Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ନବୀନଙ୍କ ସହ କଂଗ୍ରେସ ବିଧାୟକଙ୍କ ପୋଷ୍ଟର

ଭୁବନେଶ୍ୱର(ଓଡ଼ିଶା ୱେୟାର):କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେଡିରେ ସାମିଲ ହେବାକୁ ନେଇ ଚାଲିଥିବା ଚର୍ଚ୍ଚା ଥମିବାର ନାଁ ଧରୁନି। ଗତ ୨୯ତାରିଖରେ ଦଳୀୟ ଚିହ୍ନ ଓ ପୋଷ୍ଟର ବିନା ସାଲେପୁରରେ ଶକ୍ତି ପ୍ରଦର୍ଶନ କରିଥିବା ଶ୍ରୀ ବେହେରାଙ୍କ ପୋଷ୍ଟର ଏବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦେଖିବାକୁ ମିଳିଛି । ତାଙ୍କ ସାଲେପୁର ନିର୍ବାଚନମଣ୍ଡଳୀରେ ଆୟୋଜିତ ‘ପିଠା’ କାର୍ଯ୍ୟକ୍ରମରେ ଏକ ବିଶାଳ ପୋଷ୍ଟରରେ ନବୀନଙ୍କ ସହ ତାଙ୍କର ଫଟୋ ଲଗାଯିବା ପରେ ଏବେ ଶ୍ରୀ ବେହେରାଙ୍କ ଅସଲ ଉଦ୍ଦେଶ୍ୟ ପଦାରେ ପଡ଼ିଛି ।
ସୂଚନା ଅନୁସାରେ ସାଲେପୁର ବ୍ଲକରେ ପିଠା କାର୍ଯ୍ୟକ୍ରମ ପାଇଁ ନବୀନଙ୍କ ସହ ବିଧାୟକ ଶ୍ରୀ ବେହେରାଙ୍କ ପୋଷ୍ଟର ଲାଗିଛି । କଂଗ୍ରେସ ଦଳ ଏହି କାର୍ଯ୍ୟକ୍ରମକୁ ବିରୋଧ କରୁଥିବାବେଳେ ତାଙ୍କର ଏହି ପୋଷ୍ଟର କିଭଳି ଲାଗିଛି ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବେହେରା କହିଛନ୍ତି ଯେ, ତାଙ୍କର କେହି ସମର୍ଥକ ଏଭଳି ପୋଷ୍ଟର ଲଗାଇ ଦେଇଥିବ । କିନ୍ତୁ ଏହା ଅର୍ଥ ନୁହେଁ ଯେ ସେ ବିଜେଡିରେ ସାମିଲ ହୋଇଗଲେ । ଅବଶ୍ୟ ସେ ତାଙ୍କର ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ରାଜି ନାହାନ୍ତି ।

ଏପଟେ ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରକାଶଙ୍କ ବିଜେଡିରେ ଏଣ୍ଟ୍ରିକୁ ବରିଷ୍ଠ ନେତା ଧର୍ମାନନ୍ଦ ବେହେରାଙ୍କ ପୁଅ ପ୍ରଶାନ୍ତ ବେହେରା ଜୋରଦାର ବିରୋଧ କରୁଛନ୍ତି । ୨୦୦୯ରେ ବିଧାନସଭା ମଣ୍ଡଳୀର ପୁନର୍ଗଠନ ପରଠୁ ସେ ସାଲେପୁରର ବିଜେଡି ସଂଗଠନକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ସେ ଗତଥର କମ ବ୍ୟବଧାନରେ ପରାଜିତ ହୋଇଥିଲେ ଓ ଏଥର ପୁଣିଥରେ ଦଳୀୟ ଟିକେଟ ପାଇଁ ଆଶାବାଦୀ ଅଛନ୍ତି । ସାଲେପୁରରେ ବିଜେଡିର କର୍ମୀମାନେ ପ୍ରଶାନ୍ତଙ୍କ ସପକ୍ଷରେ ରହିଥିବାରୁ ପ୍ରକାଶଙ୍କୁ ଏଣ୍ଟ୍ରି ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳିପାରୁନି । ତଥାପି ବିଜେଡିର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ଏବେ ପ୍ରକାଶଙ୍କୁ ବିଜେଡିରେ ସାମିଲ କରିବା ପାଇଁ ଲବି ଜାରି ରଖିଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top