ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କ ସହ କଥା ହେବେ ବୋଲି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସବୁ ନିର୍ବାଚନମଣ୍ଡଳୀର ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସିଧାସଳଖ କଥା ହେବେ । ସ୍ଥାନୀୟ ଲୋକଙ୍କ ସୁବିଧା-ଅସୁବିଧା ଓ ସମସ୍ୟାକୁ ଦୂର କରିବା ଦିଗରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।


