ଭଦ୍ରକ ଧାମନଗରରେ ପହଞ୍ଚିଲେ ପୋଲିସ ଡିଜି ୱାଇ.ବି ଖୁରାନିଆ। ବରିଷ୍ଠ ଅଧିକାରୀଙ୍କ ସହ ଧାମନଗର ଥାନାରେ ଡିଜିପିଙ୍କ ଆଲୋଚନା ଚାଲିଛି। ପୂର୍ବାଞ୍ଚଳ ଡିଆଇଜି ଓ ଭଦ୍ରକ ଏସ୍ପି ମଧ୍ୟ ଉପସ୍ଥିତ ଅଛନ୍ତି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା ପରେ ସ୍ଥିତି ସମୀକ୍ଷା କରୁଛନ୍ତି ଖୁରାନିଆ। ଧାମନଗର ପରେ ଭଦ୍ରକ ଯାଇ ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ କରିବେ। ଭଦ୍ରକ ଜିଲ୍ଲାପାଳ, ପୋଲିସ ପ୍ରଶାସନ ସହ ମଧ୍ୟ ଆଲୋଚନା କରିବେ। ଅପରାହ୍ନରେ ବାଲେଶ୍ଵର ଯାଇ ସେଠାରେ ମଧ୍ୟ ସ୍ଥିତି ସମୀକ୍ଷା କରିବେ ଖୁରାନିଆ।


