳ ଗ୍ରହଣ କରିବ ବୋଲି ଏଫସିଆଇ ସୂଚନା ଦେଇଥିଲା । କିନ୍ତୁ ଚଳିତ ରବି ଋତୁରେ ବଳକା ଉଷୁନା ଚାଉଳ ସଂଗ୍ରହ ଏଫସିଆଇ କରୁନାହିଁ । ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟ କଲ୍ୟାଣମୂଳକ ଯୋଜନାରେ ଏବେ ପ୍ରାୟ ୨୪ଲକ୍ଷ ମେଟ୍ରିକ ଟନ୍ ଚାଉଳ ଖର୍ଚ୍ଚ ହେଉଛି । ବାକି ୩୦ଲକ୍ଷ ମେଟ୍ରିକ ଟନ୍ ଚାଉଳକୁ ଏଫସିଆଇ ନେବାର ଆବଶ୍ୟକତା ରହିଛି । ତେଣୁ ତୁରନ୍ତ ଏ ଦୁଇଟି ପ୍ରସଙ୍ଗରେ ହସ୍ତକ୍ଷେପ କଲେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଓ ଚାଉଳ ଦେବା ବି ସହଜ ହୋଇପାରିବ ।
ରାଜ୍ୟ ସରକାର ସବୁ ପ୍ରକାରର ସ୍ୱଚ୍ଛତା ବଜାୟ ରଖି ଧାନ କିଣିଛନ୍ତି । ମହାମାରୀ ସମୟରେ ବି ରାଜ୍ୟରେ ଧାନକିଣା ଜାରି ରହିଥିଲା । କୋଭିଡ୍ ସଙ୍କଟବେଳେ କୃଷିକ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା ବୋଲି ଶ୍ରୀ ସ୍ୱାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top