Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ନବୀନଙ୍କ ମନ୍ତ୍ରିପରିଷଦରେ ୫ ଦାଗୀ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ୱେୟାର): ସ୍ୱଚ୍ଛତା, ଦକ୍ଷତା ଓ ଆନୁଗତ୍ୟକୁ ଆଧାର କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରିପରିଷଦ ଗଠନ କରନ୍ତି ବୋଲି ବିଜେଡି ମହଲରେ ଦାବି କରାଯାଏ। କିନ୍ତୁ ନବୀନଙ୍କ ପଞ୍ଚମ ପାଳି ସରକାରରେ ସାମିଲ ହୋଇଥିବା ୧୧ କ୍ୟାବିନେଟ୍ ଓ ୯ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରୁ ୫ଜଣ ଦାଗୀ ମନ୍ତ୍ରୀ ଥିବାବେଳେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୁଦ୍ଧରେ କୋର୍ଟ ଚାର୍ଜଫ୍ରେମ୍ କରିସାରିଥିବା ଜଣାପଡ଼ିଛି । ଏପରିକି ରାଜ୍ୟର ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଥିବା କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ମଧ୍ୟ ଏକାଧିକ ମାମଲା ରହିଛି।
ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ଥିବା ୧୧ଜଣ ମନ୍ତ୍ରୀଙ୍କ ମଧ୍ୟରୁ ମନ୍ତ୍ରୀ ସୁଶାନ୍ତ ସିଂ, ସୁଦାମ ମାର୍ଣ୍ଡି ଓ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁରେ ସଙ୍ଗୀନ ମାମଲାଗୁଡ଼ିକ ପଞ୍ଜିକୃତ ହୋଇଥିବାବେଳେ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଜଗନ୍ନାଥ ସାରକା ଓ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ମଧ୍ୟ ଏକାଧିକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବିରୁଦ୍ଧରେ ସୋହେଲା, ଭଟଲୀ ଓ ବରଗଡ଼ ଟାଉନ ଥାନାରେ ଆଇପିସିର ଧାରା-୧୨୦(ବି),୧୦୯, ୧୭୧(ବି,ଇ,ଏଫ), ୧୪୭, ୩୪୧,୧୪୮, ୨୯୪, ୩୫୩,୪୪୭, ୫୦୬ ଓ ୧୪୯ରେ ମାମଲା ରୁଜୁ ହୋଇଥିବାବେଳେ ସୋହେଲା ଥାନାରେ ତାଙ୍କ ନାଁରେ ଥିବା ମାମଲାରେ ସ୍ଥାନୀୟ ଏସଡିଜେଏମ୍ କୋର୍ଟ ତାଙ୍କୁ ୨୦୧୭ ଡିସେମ୍ବର ୨୧ତାରିଖରେ ଚାର୍ଜଫ୍ରେମ୍ କରିସାରିଛନ୍ତି।
ସେହିପରି ପୂର୍ତ୍ତ,ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୁଦ୍ଧରେ ଆଇପିସିର ଧାରା-୧୪୭,୧୪୮, ୪୫୨,୩୩୨,୩୩୩,୪୨୭,୩୨୩ , ୩୬୩, ୨୯୪, ୫୦୬, ୧୪୯ ଅନ୍ତର୍ଗତ ମାମଲା ବିଚାରାଧୀନ ରହିଛି ।
ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ନାଁରେ ଆଇପିସି ଧାରା- ୧୪୭,୧୪୮, ୪୨୭, ୫୦୬, ୩୭୯ ଓ ୧୪୯ ଅନ୍ତର୍ଗତ ମାମଲା ବାରିପଦା ଏସଡିଜେଏମ୍ କୋର୍ଟରେ ବିଚାରାଧୀନ ରହିଛି।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ରାଷ୍ଟ୍ରମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ ଆଇପିସିର ଧାରା ୧୪୯,୫୦୬,୩୫୩, ୧୮୬, ୨୮୩,୩୪୧, ୧୪୭ ଓ ୩୪ ଅନ୍ତର୍ଗତ ମାମଲା ବିଷମକଟକ ଜେଏମଏଫସି କୋର୍ଟ ଓ ଭୁବନେଶ୍ୱର ସେସନ୍ କୋର୍ଟରେ ବିଚାରାଧୀନ ରହିଛି। ସେହିପରି ଶକ୍ତି, ଶିଳ୍ପ,ଏମଏସଏମଇ ଓ ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ମିଶ୍ରଙ୍କ ନାଁରେ ଧର୍ମଗଡ଼ ଥାନା, କେଗାଁଓ ଥାନା ଓ ଜୁନାଗଡ଼ ଗ୍ରାମ୍ୟ ନ୍ୟାୟାଳୟରେ ୩୪୧,୨୯୪, ୫୦୬, ୩୪ ଓ ଲୋକପ୍ରତିନିଧି ଆଇନ(୨୫-କ) ଅନ୍ତର୍ଗତ ମାମଲା ବିଚାରାଧୀନ ରହିଛି।
ଉଲ୍ଲେଖଯୋଗ୍ୟ ମନ୍ତ୍ରିପରିଷଦରେ ସାମିଲ ଥିବା ଅନ୍ୟ କେତେକ ମନ୍ତ୍ରୀ ନିଜ ନାଁରେ ଥିବା ଅପରାଧିକ ଅଭିଯୋଗକୁ ଉଦ୍ଦେଶ୍ୟମୂଳକ ଭାବେ ଏଡ଼ାଇ ଯାଇଛନ୍ତି। ସୂଚନାଯୋଗ୍ୟ, ଷୋଡ଼ଶ ବିଧାନସଭାରେ ମୋଟ ୧୪୬ଜଣ ବିଧାୟକଙ୍କ ମଧ୍ୟରୁ ୬୭ଜଣଙ୍କ ନାଁରେ ଅପରାଧିକ ମାମଲା ରହିଥିବାବେଳେ ୪୯ଜଣଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି। ୨୦୧୪ ମସିହାରେ ନିର୍ବାଚିତ ବିଧାୟକ(ପଞ୍ଚଦଶ ବିଧାନସଭା)ଙ୍କ ମଧ୍ୟରୁ ୫୨ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଥିଲା। ଗତଥର ବିଧାନସଭାରେ ୩୫ ପ୍ରତିଶତ ଦାଗୀ ବିଧାୟକ ଥିବାବେଳେ ଏଥର ଏହା ବୃଦ୍ଧି ପାଇ ୪୬ ପ୍ରତିଶତରେ ପହଞ୍ôଚଛି। ବିଜେଡିର ସର୍ବାଧିକ ନିର୍ବାଚିତ ୪୬ଜଣ ବିଧାୟକଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top